#ଆସ_କେବେ...
ଆସ କେବେ ମୁଠାଏ ସ୍ବପ୍ନ ନେଇ,
ତୁମ ଅଣଦେଖାରେ ତୁମ ସ୍ଵପ୍ନସବୁକୁ
ତୁମ ପାଇଁ ସାକାର କରିବି।।
ଆସ କେବେ ବସ୍ତାଏ ପ୍ରେମ ନେଇ,
ତୁମ ଅନୁପସ୍ଥିତିରେ ତୁମ ପ୍ରେମ ସବୁକୁ,ମୋ ପ୍ରେମରେ ମିଶାଇ
ତୁମ ପାଇଁ ସାଇତି ରଖିବି।।
ଆସ କେବେ ପୁଞ୍ଜାଏ ରାଗ,ରୂଷା,ଅଭିମାନ ନେଇ,
ତୁମକୁ ଚାହିଁ ତୁମ ହସରେ ତୁମ ରାଗକୁ
ତୁମ ପାଖେ ହଜାଇ ଦେବି।।
ଆସ କେବେ ଆଞ୍ଜୁଳାଏ ଆଶା, ଅଭିଳାଷ ନେଇ,
ତୁମ ସହ ମିଶି ତୁମ ଅଜାଣତରେ ତୁମ ଆଶାସବୁକୁ
ତୁମ ପାଇଁ ପୂରଣ କରିବି।।
ଆସ କେବେ ମେଞ୍ଚାଏ ସମୟ ନେଇ,
ତୁମ କୋଳରେ ଶୋଇ ତୁମ ନାଁ ରେ
ଅଭିଯୋଗ ତୁମ ପାଖେ କରିବି।-
ତୁମେ ଯେଉଁ ରାସ୍ତାରେ ଛାଡ଼ିଯାଇଥିଲ , ମୁଁ ସେଇଠି ଅଛି।। କେବଳ ତୁମ ଅପେକ୍ଷାରେ..
କିନ୍ତୁ ତୁମେ ବାଇପାସ୍ ରାସ୍ତା ଦେଇ ଆଉ କାହା ସହ ଚାଲି ଗଲ।।
ବୋଧହୁଏ, ମୋ ରାସ୍ତାରେ ହେଲମେଟ ଚେକିଂ ଚାଲିଥିଲା।।-
କେତେବେଳେ ଆସ କେତେବେଳେ ଯାଅ
ଭସା ବାଦଲଟେ ପରି,
ତୁମ ବିନା ପ୍ରିୟା ବିତି ଗଲାଣି ତ
ଅଧା ଜୀବନଟା ସରି।।
ଆସିବ ବୋଲି କଥା ଦେଇଥିଲ
ଏହି ଶ୍ରାବଣର ତୁମେ,
ଶ୍ରାବଣ ଆସିଲା, ବାଦଲ ଦିଶିଲା
ହେଲେ ଭେଟି ପାରିଲେନି ଆମେ।।-
#ଅଧା ପ୍ରେମ
ସାରା ରାତି ଆଖି ବୁଜି ଯୋଡ଼ିବାକୁ ଲାଗେ,
ଅଧା ଭଙ୍ଗା ସପନଟି ଭାଙ୍ଗି ଯାଏ ଯେବେ ।
ବହୁତ କିଛି ଅଧା ଅଧା ରହିଗଲା ଭାବେ,
ଯୋଡ଼ିବନି ଜାଣିବି ସାରା ରାତି ଜାଗେ ।।
ସପ୍ନ ପରି ତୁମେ ଆସି ଯେବେ ଚାଲିଗଲ,
ବୁଝିବି ଅବୁଝା ପରି, କେତେ ଅଭିନୟ କଲ ।
ଦିସ୍ତା ଦିସ୍ତା କଥା ସବୁ କାଲି ହୋଇଗଲା।
ହିସାବ ମାଗିଲି ବୋଲି ମୋର ଭୁଲ୍ ଥିଲା ।।-
ମୋ ସାଙ୍ଗମାନେ ଭଲ ମାର୍କ ରଖି ବିଭିନ୍ନ EXAM. ରେ QUALIFY ହେଉଛନ୍ତି। କିନ୍ତୁ Cutoff ରେ ନାଁ ଆସୁନି।
ବୋଧହୁଏ, ଏଠି ସବୁ ମାଗଣାରେ ମିଳେ କିନ୍ତୁ ଯୋଗ୍ୟତା ଥାଇ ଚାକିରୀଟା ମାଗଣାରେ ମିଳେନି ।।-
ମୁଁ ତ କେବେ ତୁମକୁ ଏକା କରି ଯିବାକୁ ଚାହୁଁ ନ ଥିଲି।। ତୁମ ବିନା ଏ ଦୁନିଆକୁ ଦେଖିବାକୁ ବି ଚାହୁଁ ନ ଥିଲି ।। ତୁମେ ଯେଉଁ ଛୋଟ ଛୋଟ କଥାରେ ମୋ ସହ ଝଗଡା କରୁଥିଲ, ମୁଁ ତ ଜୀବନ ସାରା ତୁମ ଠାରୁ ଝଗଡ଼ା କରିବାର ଅଧିକାର ଚାହୁଁଥିଲି ।।
ଏମିତି କିଛି ସମ୍ପର୍କ ସରିଯିବା ମାନେ ନୁହେଁ ଯେ ଭାଙ୍ଗିଯିବା। ଭାବିନେବ ସମ୍ପର୍କର ଆୟୁଷଟା ପୂରଣ ହୋଇଯାଇଥିଲା ।। ସେଥିପାଇଁ ବୋଧହୁଏ ଆମେ ଅଲଗା ହୋଇଗଲେ।
ହୋଇପାରେ, ମୁଁ ଭୁଲ୍ ଥିଲି କିନ୍ତୁ ସମୟ ଠିକ୍ ଥିଲା ।।
ହୋଇପାରେ, ତୁମେ ଠିକ୍ ଥିଲ କିନ୍ତୁ ସମୟ ଅଲଗା ଥିଲା।।
ହୋଇଥାଇପାରେ, ଆମେ ଗୋଟେ ରାସ୍ତାର ବାଟୋଇ ଥିଲେ କିନ୍ତୁ ବାଟ ଅଲଗା ଥିଲା।।
ଏମିତି ବି ହୋଇଥାଇପରେ, ଆମ ଗଳ୍ପ ଠିକ୍ ଥିଲା କିନ୍ତୁ ଆମ ଚରିତ୍ରର ଅଭିନୟ ଠିକ୍ ନ ଥିଲା ।।-
ହିସାବ କରିଆସୁଥିବା ଦିନଗୁଡ଼ା ସରିଛି,
କେତେ ସ୍ମୃତି ଅନୁଭୂତି ସାଇତି ରହିଛି ।।
ବାଟୋଇ ଥକିନି, ହେଲେ ବାଟ ବଦଳି ଯାଇଛି,
ସେ ବାଟରେ ନୂଆ ନୂଆ ପାଦ ମୁଁ ଥାପିଛି ।।
କନିଷ୍ଠ ଶିକ୍ଷକ କାର୍ଯ୍ୟକାଳ ସମୟ ପୂରିଛି,
ସହକାରୀ ଶିକ୍ଷକର ଲେବଲ ଲାଗିଛି ।।
ସତରେ, ଆଜି କିଛି ଅଲଗା ଲାଗୁଛି,
ବୋଧେ,ସମୟ ସହ ପଦବୀଟା ବଦଳି ଯାଇଛି ।।-
ବସନ୍ତର ରଙ୍ଗୀନ୍ ଫଗୁଣ ହୋଲିରେ,
ସମସ୍ତଙ୍କୁ ରଙ୍ଗ ଲଗା ଶୁଭେଚ୍ଛା ଓ ଶୁଭକାମନା।-