ପ୍ରତିଦିନ ସେ ପ୍ରଶ୍ନୀଳ ଆଖିରେ ଦେଖେ ମୋ ଆଡକୁ ।
ଆଉ କିଏ ନୁହେଁ ମ,
ସେଇ ଦର୍ପଣ ଭିତରେ ଦିଶୁଥିବା ଆତ୍ମ-ପ୍ରତିବିମ୍ବ ।
କୋଉଠୁ କେଜାଣି କେତେ ଯେ ପ୍ରଶ୍ନର ବର୍ଷା କରିବସେ ....!!
ପ୍ରତିଟି ପ୍ରଶ୍ନର ଉତ୍ତର ତ ନଥାଏ ;
ପ୍ରତିବିମ୍ବକୁ ଦେଖିବାର ସତ୍-ସାହସ ତ ହୁଏନା...
ଲାଗେ ଯେମିତିି କାହାକୁୁ ବାନ୍ଧି ରଖିଛି ଦର୍ପଣର ସେଇ କାଚକାନ୍ଥ ଭିତରେ ।
ଛଟ୍ ପଟ୍ ହେଉଛି ସେ ଯେମିତିି ...।
କିନ୍ତୁ ମୁକ୍ତି ବି କାହୁଁ ମିଳିବ !
ଏଇଟା ହିଁ ତ ଦ୍ଵନ୍ଦମୟ ଜୀବନ,
ତା' ଛଡା ଆଉ କିଛି ବି ନୁହେଁ ।-
ନୀରବତାର ଚ଼ାଦର ଘୋଡେଇ ହେଇ ଲୁଚି ବସିଛି ମୁଁ।
ଦୁନିଆଁଟା ଚାହିଁ ବସିଛି ମାେତେ ଶୁଣିବାକୁ,
ହେଲେ ତୁମ ଶୁଣିବାର ଅପେକ୍ଷା ରେ ମୁଁ ....
କୁହ, ଦେଇପାରିବ ସେଇ କିଛିଟା ମୂହୁର୍ତ୍ତ...!!!
ନା ତୁମେ ଦେଇଥିବା ଡାଏରୀର ଖାଲି ଫର୍ଦରେ ଲେଖି ବସିବି ସେସବୁ କଥା,
ଯାହାକୁ କହିବା ପାଇଁ ମୁଁ ତ ଅଛି....
ହେଲେ ଶୁଣିବାକୁ ନାହଁ ତୁମେ , ତୁମର ଉପସ୍ଥିତି ଆଉ ସେହି ଅନୁରାଗ....
ତା'ହେଲେ କୁହ,
ତୁମେ ହେଇପାରିବ ମୋର ସେ ନୀରବତାରେ ଲୁଚି ରହିଥିବା ନୀରବ ଶବ୍ଦ...!!!!!-
मैं समन्दर की शौर जैसी,
वह आसमान सा शांत ..।
मैं बेरंग धुंदला कोहरा जैसी,
वह बिलकुल इश्क़ की सारी रंगों से भरा....।
मैं उलझी हुई कच्ची धागों जैसी ...
वह सुलझा हुआ एक ख़ूबसूरत कारचोबी ...।-
ତୁମ ହୃଦୟର ଶୂନ୍ୟତାକୁ ,
ନିଜ ଆବେଗର ସ୍ୟାହିରେ ଭରି ଦେବି...
ତୁମେ କ୍ରୋଧାଗ୍ନିରେ ଜର୍ଜରିତ ହେଲେ,
ପହିଲି ବର୍ଷାରେ ମାଟିର ବାସ୍ନା ହେଇ ଛୁଇଁଯିବି ...
ଆଉ ତୁମେ ଅସ୍ଥିର ଲହରୀ ହେଲେ,
ପ୍ରଣୟର ସତ୍ତାକୁ ସାଉଁଟି ତୁମଠାରେ ବିଲୀନ ହେବି.....।
ଇତି
ତୁମର ମୁଁ ❤️-
मन करता है के तुम्हें लिखदुं अपनी इश्क़ की शियाही से ...
गुनगुनि धुप में लिखूँ और सुकून सी शाम में .....
रातों की अँधेरों में लिखूँ और सबरों के उजालों में ...
बस तुझे लिखती रहूं ,
और हर बारी मेरा ही लिखूँ ....।
-
In the era of Green flag and red flag...
Be my RAINBOW🌈
And,
I'll be your BUTTERFLY 🦋-
ଯାତନାର ବହୁ ବର୍ଷ ପରେ......
ମନ ଛୁଟି ଯାଇଥିଲା ସେଇ ମହାନଦୀ-ପଠାକୁ ଆଜି ପୁଣିଥରେ,
ଦୀର୍ଘ କେଇ ବର୍ଷର ଆତ୍ମ-ସଂଘର୍ଷ ପରେ,
ନବାଗତ ଗ୍ରୀଷ୍ମର ଗୋଧୂଳି ବେଳାରେ।
ସେଇ ନଈପଠାର ରଙ୍ଗ ଢଙ୍ଗ ବଦଳିଲା ଭଳି,
ଆଜି ମୋର ମନର ଭଙ୍ଗୀ ବି ଥିଲା ଅଲଗା...
ନୂଆ ଆଶା,ଉଲ୍ଲାସ,ଉଚ୍ଛ୍ୱାସ...
ନୂଆ ସ୍ବପ୍ନ,ଉନ୍ମାଦନା,ଉଦ୍ଦୀପନା...
ଆଉ ନୂଆ ଭାବ,ଭାଷା,ଜିଜ୍ଞାସାରେ ପରିପୂର୍ଣ୍ଣ ...।
ସ୍ୱର୍ଣ୍ଣିମ-ସୂର୍ଯ୍ୟ ସହ ରକ୍ତିମ-ସଂଜ ବି ଗଡ଼ିଯାଉଥିଲା ....
ଆଖି ଦେଖୁଥିଲା ପ୍ରକୃତିର ଅପୂର୍ଵ ସୌନ୍ଦର୍ଯ୍ୟ,
ସୌନ୍ଦର୍ଯ୍ୟ....ସମୟର ଆଉ ପରିବର୍ତ୍ତନର।
-
तक़दीर,
इश्क़,
और इंसान.....
अगर एक हि हो,
तो ज़िंदगी बन जाती है ...।-
ତୁମର ଅନୁପସ୍ଥିତି ମୋ ପାଇଁ ଦୂରତା ନୁହେଁ,
ବରଂ ତୁମ ଅଫୁରନ୍ତ ଭଲ ପାଇବାର ଉପସ୍ଥିତି...।
ତୁମର ନୀରବତା ମୋ ପାଇଁ ଶୂନ୍ୟତା ବା ବିଳାପ ନୁହେଁ,
ମାଟି ସୁରେଇରେ ଭରିରହିଥିବା ମଧୁରଜଳର ଶୀତଳତାର ଅନୁଭୂତି...
ତୁମେ ଯ଼ଦି ପଚାରିବ ,
କେବେ ଆଉ କେଉଁଠି ହେଲା ପ୍ରେମ!
ଉତ୍ତର ବୋଧେ ନାହିଁ ଏଇ ପ୍ରଶ୍ନର...
କିନ୍ତୁ ତୁମ ଅନୁପସ୍ଥିତିରେ ତୁମକୁ ଭଲ ପାଇ ବସିଛି ....
ବାସ୍ ଏତିକି ବୁଝିଛି ।
-
केहने को तो कुछ भी केह लूं उनपे,
पर कम् लगता है ।
जब हमें देखके मुस्कुरा देते हैं ...
जब लाखों तरीकों से इज़हाऱ करतें हैं ...
और् जब ना-उम्मीद बेसुमाऱ इश्क़ जताते हैं ...
सच्ची मे.....कम् लगता है ...
क्या ही लिखूँ में उनपे ....!!!-