Madhusmita Maharana  
16 Followers · 6 Following

Trying to write..
Joined 8 January 2020


Trying to write..
Joined 8 January 2020
8 APR AT 0:57

ହଁ, କହିପାର ତୁମେ..
କହିପାର ଯେ ମୁଁ ବୋକୀ ଝିଅ ଟେ |
ତୁମକୁ ଭଲ ପାଏ ସତ,
ହେଲେ ବଦଳରେ କିଛି ଚାହେଁନି ତୁମଠୁ |
ନା, ତୁମକୁ ପାଇବାର ଆଶା ,
ନା,ତୁମ ଜୀବନରେ ମୋର ଅଧିକାର,
କିଛି ବି ଦରକାର ନାହିଁ ମୋର,
ଦରକାର ତ କେବଳ,
ତୁମ ଖୁସି ଆଉ
ମୋ ଜୀବନ ରେ ତୁମ ଉପସ୍ଥିତି |
ବାସ ଏତିକି..
ବାସ ଏତିକି ଯଥେଷ୍ଟ ମୋ ପ୍ରେମ ର ସମ୍ପୂର୍ଣ୍ଣତା ପାଇଁ |

-


3 APR AT 22:46

ଅସରନ୍ତି ପ୍ରଶ୍ନ ଅଛି ମନରେ, ତୁମେ ଉତ୍ତର ଦେଇ ପାରିବ କି ?
ଜାଣିଛି ଅଚିଂହା ମୁଁ ତୁମ ପାଇଁ , କିଛି ସମୟ ତଥାପି ବାଣ୍ଟି ପାରିବ କି ?
ପରିଚିତ ଚେହେରା, ଆଉ ବ୍ୟସ୍ତବହୁଳ ଜୀବନ ତୁମର,
ଅଜଣା ମୁହଁ, ଆଉ ଅତି ସାଧାରଣ ଦୁନିଆ ଟି ମୋର,
ଜାଣିବାକୁ ଅଭିଳାଷ ଥିଲେ ବି ତୁମକୁ ଜାଣିବାର ଇଚ୍ଛା ମୁଁ କରୁନି,
ସୁନ୍ଦର ଦୁନିଆ ର ଭିଡ ଭିତରେ ତୁମକୁ ଖୋଜି ପାଇବାକୁ ଚେଷ୍ଟା ବି ମୁଁ କରୁନି,
କିଂନ୍ତୁ କେବେ ଯଦି..
କେବେ ଯଦି ଦେଖା ହେଇ ଯାଏ ଏଇ ସହର ର ଭିଡ ଭିତରେ..
କଣ ତୁମେ ମୋ ସହ ପରିଚୟ ର ହାତ ମିଳାଇ ପାରିବ କି ?

-


2 APR AT 22:13

ଜାଣିନି, କଣ ତ ଗୋଟେ କଷ୍ଟ ଲାଗୁଛି |
ଏଇ ଶୂନଶାନ କଠିନ ରାସ୍ତା ରେ
ଆଜି କାଇଁ ଚାଲିବାକୁ ଭାରି ଡର ଲାଗୁଛି|
ଲମ୍ବା ରାସ୍ତା, ହେଲେ ସମୟ ଖୁବ କମ |
ସମୟ ସରି ସରି ଯାଉଛି,
ହେଲେ ବେଳେ ବେଳେ ମନ ଥକି ଯାଉଛି |

ପୁଣି ,
ମନକୁ ସଜାଡି ସମୟ କୁ ଜାବୁଡି ରାସ୍ତା ଚାଲୁଛି ସତ,
ସ୍ବପ୍ନ କୁ ସଜେଇ ଖୁସି କୁ ହଜେଇ ଅଣ୍ଟା ଭିଡୁଛି ସତ,
ପ୍ରୟାସ ର ନିଆଁ କୁ ମଝିରେ ମଝିରେ ଜଳାଉଛି ସତ,
ମନରେ ନିଜ ସାମର୍ଥ୍ୟ ର ବିଶ୍ୱାସ କୁ ଭରୁଛି ସତ,
ହେଲେ ଜାଣିନି..
ଜାଣିନି,କଣ ତ ଗୋଟେ କଷ୍ଟ ଲାଗୁଛି |

-


2 APR AT 20:59

ମୁଁ- ତୁମକୁ କେବେ ବି ମୋ କଥା ମାନେ ପଡେନି ?

ସେ - ମନେ ପଡେ, ବହୁତ ମାନେ ପଡେ |
ଇଛା ହୁଏ ତୁମ ସହ ଗୋଟେ ଘରେ ରୁହନ୍ତି କି !
ତୁମ ସହ ଅନେକ କଥା ହୁଅନ୍ତି କି !
ହେଲେ ମୁଁ ଚୁପ ରହି ଯାଏ ,
ମୋ ପରିସ୍ଥିତି କଥା ଭାବି,
ମୋ ପରିବାର କଥା ଭାବି,
ମୋ ଦୁଃଖ ଅବସ୍ଥା କଥା ଭାବି,
ମୋ ଭବିଷ୍ୟତ ର ଅସ୍ତିତ୍ବ କଥା ଭାବି|

ମୁଁ - ଅଚ୍ଛା ! ସବୁ ତ ଭାବିଲ,
ହେଲେ, ଭାବିଲନି ନା,
ମୁଁ କଣ ଭାବୁଥିବି?
ମୁଁ କେତେ କାନ୍ଦୁଥିବି?
ମୁଁ କେତେ ଖୋଜୁଥିବି?
ମୁଁ କେତେ କଷ୍ଟ ପାଉଥିବି?

ନାଇଁ ନା , ଜାଣିଥିଲି..
ଜାଣିଥିଲି କାଇଁ ନା ସତରେ ତୁମେ କେବେ ମୋ ମନ କୁ ଭଲପାଇ ହି ନଥିଲ |
ଯାହା ବି ଥିଲା, କିଛି କ୍ଷଣିକ ର ଖୁସି ଦେଇ ଖୁସି ପାଇବା ର ଅଭିନୟ |

-


2 APR AT 1:21

ମୁଁ - ଶୁଣ ନା, ଆଜି ଗଲା ବେଳେ ଘରୁ ବାହାରିଲେ ମତେ ଫୋନ କରିବୁ !
ସେ - କାହିଁକି ?
ମୁଁ - ଆରେ ମୁଁ ତତେ ଶେଷ ଥର ପାଇଁ ବାଇ କହିବି ପା |
ସେ - ହେଲେ କାଲି ତମ ଘରୁ ଫେରିଲା ବେଳେ ତ କହିଥିଲୁ ନା |
ମୁଁ - ହେଲେ ବି |
ସେ - କଣ ହେଲେ ବି? ମୁଁ କଣ ସବୁ ଦିନ ପାଇଁ ଯାଉଛି ନା କଣ ?ଏଥର ଜଲ୍ଦି ଆସିବି |
ମୁଁ - ହଉ,ଛାଡ଼ ସେ ସବୁ | ସବୁ ଜିନିଷ ମନେ କରି ନେବୁ| ଆଉ ହଁ ପହଂଚିକି ଫୋନ କରିବୁ |

ନା ସେ ମୋ "ହେଲେ ବି " ପଛରେ ଥିବା ଅକୁହା କଥାଗୁଡାକ ବୁଝି ପାରିଥିଲା, ଆଉ ନା ମୁଁ କହି ପାରିଥିଲି | ଜୀବନ ରେ କିଛି ଅକୁହା କଥା ଅଣଶୁଣା ହେଇ ରହି ଯାଏ ଆଉ ବୋଧେ ରହିବା ବି ଦରକାର |

-


1 APR AT 16:23

ପ୍ରଶ୍ନ ଥିଲା - ସତ କହିଲୁ, ତତେ କେବେ ତା ସହ ପ୍ରେମ ହେଇନି ?
ଆଉ ଉତ୍ତର ରେ ମୁଁ କହିଥିଲି -
ଜାଣିନି | ବୋଧେ କେବେ ଜାଣିବାକୁ ଚେଷ୍ଟା ବି କରିନି|
ହେଲେ, ସେ ହସ ହସ ମୁହଁ ରେ ମତେ ଚାହିଁ ଥିବାର ଦେଖିଲେ, ଦୁନିଆର ସବୁ କିଛି ପାଇଗଲା ପରି ଲାଗେ |

-


31 MAR AT 21:09

I don't know what love feels like..
All i had gone through was just attachments I guess..
People pretend to love me to find me in a beneficial way..
But my heart seeks for just the jenuine connection.
I want to feel how it feels to be truly loved..
How it feels,
To be someone's good morning text..
To be the photo in someone's wallpaper..
To be the folder in someone's gallery ..
To be the face someone wants to see always..
To be the voice someone wants hear unlimited.
To be the name someone love to write his name with..
To be the girl asked for going out and spending quality time with..
To be the person someone writes poet about..
To be the female lead of every romantic song someone listen to.
To be the starts to someone's scars..
To be the happiness to someone's life .
To be the companion never left alone..
To be the only one someone can't dream of living a day without..


-


31 MAR AT 11:18

ଶୁଣ ନା ,
ଆଜି ନା ସେ ମତେ ପଚାରିଲେ- "ତୁମର ସବୁଠୁ ଭଲ ସାଙ୍ଗ କିଏ?"
ଆଉ ମୁଁ ତାଙ୍କୁ ପୂର୍ଣ୍ଣମୀ ଦିନ ଦେଖା କରେଇବି ବୋଲି କହିଦେଇଛି | ତୁମେ ଆସିବ ତ ସବୁଥର ଭଳି ???
ଆଉ ଶୁଣନା,
ତାଙ୍କୁ ନା ଅପେକ୍ଷା କରିବା ବିଲକୁଲ ପସନ୍ଦ ନୁହଁ, ତୁମେ ଟିକେ ଜଲ୍ଦି ଆସିବ ହେଲା |
ଆଉ ହଁ,ମୋ ସହ ଯେମିତି ଲୁଚକାଳି ଖେଳ ସବୁଦିନ ସେମିତି ଜମା ଚଳିବନି କହିଦେଉଛି|
ତୁମର ସେ ଯୋଉ ସାଙ୍ଗ 'ବାଦଲ' ତାକୁ ଆଗରୁ ମନା କରିଦେବ,ଯେମିତି ତୁମ ଆଗକୁ ଆସିବନି ସେଦିନ ,ମନେକରି ବୁଝିଲ|
ହଉ ସାଙ୍ଗ,ମୁଁ ତଳକୁ ଯାଉଛି ମା' ଡ଼ାକିଲାଣି କାଲି ସନ୍ଧ୍ୟା ରେ ପୁଣି ଛାତ ଉପରକୁ ଆସିଲେ କଥା ହେବା |

-


31 MAR AT 10:50

ଆଉ ସବୁ ରାତିରେ ଜହ୍ନ ମତେ ପଚାରେ-
" ଖାଲି ତାରି କଥା ହିଁ କ'ଣ ପାଇଁ ?"
ଆଉ ମୁଁ ହସିଦେଇ କହେ-
"କାଇଁ ନା ସେ ବି ଠିକ ତୁମ ପରି l"

-


30 MAR AT 20:36

ହଁ,ମାନୁଛି ମୁଁ..ମାନୁଛି ଯେ ସେ ,
ମନର କଥା କୁ ସମସ୍ତଙ୍କୁ କହି ପାରେନି,
ଛନ୍ଦ କପଟ କୁ କେବେ ସହଜରେ ବୁଝି ପାରେନି ,
ଭଲ ମନ୍ଦ ବାଛ ବିଚାର ତାକୁ ଜଣା ହିଁ ନାହିଁ,
ରାଗ ରୁଷା, ଦେଖେଇ ହଵା ଦୁନିଆ ରୁ ବହୁ ଦୂରରେ ଥାଏ,
ବାହାଦୁରି ମାରି ମନ ଜିତିବା ସେ ଏଯାଏ ବୋଧେ ଶିଖି ବି ନଥିବ,
ଆଉ ଛଳନା କରି କାହା ମନରେ ଦୁଃଖ ଦେବା କେବେ ସେ ସ୍ବପ୍ନ ରେ ବି କରିପାରିବନି .
ହଁ, ସେ ମୋ ସାଙ୍ଗ ଏକଦମ ସିଧା ସାଧା.
ଏ କ୍ଷଣିକ ବଦଳୁ ଥିବା ଦୁନିଆ ରୁ ବହୁତ ପଛରେ,
ହେଲେ ସେ ଏମିତି ମଣିଷ ଟିଏ ,
ଯିଏ ମଣିଷ ର ଦୁଃଖ ବୁଝି ପାରେ,
ଆପଣା ଲୋକ ଙ୍କୁ ଖୁସି ବାଣ୍ଟି ପାରେ ,
ସବୁ ପରିସ୍ଥିତି ରେ ନିଜକୁ ଖାପ ଖୁଆଇପାରେ,
ସମସ୍ତଙ୍କ ଖୁସି ରେ ନିଜେ ଖୁସି ହେଇ ପାରେ,
ନିଜ ଲୋକ ଙ୍କୁ ସମୟ ଦେଇ ପାରେ ,
ଆଉ ସମ୍ପର୍କ କୁ ସମ୍ମାନ ଜଣେଇ ପାରେ ,
ମନ ବୁଝି ପାରେନି ହେଲେ,କାମରେ ମନ କିଣି ପାରେ,
ବାଛ ବିଚାର ନୁହଁ, ବରଂ ସମସ୍ତଙ୍କୁ ଆପଣେଇ ପାରେ ,
ବାହାଦୁରି କମ ,ହେଲେ କଥା ରଖି ପାରେ,
ଛଳନା ନୁହେଁ ବରଂ ବିଶ୍ୱାସ ଜିତି ପାରେ,
ହଁ, ସେ ମୋର ଏମିତି ନିଆରା ସାଙ୍ଗ ଟିଏ..
ସାଙ୍ଗ ନୁହଁ ତ ହୀରା ଖଣ୍ଡଟିଏ..

-


Fetching Madhusmita Maharana Quotes