ତୁମ କଥା ଭାବି ଲେଖିବାକୁ ଗଲେ, ଭୁଲିଯାଏ ସବୁ ଶବ୍ଦ।
ଲେଖୁଥାଏ ପୁଣି ଚିରୁଥାଏ ଖାଲି, ଡାଏରୀର ସବୁ ଫର୍ଦ୍ଦ।।
କେତେ ସୁନ୍ଦର ଯେ ହରିଣୀର କାନ, ପାଦ ପାଖେ ତୁମ ଫିକା।
ଶୁଭ୍ର ଝରଣାଠୁ ଶୁଭ୍ର ଜାନୁଦେଶ, କିପରି ହୋଇବ ଲେଖା।।
ସିଂହକଟିରୁ ବି କମନୀୟ ତୁମ, ହଂସୀନି ପରାୟେ ଚାଲି।
କାମ୍ୟ ନିତମ୍ବିନୀ କାମଦେବ ପ୍ରାୟେ, ପ୍ରେମବାଣ ଯିବେ ଭୁଲି।।
ତୁମ ସେହି କଥା ଭାବିଲେ ଭୁଲେ ମୁଁ, ଅମୃତ ପୟର ସ୍ଵାଦ।
ଉନ୍ମତ୍ତ ବକ୍ଷରେ ରମ୍ୟ ପୟୋଧରେ, ଗଳାରୁ ଝରିତ ସ୍ୱେଦ।।
ମୟୂର ଗ୍ରୀବାଠୁ ଅଧିକ ସୁନ୍ଦର, ଗ୍ରୀବା ତୁମ ସୁଗଠିତ।
କୋକିଳ କଣ୍ଠରୁ ଅଧିକ ମଧୁର, ତୁମରି ସୁରିଲା କଣ୍ଠ।।
ପୃଷ୍ଠଦେଶେ କଳାମେଘଠୁ ଅଧିକ, କୃଷ୍ଣବର୍ଣ୍ଣୀ କେଶରାଶୀ।
ତୁମ ସୁଗଠିତ ନୟନ ଯୁଗଳ, ଚିଲିକାଠାରୁ ବି ବେଶୀ।।
ତୁମରି ତନୁରେ କୋମଳ ଅଧର, ନାଲି ରଙ୍ଗେ ସତେ ଭିଜେ।
ମରିଯାଉଥାଏ ଚୁମ୍ବଦାନ ଆଶେ, ରକ୍ତଗୋଲାପ ବି ଲାଜେ।।
ଶେଷେ ମୁଁ କଳ୍ପନା କଲି ଯେତେବେଳେ, ଅତି ପ୍ରିୟ ଜହ୍ନ ନାମେ।
ନିଜେ ସେ କହିଲା ତା' ଚାନ୍ଦିନୀର, ରୂପେଲି ଠୁ ରୂପା ତୁମେ।।-
Movement Scientist
Instagram ID- dr.nayak_physio
ସେ - ଆଚ୍ଛା ମଳୟ, କବି ଆଉ ଲେଖକ ମାନେ ତାଙ୍କ ପ୍ରିୟଜନଙ୍କ ପାଇଁ କେତେ କଣ ସବୁ ତୁଳନାତ୍ମକ ଲେଖା ଲେଖିଯାଆନ୍ତି। ମୋ ପାଇଁ ତ କେବେ ସେପରି କିଛି ତୁମେ ଲେଖିନ!
ମୁଁ - ତୁଳନା କରିପାରିଲେ ତ ଲେଖିବି!ତୁମେ ତ ପ୍ରକୃତିର ଅତୁଳନୀୟ ସୃଷ୍ଟି।
ସେ - ସରିଲା ତୁମର ଛଳନାପ୍ରଦ କଥା! ଏମିତି କଥାରେ ଯାଦୁ ଦେଖେଇ ଆଉ କୋଉ ଝିଅକୁ ଭୁଲେଇବ ଯାଅ। ଭୁଲିଯାଅନା ଯେ ମୁଁ ବି ଜଣେ କବି।
ମୁଁ - ଆରେ ସତ କହୁଛି ଶୁଣ......(Caption)-
ସୁନ୍ଦରୀ ଗୋ ଆଖି ତୁମ ସୁନୀଳ କମଳ
ସୁନ୍ଦରୀ ଗୋ ଓଠ ତୁମ ଫୁଲଠୁ କୋମଳ
ସୁନ୍ଦରୀ ଗୋ କେଶ ତୁମ ଶ୍ୟାମଠୁ ଶ୍ୟାମଳ
ସୁନ୍ଦରୀ ଗୋ ହୃଦ ତୁମ ଗଗନୁ ନିର୍ମଳ
ସୁନ୍ଦରୀ ଗୋ ତୁମ ନାମେ ନାମ ମୋର ବନ୍ଧା
ସୁନ୍ଦରୀ ଗୋ ତୁମ କାମେ ହୃଦୟ ମୋ ଛନ୍ଦା
ସୁନ୍ଦରୀ ଗୋ ତୁମ ପ୍ରେମେ ମୁଁ ଯେ ସର୍ବହରା
ସୁନ୍ଦରୀ ଗୋ ତୁମ ଠାରେ ମନ ବେସାହାରା
ସୁନ୍ଦରୀ ଗୋ ତୁମ ମନେ ମୋ ପ୍ରେମର ନିଆଁ
ସୁନ୍ଦରୀ ଗୋ ତୁମ କାନେ ମୋ ଓଠର ଛୁଆଁ
ସୁନ୍ଦରୀ ଗୋ ତୁମ ପାଶେ ମୋ ଦେହର ବାସ୍ନା
ସୁନ୍ଦରୀ ଗୋ ତୁମ ଦେହେ ଶେଷ କର ତୃଷ୍ଣା
ସୁନ୍ଦରୀ ଗୋ କରାଅନା ଆଉ ଯେ ଅପେକ୍ଷା
ସୁନ୍ଦରୀ ଗୋ ନିଅ ନାହିଁ ଏତେ ଯେ ପରୀକ୍ଷା
ସୁନ୍ଦରୀ ଗୋ ବକ୍ଷେ ମୋ ମସ୍ତକ ତୁମ ଥାଉ
ସୁନ୍ଦରୀ ଗୋ ପ୍ରେମ ଯେ ଅମର ସଦା ରହୁ-
କୋଉ ନୂଆ କଥା ଯେ!
ପ୍ରକୃତି ର ଭାରସାମ୍ୟ ରକ୍ଷା କରିବା ପାଇଁ
ବାରମ୍ବାର ଋତୁ ବଦଳିଲା ଯେ,
ସେ ହୋଇଗଲା ଦୋଷୀ।
ଆଉ ମଳୟ!
ମିଠା ମିଠା ଛୁଆଁ ରେ ଅନ୍ୟକୁ ଖୁସି ଦେଇ
ଋତୁ ବଦଳିବା ସହ ଚାଲିଗଲା ଯେ,
ସେ ବି ହେଲା ଦୋଷୀ।-
ନିଶାର୍ଦ୍ଧ ରେ ଯେବେ ମନ ଜଳେ,ବିଛଣା ରେ ଆଖି ଲୁହ ଢାଳେ।
ହୃଦୟ ଟା ଖାଲି ପଚାରି ହୁଏ ଯେ
ଭୁଲ କଣ ମୋର କୁହ ହେଲେ।।
ନିରୀହ ହୃଦୟ ଭଲ କଲା,ଉଡା ଚଢ଼େଇ କୁ ବସା ଦେଲା।
ଶେଷେ ସେ ଚଢ଼େଇ ବସା ଛାଡ଼ିଯାଇ
ହୃଦୟ କୁ ଆଜି ଭୁଲିଗଲା।।
ସବୁ ଦୋଷ ପରା ଏ ଆଖିର,ଲୁହ ଝରାଇବା ଦଣ୍ଡ ତାର।
ଆଖି ର ଦୋଷ କୁ ଲୁଚାଇବା ଲାଗି
ଓଠ ପିଇଯାଏ ଲୁହ ଝର।।
ଓଠ ବି କରିଛି ଭୁଲ ପରା,ଯାହା ଖାଲି ପଡେନାହିଁ ଧରା।
ସେଇଥିପାଇଁ ତ ଆଖି ସାଥେ ମିଶି
ପିଇଯାଉଥାଏ ଲୁହ ସାରା।।
ଛାତି ଯଦି ଓଦା ହେଇଯାଏ,ହୃଦୟ ଟା କାଳେ ଭାଙ୍ଗିଯାଏ।
ବିଚରା ହାତ ଟା ଅସ୍ତବ୍ୟସ୍ତ ହେଇ
ଆଖି ଲୁହ ସବୁ ପୋଛିଦିଏ।।-
ସେ: ଆରେ ଏ ତକିଆ ଟା କଣ ରକ୍ତ ପରି
ଲାଲ୍ ଦିଶୁଛି!
ମୁଁ: ତୁମେ କଣ ଭାବିଥିଲ!ମୋ ଆଖିରେ
ଖାଲି ଲୁହ ଦେଇଛ?-
ଅଭାବ
ରାତି କୁ ଚାନ୍ଦର ଅଭାବ
ଆଖି କୁ ନିଦର ଅଭାବ
ନିଦକୁ ସ୍ୱପ୍ନର ଅଭାବ
ସ୍ବପ୍ନକୁ ତୁମର ଅଭାବ-
କାହିଁକି
କାହିଁକି ଏ ମନ ଭାଙ୍ଗି ପୁଣି ଯୋଡ଼ି ହେଇଯାଏ!
କାହିଁକି ଏ ଲୁହ ଶୁଖି ପୁଣି ଆପେ ଝରିଯାଏ!
କାହିଁକି ଜୀବନ ହାରି ପୁଣି ଜିତିବାକୁ ଚାହେଁ!
କାହିଁକି ମଣିଷ ମରି ପୁଣି କଷ୍ଟେ ଜିଉଁଥାଏ!
ଉତ୍ତର ଦେବାକୁ କେହି ଅଛି ଏଠି କୁହ?
ଶୁଣି କେ ପାରୁଛ ଯଦି ମନର ମୋ କୋହ।
କାହିଁକି ଏ ପ୍ରଶ୍ନ ନିଜେ ପଚାରି ମୁଁ ହୁଏ!
କାହିଁକି ସେ ଭିତରେ ମୁଁ ନିଜକୁ ହଜାଏ!-
इन आंखों से पूछो,तुम्हे तलाशने की बैचैनी कितना है!!!
इन हाथों से पूछो,तुम्हे छूने की मनमानी कितना है!!
जब तुम गायब रहती हो इन नज़रों से मेरी जान,
अरे इन सांसों से पूछो,तुम्हारे ना होने से परेशानी कितना है!!!!-
She-Dinner me kya h?
He- Kuchh nahin..
She-Kyon! pet bhar gaya meri awaz sunke?
He-Han bht dino baad.....Pet v aur aankhen v..-