(କଜଳ)
ଆଙ୍କିଥିଲି ମୁଁ ଆଖିରେ କଜଳ,
ପୀରତି ର ଛିଟା ପାଇଁ,
ପୀରତି ର ଛିଟା ଲିଭିଗଲା ହେଲେ,
କଜଳ ଲିଭିଲା ନାହିଁ।
ଦିଶୁଥିଲା ସେତ ସଜଳ ସଜଳ,
ଯେତେ ଛାଟିଲେ ହେଁ ଜଳ,
ଚିତ୍କାର କରି କହୁଥିଲା ମୋତେ,
ସାଥୀ କି କରିଲେ ଛଳ?
କି ଅବା କହିବି ଉତ୍ତର ରେ ତାକୁ,
ଆଖି ତ ରହିଛି ସାକ୍ଷୀ,
ଖୋଜୁଥିଲା ଯିଏ ପ୍ରତି ମୁହୂର୍ତ୍ତ ରେ,
ହଜିଗଲା ସେଇ ପକ୍ଷୀ।
ପକ୍ଷୀ କି ଜାଣିବ କଜଳ କବିତା,
ଗଲାଣି ଯେ ପରଦେଶ,
କଜଳ ରେ ତୋର ପୀରତି ର ଗୀତି,
ଥିଲା ଅଧା ହେଲା ଶେଷ।
-