ତୁମେ ଏକ ଅସମ୍ପୂର୍ଣ୍ଣ କବିତା,
ମୁଁ ଏକ ଆହତ ପକ୍ଷୀ,
ମୋର ଜର୍ଜରିତ ପ୍ରତି କରୁଣ ଚିତ୍କାର ରେ ଗଢା ତୁମ ଯୌବନର ଲାସ୍ୟ ଛନ୍ଦ,
କ୍ଷତାକ୍ତ ପକ୍ଷର ଉଷ୍ମ ଲହୁରେ ଲେଖେ ତୁମ ଦଗ୍ଧ ପ୍ରଣୟର ପଦାବଳୀ,
ପ୍ରତି ଭଙ୍ଗା ନିଶ୍ୱାସ ରେ ମୋର ବାନ୍ଧିଛି ତୁମର ରାଗିଣୀ,
ନିଜକୁ ତିଳତିଳ ନଷ୍ଟ କରି ସଜାଇଛି ତୁମକୁ,
ତୁମେ ମୋ ପ୍ରାଣପ୍ରିୟା, କବିତା...-
The cute red lips looks like rose,
That's why I feel throne-jabbed with your love...-
ହୃଦୟରେ ମୋର ଦୁଃଖର ଦରିଆ ରଖିଛି ଜଡେଇ ବରଫ କରି,
ଢାଳି ଦେ ତୋର ଲବଣ ନଈ କୁ ଯିବନି ଏ ମୋର ସାଗର ପୁରି ।-
If the love of your impeccable beauty is a sin, then please give me those every punishment...
Oh my dear,
Please imprison me in your heart...-
The night reminds me the stings of your tangled stress...
The lips are imbrued goldmohur in vernal,
I wish to touch and lose my sense...-
ପ୍ରେୟସୀ ପ୍ରେୟସୀ କେଉଁ ଭାବ ମଗନେ,
ଯାଇଛ ଯାଇଛ ହଜି କୃଷ୍ଣ-ଗହନେ ?
ହୃଦୟେ ହୃଦୟେ ତବ ପ୍ରଣୟ ଇଚ୍ଛି,
ମୁଁ କେଉଁ ଯୁଗରୁ ତୃଷ୍ଣାତୁର ଚାହିଁଛି ।-
କେଉଁ ଦୂର ଅତୀତରେ ହଜିଯାଇଥିବା ଶବ୍ବ ସବୁ
ସବୁଜ କ୍ଷତ ଭଳି
ଛାତି ତଳେ ସାଇତି ରଖିଛି,
ତୁମପାଇଁ.....
ସ୍ମୃତିର ଅଧାଚିରା ଲଫାପାରୁ
ଦରଭିଜା ନିଶ୍ୱାସକୁ
ମୋ ଅସମ୍ପୂର୍ଣ୍ଣା କବିତାରେ ଛନ୍ଦି ଦେଇଛି,
କେବଳ ତୁମ ପାଇଁ.....-
ମରୀଚିକା ତୁମେ ଯାଉଛ କାହିଁ,
ମୋ ଠୁ ଦୂରେଇ,
ନେଇଛି କେ ତୁମ ମନ ଚୋରେଇ ??
ଜାଣନା ତୁମେ !!!
ପାନ୍ଥ ମରେ ଏଠି ପ୍ରଣୟ ପାଇଁ ।।-
କୁହନ୍ତି ଜଗତ ଜନେ
ଦେଖି ମୋ ହାସ୍ୟ ବଦନେ
ମୋ ଜୀବନେ ନାହିଁ ବୋଧେ ଦୁଃଖର ଛାୟା,
ଭାଷିବ କେମିତି କଣ୍ଠ
ତୋଳି ଦରଭିଜା ଓଠ
ଏ ହସ ତଳେ ଅଛି କେତେ ଜହର ମାୟା ।।-
କବିତାରେ ଫୁଟାଇଛି ହୃଦୟ ଯାତନା,
କହିପାରେ ନାହିଁ ବୋଲି ଲେଖିଦିଏ ସିନା,
କହେ ନାହିଁ କାହାକୁ ସେ ହୃଦୟର କଥା,
ଉଦ୍ଗିରିତ ଲାଭା ସମ ବିରହର ବ୍ୟଥା,
ପାରେନାହିଁ ଏ ଦୁନିଆ କବି କୁ ପରଖି,
ଦରଦୀ କବି ଟି ପରା ଦୁନିଆରେ ଦୁଃଖି ।।-