ମୁଁ,
ଅସମ୍ଭବ
ସୁଦୂର ଆକାଶେ
ତୃଷ୍ଣା ଆତୁର ଉଲ୍କାପିଣ୍ଡ!
ତୁ,
ନିଛାଟିଆ
ନୀରବ-ଏକେଲା
ଅମାବାସ୍ୟା ର ମୋ ଗାଁ ଦାଣ୍ଡ!
ପ୍ରଭାସ..-
ମୋ ଶବ୍ଦ ରେ ମୁଁ
କଳଙ୍କ ଅସୁମାରୀ
ତୁ ଭୁଲି ଯା ମୋତେ
କବିତା ର ଦୁନିଆ ଟା ମିଛ!-
ରାତି ର ଅଜବ
ଆଲୋଚନା ଘରେ
ଖାଲି ତୁ ଆଉ ମୁଁ!
ସକାଳେ ଝୁରୁଛି
ଅସଜଡ଼ା ସବୁ
କୁହୁଳା ସ୍ମୃତି ର କୁହୁ!-
ଚିଠି
ଠିକଣା ରେ
ଅତୀତ ଟେ ଥାଏ!
ମାଟି ରାସ୍ତା,
ଚାଳ ମଥାଣ,
ଘର ଭୁଲିଥିବା ସମୟ,
ଦିନେ ଭେଟ ହେବେ!
ସଞ୍ଜ ଆଲୁଅ ରେ
ନିବୁଜ ଲଫାପା ରୁ
ଲେଉଟି ଆସିବୁ ତୁ !
ପାଗିଳୀ ଲୋ,
ମୁଁ କଣ ଆଉ ମନେ ପଡ଼େ?
ଯେବେ ମୁଁ ଏଠି କାନ୍ଦେ,
ସେଠି, ତୋ ଲୁହ ପୋଛୁଥିବ କିଏ?
(ଵାୟା, ତା'ର)-
ଫେରିନୁ ତ ତୁ?
ସ୍ବପ୍ନ ର ଅସଜଡା
ବହି ଥାକ ପରେ
ଶ୍ୱାସରୁଦ୍ଧ ସ୍ମୃତି ଟିଏ ପରି
ଏଠି,
ବାଟ ଖୋଜେ ମୁଁ!
ବାଟ ଖୋଜେ ମୁଁ!
ବାଟ ଖୋଜେ ମୁଁ!
ଯାଯାବର.-
ବାକି ଥିଲା ଦି ଢ଼ୋକ ଅନ୍ଧାର କଫି କପ ରେ।
ମହମ ଧାର ରେ ବତୁରୁ ଥିଲା ରାତି।
ଜଳୁଥିବା ସିଗାରେଟ, ଆଉ କୁହୁଳା ଛାତି ବାଟଖୋଜୁଥିଲେ ଫର୍ଦେ କାଗଜ ରେ।
ଯନ୍ତ୍ରଣା ର ପରିସୀମା ମାପୁ ମାପୁ, ଫୁଟିଲା କବିତା, ଜିଁ ଉଠିଲେ ଆଉ କିଛି ଘା!
ହାଃ ହାଃ ହାଃ
ହାଃ ହାଃ ହାଃ
ପ୍ରଭାସ.
-
ସମୟ, ଶିକୁଳି,
ଶବ୍ଦ, ସ୍ଵାଧୀନତା
ସହଜ, ଅସହଜ,
ତୁ, ମୁଁ,
ସେ, ସ୍ମୃତି,
ଆଜି ସବୁ ଏକାଠି ଏମିତି,
ଯେମିତିକି ରକ୍ତ ଆଉ ଶୀତଳତା
ମୋ ଛାତିରେ!
ସେ କବିତା ରେ ଦାଗ ହେଉ
କି ନୀରବତା ର ମୋହ,
ସେ ପ୍ରାର୍ଥନା ହେଉ
କି ପ୍ରବଞ୍ଚନା,
ସେ ଅନ୍ଧାର ର ଆଲିଙ୍ଗନ ହେଉ
କି ଆଲୋକାଭିମୁଖି ସ୍ଵପ୍ନ,
କଣ ଫରକ ପଡେ ଯେ?
ତୋ ଠୁ ଦୁନିଆ କୁ ଫେଡ଼ି ଦେଲା ପରେ,
ଭାଗଶେଷ ଘରେ କିଛି ତ ନଥିଲା!
କଣ ଫରକ ପଡେ ଯେ?
ସେପଟ ଦୁନିଆ ର ବଗିଚାରେ
ଫୁଲ ସବୁ ନାଲି ହେଉ କି ଗୋଲାପି,
କଣ ଫରକ ପଡେ ଯେ?
ପ୍ରଭାସ..-
ମଲା ଜହ୍ନ,
ମିଛ ରାତି,
ମଉଳା କବିତା..
ତୋ ଗାଁ,
ମୋ ଘା..
ତୋ ଛାତି ରେ
କୋଳାହଳ ସେଠି
ଆଉ ଏଠି,
ମୁଁ
ଖାଁ ଖାଁ..
ପ୍ରଭାସ..
-
ଚାଲ୍ ଭାଙ୍ଗିଦେବା
ଆଉଥରେ ସବୁକିଛି,
ଆଖି ର ଡେଣା ରେ
ଏଠି ଆଉ ଉଡୁନି ଯେ
ସ୍ଵପ୍ନ ର ପ୍ରଜାପତି!
ପ୍ରଭାସ..
-