-
ମନର ଭାବନା କୁ ଶବ୍ଦରେ ସଜାଏ ✍️
ମନର ଭାବନା ଶବ୍ଦରେ ସଜେଇ ଲେଖିଦିଏ ମନ କଥ... read more
ବରଷକ ପରେ ଆଜି ଶୁଭ ଦିନେ
ଜନ୍ମ ଦିନର ଅଭିନନ୍ଦନ
ତୁମ ଜନ୍ମଦିନେ ଅପାର ଆନନ୍ଦେ ସୁଖେ ବିତିଯାଉ ଦିନ
ଆପଣପଣ ର ସ୍ମିତହାସ୍ୟ ତୁମ ରହିଥାଉ ସବୁ ଦିନ
ପୂର୍ଣ୍ଣ ହେଉ ତୁମ ଇପ୍ସିତ କାମନା ଶୁଭେ ବିତୁ ଜନ୍ମଦିନ
କିଛି ଲେଖୁବାର ପ୍ରଚେଷ୍ଟା ଭିତରେ ଛନ୍ଦି ହୋଇ ରହିଗଲି
କଣ ଲେଖୁବି ତୋ ଜନମ ଦିନେ ନୀରବେ ଭାବୁଛି ଖାଲି
ସ୍ଵପ୍ନ ସାକାର କରିବାକୁ ହେଲେ ଧର୍ଯ୍ୟ ଅଳଙ୍କାର ପିନ୍ଧିବୁ
ସଫଳତା ଶୀର୍ଷ ଛୁଇଁ ଗଲା ପରେ
ଅଂହକାର କୁ ତୁ ତେଜିବୁ
ନୟନେ ତୋର ଅସୀମ ସପନ ଅବିଳମ୍ବେ ହେବ ପୂର୍ଣ୍ଣ
ସଫଳତା ପଥେ ସଙ୍ଘର୍ଷ ରଥେ ପାଇବୁ ବିଜୟୀ ଚିହ୍ନ
ମୋ ଭଲପାଇବା, ସ୍ନେହ, ଆଦରକୁ
କଲମ ମୁନେ ସାଉଁଟି
ମନର କଥାକୁ କବିତା ସଜାଇ
ଛୋଟ ଉପହାର ଦେଲି ଭେଟି-
Chakra Biyhu
Racha Ja Chuka Hai
Abhimanyu Bhi Hai Teyar
Iss Baar Bhi
Har Jaayega Abhimanyu
Na Rakhna Man Me Ye Vichar
@malayaranjansamal-
ତୁମସହ ଦେଖାହେଲା ପରେ
ମୁଁ ଆଉ ଶୁଣୁନଥିଲି ସେ ଗୀତ
"ହେ ଫଗୁଣ ତୁମେ
ଗଲା ପରେ ପରେ ଅନେକ ଯାତନା ଏଠି"
ଏବେ ସଂଧ୍ଯା ହେଲେ ଝରକା ପାଖରେ ବସି
ସେଇ ଗୀତକୁ ପୁଣି ଶୁଣୁଛି
ଆଉ ହାତରେ ଥିବା ଚା କପ ଟି
ମୋତେ ଦେଖି ମୁରୁକି ହସୁଛି
🌿🍀🍁🍀🌿-
ସ୍ମୃତି ସେତ ଅଲିଭା ଶିଖା
ଜଳୁଥିଲା ଜଳୁଥିବା
ଯେତେ ପାଶୋରିଲେ ଯେତେ ଦୂରେଇଲେ
ମନେ ସେତ ପଡ଼ୁଥୁବ
( ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ )-
ସ୍ମୃତି ସେତ ଅଲିଭା ଶିଖା
ଜଳୁଥିଲା ଜଳୁଥିବା
ଯେତେ ପାଶୋରିଲେ ଯେତେ ଦୂରେଇଲେ
ମନେ ସେତ ପଡ଼ୁଥୁବ
କେବେ ହସେଇବ କେବେ କନ୍ଦେଇବ
ସ୍ମୃତି ଯେବେ ଜଳେଇବ
ଯେତେ ଲିଭେଇବ ସ୍ମୃତି କଳାପଟା
ସ୍ମୁତି ସେତେ ଚି଼ହ୍ନ ଛାଡୁଥିବ
ଶୀତ ସକାଳର କାକରବିନ୍ଦୁ ତ କେବେ
ବୈଶାଖ ତାତି ରେ ଝାଞ୍ଜି
ସ୍ମୃତି ଯେତେସବୁ ଜଳାଉଛି ବସି
ସବୁମନେ ପଡ଼େ ଆଜି
କେତେ ହସିଥିଲି ଅତୀତରେ କାଲି
ଆଜି ଆଖିଲୁହ ଦେଖି ମନେ ପଡୁଛି
ଖୁସିର ଲୁହ ତ ଜଲ୍ଦି ଚାଲିଗଲା
ଆଜି ଦୁଃଖ କାଇଁ ପଛେ ପଡିଛି
ହାରିଯାଇଥିଲି ଅତୀତ ରେ କେବେ
ପୁଣି ହାରିଯିବି କାଳେ ଏ କଥା ଭାବି ଡ଼ରୁଛି
ଆଖି ଆଗେ ସବୁ ସ୍ବପ୍ନ ଭାଙ୍ଗି ଗଲା ପରେ
ସାହସ କରିକି ଆଜି ପୁଣି ସ୍ବପ୍ନ ଦେଖୁଛି
ସେସବୁ ସ୍ବପ୍ନ ସତ ହାବକି ନାହିଁ ଡର ଆଜି ଲାଗୁଛି
ସେ ସବୁ ପୁଣି ଭାଙ୍ଗି ଯିବାର ଡର ମନେ ମୋର ଉଙ୍କି ମାରୁଛି
ସ୍ମୃତି ଚୋରାବାଲି ରେ ପାଦ ଖସି ଯାଏ
ଏକୁଟିଆ ଭାରି ଲାଗୁଛି
ସ୍ମୃତି ସେତ ଅଲିଭା ଶିଖା
ଆଜିବି ମନରେ ଜଳୁଛି
ଯେତେ ପାଶୋରିଲେ ଯେତେ ଦୂରେଇଲେ
ସେତ ମନେ ଆଜି ପଡୁଛି-
"ତୋ ଭାବନାରେ ମୁଁ ହଜେ"
ସଖାଳ ସୂରୁଜ ସାଥିରେ ଜେବ ମୁଁ ନିଦରୁ ଉଠେ
ଏ ଅଧାବୁଯା ଆଖି ପ୍ରଥମେ ତୋ ଚେହେରା ଖୋଜେ
ଆଖିକୁ ରଗଡି ଯେବେ ବାସ୍ତବ ରେ ଆମ ଭିତରେ ଏ ଦୂରତା କୁ ଦେଖେ
ଦୂରରୁ ଥାଇକି ବି ମୁଁ ତୋ ସ୍ମୃତିରେ ହଜେ ।।
କପ ଧରିଯେବେ ଚାହା ରେ ମୁଁ ତୁମ ହାତ ର ସ୍ୱାଦ ଖୋଜେ
ଦୁଇ ଚାମଚ ଚିନି ଅଧିକ ପକେଇ ମୁଁ ସେ ଚାହା ର ବାସ୍ନା ରେ ହଜେ।।
ଦୁନିଆ ର କୋଳାହଳ ଭିତରେ ଯେବେ ଟିକେ ଶାନ୍ତି ମୁଁ ଖୋଜେ
ତୋର ସେ ମଧୁର ସ୍ୱର ଆଉ ସେ ସୁନ୍ଦର ହସରେ ମୁଁ ହଜେ।।
ରାତିର ଆଗମନ ରେ ଯେବେ ଆକାଶ ନାଲି ରଙ୍ଗ ଶାଢ଼ୀ ରେ ସଜେଇ ହୋଇ
ଜହ୍ନ ର ଆସିବା ଖୁସି ରେ ଭିଜେ
ତୋ କଥା ଭାବିକି ଡ଼ାଇରୀ ଆଉ କଲମ ସହ ମୁଁ କବିତାରେ ହଜେ।।
ପର୍ଣ୍ଣିମା ରାତିରେ ଦୁନିଆ ଯେବେ ଜହ୍ନ ର ଜୋଛନା ଖୋଜେ
ତୋର ସେ ସୁନ୍ଦର ଚେହେରା ଭାବି ମୁଁ ତୋ ସୁନ୍ଦରତା ରେ ହଜେ ।।
ସାରା ସହର ଶୋଇଗଲା ପରେ ଯେବେ ମୋ ଆଖି ଟିକେ ନିଦକୁ ଖୋଜେ
ଚେଇଁ ଥାଇକି ବି ମୁଁ ତୋ ସ୍ବପ୍ନ ରେ ହଜେ ।।
ସ୍ବପ୍ନ ରୁ ବାହାରି ଏ ଦୁନିଆ ଭିଡ଼ ରେ ଯେବେ ଟିକେ ଖୁସି ମୁଁ ଖୋଜେ
ଅସ୍ତବ୍ୟସ୍ତ ୟେ ଜୀବନରେ ତୋ ଭାବନାରେ ମୁଁ ହଜେ ।।-
ନାରୀ ସ୍ନେହ ଶ୍ରଦ୍ଧା ଓ ସମର୍ପଣ ର ଗାନ
ତୁମେ ହିଁ ସମସ୍ତ ଜୀବନର ଆଧାର ତୁମେ ହିଁ ସୃଷ୍ଟି ର ପ୍ରାଣ
ତୁମ ବିନା ଅଚଳ ଏ ଦୁନିଆ, ଚାଲେନା ଏ ସଂସାର
ତୁମେ ହିଁ ଜୀବନ ର ରହା ତୁମେ ହିଁ ସୃଷ୍ଟି ର ଆଧାର
ମା ଭଉଣୀ ଜୀବନସାଥୀ ତୁମେ ସବୁ ରୂପର ମାନ
ତୁମେ ହିଁ ଜୀବନ ର ଆଶା ତୁମେ ହିଁ ସ୍ବପ୍ନ ର ଜହ୍ନ
ସମାଜ ରେ ତୁମର ସ୍ଥାନ ଉଚ୍ଚ ତୁମେ ହିଁ ଶକ୍ତି ର ପ୍ରତୀକ
ତୁମେ ହିଁ ଶକ୍ତିର ଉତ୍ସ ତୁମେ ହିଁ ମାନବତା ର ମୂଳ
ତୁମ ଦୃଷ୍ଟି ରେ ଜଗତ ଧନ୍ୟ, ତୁମ ହାତରେ ହୁଏ ଏକ ସୃଜନମୟ କ୍ଷଣ
ନାରୀ ନୁହେଁ କେବଳ ଜୀବନ ଦାୟକି, ନାରୀ ହେଉଛି ସ୍ବପ୍ନର ଶ୍ଲୀପି ଓ ଅଭିନଵ ଆରମ୍ଭମୟୀ
ଯିଏ ସବୁସମୟରେ ରେ ପୂଜନୀୟ, ତା ପାଇଁ କେମିତି ଏଇ ଗୋଟିଏ ଦିନ
ହେଲେବି "ବିଶ୍ୱ ମହିଳା ଦିବସର" ଅନେକ ଶୁଭେଚ୍ଛା
ତୁମେ ହିଁ ଆମର ଗର୍ବ ତୁମେ ହିଁ ଆମର ସମ୍ମାନ
~ ମଳୟ ରଂଜନ ସାମଲ-
Mera Dia Hua Sara Dana Nigal Jane Ke Baad
Parinda Udd Jaayega Par Nikal Aane Ke Baad-
କଥା ରେ ଅଛି ମଣିଷ ମାତ୍ରେ ହିଁ ଭୁଲ ଆଉ ସବୁ ଭୁଲ ର କ୍ଷମା ବି ଥାଏ
ହେଲେ ମୁଁ ଏମିତି କିଛି ଭୁଲ କରିଥିଲି ଯେ ଆଜି ବି ତାର ପରିଣାମ ଭୋଗିବାକୁ ପଡୁଛି।
ବେଳେବେଳେ କିଛି ସ୍ମୃତି ଆଉ ସେ କଷ୍ଟଭାର ସ୍ମୃତି ରୁ ବାହାରି ଆସିଲା ପରେ ପରିସ୍ଥିତି ପୁଣି ଆଜି ବାଧ୍ୟ୍ୟ ବାଧକତା ଭାବେ ଆଣି ସେ ଅତୀତ ର ପ୍ରଶ୍ନ ର ଦୋଛକି ରେ ଛାଡି ଦେଇଛି।
ଯୋଉ ପ୍ରଶ୍ନ ର ଉତ୍ତର ରେ ଦିନେ ମୋ ପାଖରେ ଥିଲା କେବଳ
ନୀରବତା, ଲୁହ ଭରା ଆଖି ଆଉ କୋହ ଭରା ମନ ।
ପୁଣି ସେ ପ୍ରଶ୍ନ ର ଉତ୍ତର ରେ ଆଜି ଆଖିରେ ସେ ଲୁହ ନାହିଁ ସତ ହେଲେ ମନରେ ସେ କୋହ.....
ଇଚ୍ଛା ନ ଥଇକି ବି ପରିସ୍ଥିତି ପୁଣି ସେ ସ୍ମୃତି ଆଡକୁ ଟାଣି ନେଇ ଯାଇଛି
ତୁମେ ଯିବା ପରେ ବହୁତ କଷ୍ଟ ରେ ହେଉ ପଛେ ଯେତେବେଳେ ନିଜକୁ ବୁଝେଇ ନେଇଥିଲି ସ୍ୱପ୍ନ ବତୁରା ଅସରନ୍ତି ଆଶା ଆଉ କୋଳାହଳର ନିତିଦିନିଆ ଚଲାବାଟରେ ତୁମେ ଆଉ ତୁମର ଦେଇଥିବା କଥା ସବୁ ଅଫେରା ଫଗୁଣ, ଆଉ ସାଙ୍ଗରେ କିଛି ସ୍ମୃତି ଆଉ ଆଖିରେ କିଛି ଲୁହ ନେଇ ଆଗକୁ ବଢିଥିଲି ଭାବିଥିଲି ସମୟ ସୁଅ ରେ ସବୁ କିଛି ଠିକ ହେଇଯିବ।
ସମୟ ବଦଳିଲା ପରିସ୍ଥିତି ବଦଳିଲା ପହଞ୍ଚିବାର ଠିକଣା ଆଉ ରାସ୍ତା ବଦଳିଲା, ସବୁ ଠିକ ହେବାର ଆଶା ବିଶ୍ୱାସ ଭରସା ମରି ସାରିବା ପରେ ବି ଆଜି ଯେତେବେଳେ ଅତୀତକୁ ଭୁଲି ବର୍ତମାନ ର ହାତ ଧରି ଜୀବନ ବାଟରେ ଚାଲୁଥିଲା ବେଳେ ପୁଣି ସେ ଅତୀତ ମନ ଭିତରେ ଭରି ଦେଇଛି ଅନେକ ପ୍ରଶ୍ନ।
ଆଉ ଯୋଉ ପ୍ରଶ୍ନ ର ଉତ୍ତର ରେ ମୋ ପାଖରେ ଅଛି କେବଳ....
ନୀରବତା ଆଉ,-