I scroll down
I see her with other
I pause
I remember those days
I scroll down again...
-
Love to writing
Goal - Movie Story Writer.
ଖଲ୍ଲିକୋଟ ର ସୁନ୍ଦର ପ୍ରାକୃତିକ ପରିବେଶ ରେ ଆକାଶ କୁ ଢାଙ୍କି ମେଘମାଳମାନ ଲୁଚକାଳି ଖେଳୁଥିବା ବେଳେ, ମୟୂରର ନୃତ୍ୟକୁ ନିକଟରୁ ଦେଖିବାପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଲେ। ମୁଁ ଘରକୁ ଯିବାପାଇଁ ବସଷ୍ଟାଣ୍ଡ ରେ ବସ୍ କୁ ଅପେକ୍ଷା କରୁଥାଏ। ହଠାତ୍ ଗୋଟିଏ ଚିହ୍ନା ଚେହେରା ବର୍ଷା ରେ ଭିଜି ଦୌଡ଼ି ଦୌଡ଼ି ମୋ ପାଖକୁ ଆସିଗଲା। ମୁଁ ବସ୍ ଆଶ୍ରୟସ୍ଥଳୀ ଭିତରେ ଠିଆ ହୋଇଥାଏ। ଅତି ନିକଟରୁ ଦେଖି ଚିହ୍ନି ପାରିଲି ସେ ଅନନ୍ଯା। ରାମଚନ୍ଦ୍ର ମର୍ଦ୍ଦରାଜ କଲେଜ୍ ରେ ସେ ମୋ ସହିତ ପଢୁଥିଲା। ବନ୍ଧୁତା ଓ ପ୍ରେମର ସମାନୁପାତ ରେ ଗଢ଼ି ଉଠିଥିବା ସଂପର୍କ ଟି ଗୋଟିଏ ଅପ୍ରୀତିକର ଘଟଣା କୁ ନେଇ କଲେଜର ଶେଷବର୍ଷ ରେ ତିକ୍ତତା ଆଡ଼କୁ ମୁହାଁଇ ଥିଲା। ସେ ଯାହାବି ହେଉ, ସେ ମଧ୍ଯ ମୋତେ ବାରମ୍ବାର ଚାହୁଁଥିଲା। କିଛି ସମୟ ଅନ୍ତରାଳରେ ଆମ ଦୁହିଁଙ୍କ ମଧ୍ଯରେ କଥୋପକଥନ ଆରମ୍ଭ ହୋଇଗଲା। କଲେଜ ର କିଛି ପୁରୁଣା ସ୍ମୃତି କୁ ସେ ତାଜା କରିବାରେ ଲାଗିଲା। କିଛି ସମୟ ପରେ ଆମ ମଧ୍ଯରେ ତିକ୍ତତା ଭାବ ଆଣିଥିବା ଘଟଣା ଟି ମଧ୍ଯ ତା'ର ମନେ ପଡ଼ିଗଲା। ବର୍ଷା କେତେବେଳୁ ଛାଡି଼ ଯାଇଥିଲା, କିନ୍ତୁ ତାର ଅନୁଭବ ଆମେ ଏବେ କରିପାରିଲୁ। ସେ ଚୁପ୍ ଥିଲା। ମୁଁ ବି ଚୁପ୍ ଥିଲି। ମୋ ବସ୍ ଆସିଗଲା। ମୁଁ ତାକୁ ବିଦାୟ ଜଣାଇ ଆସିଗଲି। ଆସିଲାବେଳକୁ ଥରୁଟିଏ ପଛକୁ ଚାହିଁବା କୁ ଇଛା ହେଲା, କିନ୍ତୁ ଚାହିଁ ପାରିଲି ନାହିଁ। ଲାଗୁଥିଲା କାଳେ ସେ ରୋକି ଦେବ।
-
ଭିଡ଼ ଭିତରେ ଶୁଭାଗଲା ତା ନାଁ, ଅନନ୍ୟା। କେତେ ସରଳତା ଓ ନିରୀହତା ଭରି ରହିଥିଲା ସେହି ଚାହାଣୀ ରେ। ଅଜଣା ଦୁନିଆ ରେ ହଜିଯାଇଥିବା ମୋ ମନଟି ପୁଣି ଫେରି ଆସିଥିଲା ସେହି ଦୁନିଆ କୁ କିଛି ମନର ଭ୍ରମ କୁ ବାସ୍ତବତା ର ରୂପ ପ୍ରଦାନ କରିବାକୁ। ହୁଏତ ପ୍ରସ୍ତୁତ ନଥିଲା ସେହି ଲୋଭ ଭରା ଅମୂଲ୍ୟ ଚାହାଣୀ କୁ ପୁଣିଥରେ ଦେଖିବା ପାଇଁ। ସେଥିପାଇଁ ବୋଧହୁଏ, ଅଧା ରହିଯାଇଥିବା କାହାଣୀ କୁ ପୁରା କରିବା ପାଇଁ ରାତିଦିନ ଏକ କରିଦେଉଥିଲା ଅକ୍ଲାନ୍ତ ପରିଶ୍ରମରେ। ବିଳମ୍ବ ର ଘଡ଼ିକୁ ଶୁଭ ମୁହୂର୍ତ୍ତ ର ପରିଚୟ ଦେବାପାଇଁ ଶତତ ଚେଷ୍ଟା କରି ବିଫଳ ହେବା ସତ୍ତ୍ଵେ ହାର୍ ମାନି ନଥିଲା ସେହି ଚରିତ୍ର କୁ ବାସ୍ତବ ରୂପ ଦେବାପାଇଁ। ନିରାକାରପୁର ଷ୍ଟେସନ ରେ ଚଢ଼ିଥିବା ଅନନ୍ୟା କାଳୁପଡ଼ାଘାଟ ଷ୍ଟେସନ ରେ ଓଲ୍ଲାଇ ପୁଣି ଛାଡି ଦେଲା ସେହି ସ୍ଵପ୍ନର ଦୁନିଆ ରେ ଏକା ବଞ୍ଚିବା ପାଇଁ। ସେହି କିଛି ଅଭୁଲା କ୍ଷଣ ହୁଏତ ପୁଣିଥରେ ମୋ ଜୀବନକୁ ନ ଆସିପାରେ, କିନ୍ତୁ ତା ପ୍ରତି ସ୍ଵତଃ ଜନ୍ମିଥିବା ଭଲପାଇବା ପ୍ରତିଟି ଥର ନିରାକାରପୁର ଷ୍ଟେସନ ଆସିବା ମାତ୍ରେ ହୃଦୟ କବାଟ ଭାଙ୍ଗିଦେଇ ତାକୁ ଖୋଜିବା ପାଇଁ ଆଖି ଦୁଇଟିକୁ ବାଧ୍ୟ କରିଦେବ। ଆଉ ପ୍ରତିଟି ଥର କାଳୁପଡାଘାଟ ଷ୍ଟେସନ ରେ ତାକୁ ଖୋଜି ନ ପାଇବାର ନିରାଶା ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ମନକୁ ଆନ୍ଦୋଳିତ କରୁଥିବ।
କୈଳାସ ସର୍ବଦା କହେ, "ଯାହା ଥରେ ହୋଇଥାଏ, ତାହା ଦ୍ଵିତୀୟ ଥର ହୁଏନାହିଁ। କିନ୍ତୁ ଯଦି ଦ୍ବିତୀୟ ଥର ହୁଏ ତେବେ ତୃତୀୟ ଥର ନିଶ୍ଚିତ ଭାବେ ହୋଇଥାଏ"। ବାସ୍, ଏବେ ଅପେକ୍ଷା ଆମ ଦ୍ବିତୀୟ ଭେଟକୁ।-
କୈଳାସ ଏକ ସେଲସ୍ ମ୍ୟାନ୍ ଭାବେ ଗୋଟିଏ କମ୍ପାନୀ ର କିଛି ପ୍ରଡକ୍ଟ ବିକ୍ରୀ କରେ। ପ୍ରତିଦିନ ସକାଳ ୬:୦୦ ଟା ରୁ ଉଠି ନିତ୍ଯ କାମ ସାରି ଘରୁ ବାହାରି ଯାଏ। କାମରୁ ୫:୦୦ ଟା ରୁ ଫେରି ଘର କାମ ସାରି ଚାଲିଯାଏ ଗାଆଁ ଆଖଡ଼ା କୁ। ଆଖଡ଼ା ରେ ଚାଲେ ରାମଲୀଳା ଅଭ୍ୟାସ। ରାମଲୀଳା ରେ କୈଳାସ ର ଭାରି ଚାହିଦା। ସେଥିପାଇଁ ତ ପ୍ରତି ରାମଲୀଳା ରେ ସେ ପ୍ରଭୁ ରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇ ଅଧର୍ମ ର ଧ୍ବଂସ ଓ ଧର୍ମ ସଂସ୍ଥାପନା ପାଇଁ ସତ୍ଯ ଓ ଧର୍ମର ମାର୍ଗରେ ଚାଲି ରାମଙ୍କ ଚରିତ୍ର ର ନିଖୁଣତା ପ୍ରଦାନ କରିଥାଏ। ବାସ୍ତବ ଜୀବନରେ ମଧ୍ଯ ସେ ସେମିତି। ପ୍ରତ୍ୟେକ ତର୍କରେ ସେ ରାମାୟଣର ଉଦାହରଣ ବାଢ଼ି ନିଜର ଯୁକ୍ତିକୁ ସାର୍ଥକତା ପ୍ରଦାନ କରିଥାଏ। କର୍ମ ବହୁଳ ଜୀବନ ବହୁତ ଭଲ ଚାଲିଥିଲା। ହଠାତ୍ ସେ ଜାଣିବାକୁ ପାଇଲା, ସେ ବିତରଣ କରୁଥିବା ପ୍ରଡକ୍ଟ ମନୁଷ୍ଯ ଶରୀର ପାଇଁ ହାନିକାରକ। କମ୍ପାନୀ ର ଲାଇସେନ୍ସ ବି ନକଲି। ସେ ଅଭିେଯାଗ କରିଲା, ତାକୁ ଚାକିରୀ ରୁ କାଢ଼ି ଦିଆଗଲା। ଜୀବନରୁ ମାରିଦେବାକୁ ଧମକ ଦିଆଗଲା। ସେ ଥାନା ରେ ଅଭିଯୋଗ ଦେବାରୁ କମ୍ପାନୀ ଟଙ୍କାରେ ବଞ୍ଚୁଥିବା କିଛି ପୋଲିସ କର୍ମଚାରୀ ଏହି କଥା କମ୍ପାନୀ ମାଲିକ କୁ ଜଣାଇଦେଲେ। ମାଲିକର ମୁଣ୍ଡ ଖରାପ। କିଛି ଗୁଣ୍ଡା ପଠାଇଲା କୈଳାସ କୁ ଧମକ ଦେଇ ଅଭିଯୋଗ ଫେରାଇନେବାକୁ।କିନ୍ତୁ କୈଳାସ ସେଇ ଧମକ ରେ ଡରିବା ଲୋକ ନଥିଲା। ଉପରୁ ଅର୍ଡର୍ ଆସିଲା , "କୈଳାସ କୁ ମାରିଦିଅ। ପୋଲିସ,କୋର୍ଟ କଚେରୀ ସବୁ ମୁଁ ସମ୍ଭାଳିଦେବି"। କୈଳାସ ଲଢ଼ିଲା। କିନ୍ତୁ କେତେ ସମୟ ? ସେ ତଳେ ପଡ଼ିଗଲା। ତା ଆଖି ବନ୍ଦ ହେଇଗଲା। ଆଉ ପ୍ରଚ୍ଛଦପଟ ରେ ଗୋଟିଏ ଗୀତ ବାଜୁଥିଲା -
" ରଘୁକୁଳ ରୀତି ସଦା ଚଲିଆଇ,
ପ୍ରାଣ ଯାଇ ପର ବଚନ ନ ଯାଇ"।-
-: ଅନ୍ତିମ ମିଳନ :-
( 'ଅବାସ୍ତବ ଅନୁଭୂତି' ରୁ ସଂକଳିତ)
ଭାଗ -୧
(Read in Caption)-
मैंने परखा है अपनी बदकिस्मती को,,
मैं जिसे अपना कह दूँ फिर वो मेरी नहीं रहती।-