ତୋ ମନ୍ଦିର ଆଡେ କାହିଁକି ଡାକୁଛୁ ଜାଣିନି କାରଣ ତାର
ଭାବୁ ଭାବୁ ପୁଣି ଜାଣି ମୁଁ ପାରିଲି ଆଜି ରଥ ଯାତ୍ରା ତୋର
ବିରଜା କ୍ଷେତ୍ରରେ ପୂଜା ପାଉ ମା ଦ୍ବିଭୁଜା ଦୁର୍ଗା ରୂପେ
ପ୍ରତି ସନ୍ଧ୍ୟା ବେଳେ ତୋହରି ନାମକୁ ମନେ ମନେ ନିତି ଜପେ-
ଶୀତଳ ପରଶେ ମୁଣ୍ଡକୁ ଆଉଁସି ପାଖେ ବସି ପ୍ରିୟତମା
ଛାତିରେ ମୋହର ମୁଣ୍ଡକୁ ଗେଞ୍ଜଇ କୁହେ ଛାଡିବନି ମୋତେ ଜମା-
ତୁମରି ଚରଣରେ ପଶିଲି ଶରଣ ରଖ ଆହେ ମହାବାହୁ
ତୁମ ନନ୍ଦିଘୋଷ ମୋ ଭକତି ଆଗେ ଟିକିଏ ଅଟକି ଯାଉ-
ଯେଉଁଠି ଦୁଃଖର ଭାର ବଢିଯାଏ ସେଠି ଭବିଷ୍ୟତକୁ ବିଶ୍ୱାସ କରିହୁଏ ନାହିଁ॥
ଯେଉଁଠି ଭବିଷ୍ୟତକୁ ବିଶ୍ୱାସ କରାଯାଏ ସେଠି ଦୁଃଖ କୁ ପରଖିବାକୁ ପଡେ॥
-
ସ୍ୱପ୍ନ ରାଇଜରେ ଘୁରି ବୁଲୁଥିଲା ଭେଟ ହେଲା ରାଜକୁମାରୀ
ପ୍ରତି ଉତ୍ତରରେ ଶୁଭ ସକାଳରେ କଥା ହେଲା ନୀଳ ଅପ୍ସରୀ
ଲାଜେଇ ଲାଜେଇ ଅଳପ ହସିଲା କହିଲା ହେ ରାଜକୁମର
ହୃଦୟରେ ତମ ଜାଗା ରଖିଥାଅ କରିନେବ ମତେ ନିଜର।।-
ତୁମେ କି ବୁଝିଛ ପ୍ରେମର ମର୍ଯ୍ୟଦା
କରୁଥିଲ ଅଭିନୟ
ହାରିଯାଇ ଆଜି ଦୁନିଆକୁ କହେ
ପ୍ରେମରେ ମୁଁ ଯେ ବିଜୟ
ତୁମେ ମୋତେ କୁହ ଭୁଲି ଯାଅ ମୋତେ
ଠିକ୍ ହୋଇଯିବ ସବୁ
ବନ୍ଧୁ ମୋର କହେ ପ୍ରେମରେ ପଡିଲେ
କଷ୍ଟ ବହୁତ ପାଇବୁ
ପ୍ରେମରେ ପଡିଲେ ଆୟୁଷ ସରଇ
ଜୀବନଟା ଲାଗେ ତୁଚ୍ଛ
ଜୀଇଁ ଥାଉ ଥାଉ ମରିବାକୁ ହୁଏ
ପ୍ରେମର ମାନେ ମିଛ-
ମତେ ଭିଜାଉଛ ଆଖିର ଲୁହରେ
ତୁମେକି ପାଉଛ ଖୁସି
ହୃଦୟ ବେଦନା କାହାକୁ କହିବି
କଷ୍ଟ ହୁଏ ମୋତେ ବେଶୀ
କାହିଁକି ତୁମକୁ ଭଲ ମୁଁ ପାଇଲି
ନିଜ ପାଇଁ ନିଜେ ଦାୟୀ
ଯନ୍ତ୍ରଣାର ଭାର ସହି ହେଉନାହିଁ
ପାରୁନି ମୁଁ ଜମା ରହି
ବିଚ୍ଛେଦ ବିରହ କ୍ଲୀଷ୍ଟକୁ ସହିବା
ନୁହଁଇ ଜମା ସହଜ
ଏତେ ଦିନର ପୁରୁଣା ସ୍ମୃତି
ଛାତିରେ ପକାଏ ବଜ୍ର
ତୁମେ ମୋର ଚମ୍ପା ତୁମେ ମୋର ମଲ୍ଲୀ
ଘର ଅଗଣା ତୁଳସୀ
ଏତେ ସବୁ ପରେ ଆନନ୍ଦ ମନରେ
ଭୁଲି ଗଲ ହସି ହସି (ଅସମ୍ପୂର୍ଣ୍ଣ)
-
ମୋର ବୁନ୍ଦା ଏ ଲୁହ ବି ମତେ ଧିକାର କରୁଛନ୍ତି,କହୁଛନ୍ତି ସେ ସୁନ୍ଦରୀ ହରିଣୀକୁ କାହିଁକି ତୁ ଗାଳି କଲୁ ସେ ତୋତେ ପ୍ରତିଟି ମୁହୂର୍ତ୍ତରେ ଖୋଜି ବୁଲେ କିନ୍ତୁ ତୁ ଆଜି ତାକୁ ଗାଳି କାହିଁକି କଲୁ ।।
%%%%%%
ପ୍ରତି ଉତ୍ତରରେ ମୁଁ କହିଲି:- ସେ ମତେ କ୍ରୋଧ କୁ ଜାଗ୍ରତ କରାଇଲା ।।
ସେଥିପାଇଁ ଅକୁହା କଥା ସବୁ କହିଗଲି,ଯାହା ମତେ ବେଶୀ ଯନ୍ତ୍ରଣା ଦେଉଛି ।।
ସେହି କ୍ରୋଧ ପାଇଁ ମୋର ଯଦି କ୍ଷତି ହୁଏ କିମ୍ବା ସେ ସୁନ୍ଦରୀ ହରିଣୀର କିଛି ହୁଏ ମୁଁ ମୋ ନିଜକୁ କ୍ଷମା କରିବିନି ।।
ସେ ହରିଣୀର ନୟନ କୁ ଦେଖି ମୁଁ ବଞ୍ଚି ଯାଉଥିଲି
ମୁଁ ତାକୁ ବୋଧେ ବେଶୀ ଭଲ ପାଉଛି ସେଥିପାଇଁ ଏତେ ଗାଳି କରିଦେଲି ।।
ଆଜିଠୁ ଗାଳି କୁ ଜୁହାର ସେ ଆମ ସମ୍ପର୍କ ମଧ୍ୟରେ ବହୁତ ଫାଟ ସୃଷ୍ଟି କରୁଛି ।।
-
ହଠାତ୍ ଆଘାତ ଲାଗେ କାହିଁକି,,,,,,,,
ଅଦିନରେ ଶୀତୁଆ ଶୀତୁଆ ଲାଗେ କାହିଁକି,,,,,
ବର୍ଷା ଭିଜା ଶରୀରରେ ନିଆଁ ଲାଗେ କାହିଁକି,,,,,,
ଶରୀରର ମାଂସ ପିଣ୍ଡୁଳା ସବୁ ଭିଜି ଯାଏ କାହିଁକି,,,,,
ଏକା ଏକା ଚମକି ପଡେ କାହିଁକି,,,,,,
ସ୍ୱପ୍ନ ବିନା ନିଦ ଭାଙ୍ଗେ କାହିଁକି,,,,,,,,
ଆଖିରୁ ନୀର ଧାର କାହିଁକି,,,,,,,,
ନିଶା ମୋତେ ନିଶାଦିଏ କାହିଁକି,,,,,,
କିନ୍ତୁ
ଖଟର ସେହି ଟକିଆ ସହ ମୋର ଆକର୍ଷଣ କାହିଁକି,,,
ସିଏ ମୋର ନାୟିକା ସାଜେ କାହିଁକି,,,,,,💚💚💚
-
ମଣିଷର ସବୁ ଇଛା ପୂରଣ ହୁଏନାହିଁ।।
ସେ ଚାହୁଁଲେ ମଧ୍ୟ ସବୁ କିଛି ନିଜର କରିପାରେ ନାହିଁ ।
କିନ୍ତୁ
ଯିଏ ଚାହୁଁଥିବା ଜିନିଷକୁ ସହଜରେ ପାଇଯାଏ ସେଇଟା ତାର ଭାଗ୍ୟ ବୋଲି ମାନିନେବା ଉଚିତ୍।।
ହେଲେ ପାଇଥିବା ଜିନିଷକୁ ହରେଇ ଦେଲେ ହୁଏତ ତାଠାରୁ ଭଲ ଜିନିଷ ମିଳିପାରେ ।।
କିନ୍ତୁ
ତାହା ଆଉ ଭାଗ୍ୟ ନୁହେଁ ବରଂ ଭବିଷ୍ୟତର ଏକ ସୁନା ଖଣ୍ଡ ନହେଲେ ଅଙ୍ଗାରର ଅଂଶ ବିଶେଷ ରୂପେ ଆସିଥାଏ ।।
-