ଅହେତୁକ ସମ୍ଭାବନା ନେଇ
ତୁମେ ଆସ ନୀରବରେ
ପାଦ ଥାପି ଥାପି
ଧିରେ ଅତି ଧୀରେ
ବସ ଅତି ପାଶେ
ସୁକୁମାରୀ ତୁମ ସ୍ପର୍ଶ
ଭୁଲାଇ ଦିଏ ଅତୀତ
ତୁଟାଇ ମାୟା ସମ୍ପର୍କ
ନିଶ୍ଚିନ୍ତରେ ହାତ ଧରି ନେଇ ଯିବାକୁ
ଦୀଗନ୍ତ ସେପାରି
ଅଧା କଷା ଅଙ୍କ ଖାତା ଛାଡି
ସୂତ୍ର ସବୁକୁ ପାସୋରି...-
ଅନ୍ତରରେ ଚାପା ଉତ୍ତେଜନା ଅବ୍ୟକ୍ତ ବ୍ୟଥା
କେବେ ପୁଣି ଓଠଚପା ହସ କଥା
କେବେ ଶୁଖିଲା ... read more
ଜୀବନ ଯେ ଏକ
ଘର୍ଷଣ କର୍ଷଣ
ସଂଘର୍ଷର ଅଭିଯାନ,
ବନ୍ଧୁ ଖୋଜୁଥାଏ
ବନ୍ଧୁତାର କାନ୍ଧ,
ସମର୍ପିତ ଆଲିଙ୍ଗନ।-
କିଛି କଥା ଭୁଲି ହୁଏ
ଆଉ କିଛି ଭୁଲି ହୁଏନା।
ଭୁଲି ଗଲେ ସେଇତକ
ନିଜ ଅସ୍ତିତ୍ବ ରହେନା ।୧।
ସବୁ ଚିହ୍ନା ହୁଅନ୍ତି ଅଚିହ୍ନା ଦିନେ
କିଛି ଅପାଶୁରା ରୁହନ୍ତି ।
ଅଚେତନ ମନେ ଜୀଇଁ ଥାଆନ୍ତି
ମଶାଣି ର ଯୁଇ ଜାଳି ପାରେନା।୨।
ଯିବା ଆସିବା ତ ଲାଗି ରହିଛି ।
ଏ ତ ନିରନ୍ତର ନୀତି ଦିନିଆ।
ପୁଣି ଭେଟ ହେବ କେବେ ?
ଆଶା ! ଏକ ନୀରବ ଆଶ୍ଵାସନା ।୩।-
ଭାଗ ବଣ୍ଟା କରିନେବା ଜାହିର କରି ହକ୍ !
ଖଣ୍ଡ ଖଣ୍ଡ ନ ହେଲେ ବି
ପଞ୍ଝାଏ ମାପରେ କିବା ଡେଣା ମାପରେ
ମାପି ନେବା ସାରା ଆକାଶ ରୁ କିଛି କିଛି।
ହେଲେ କି ମିଳିବ ତାଂହୁ ;
ପଙ୍ଖ ମେଲି ଉଡିବାକୁ
ଅଦୁର ଦୂର ଆକାଶ ଲଙ୍ଘିବାକୁ?
ଲାଗିବା ଲଢେଇ, ଭାଗ ର ଆକାଶ କୁ ନେଇ !
ଏଇ ଯେମିତି ଆକାଶ ଛାତିରେ ଲାଗନ୍ତି କଳି
କିଛି ଅଜବ ପକ୍ଷୀ ବିକଟାଳ ଗର୍ଜନ କରି ।
ଅଶାନ୍ତ ଜୀବନ ଆହତ ମନ
ଧୁମଭ ସାଜିଛି ଏ ଆକାଶ
ଆଉ ସେ ଶାନ୍ତି କାହିଁ ?-
ସବୁ କିଛି ସମୟ ର ଖେଳ
କେବେ ଗାଢ଼ କେବେ ଫିକା
କେବେ ପୁଣି ହୁଏ ଫାଙ୍କା
ଚାଲିଥାଏ ସେହିପରି ଲେଖା ଯୋଖା
ଲଭିବା ରୁ ଲିଭିବା ଯାଏଁ ଏଇଠି...-
ଦିଗନ୍ତ ସେପାରି ରେ ଜେହ୍ନେ
ଉଇଁ ଉଠେ ଜହ୍ନ
ଘର ବାହୁଡେ ତାହୁଁ
ହୋଇ ଅବସନ୍ନ ।
ହାଥେ ନେଇ
ମୁଠେ ପ୍ରାୟ ଆଶ୍ଵାସନା
ଫେରିବାର ପ୍ରତିଶ୍ରୁତି
ତାକୁ କରେ ଆନ ମନା।
ନାହିଁ ଅନ୍ତ!
ଏ କି ? ବାହୁଡା଼ ଯାତ୍ରା !
ଲମ୍ବୁଛି ଦିଗନ୍ତ
ଅବା ହଜିଛି ଠିକଣା ।
ସେ କି ଆଜି ନିରୁଦିଷ୍ଟ !
ତଥାପି ମାନେ ନାହିଁ ମନ
ମନେ ଯେ କେତେ ଉନ୍ମାଦନା
ମେଲି ପଂଖ ଉଡ଼େ ଦେଖ
ତିଳେ ନାହିଁ ଅନୁଶୁଚନା।-
ମୁଁ !
ତୁମ ଅଭ୍ୟର୍ଥନା କକ୍ଷରେ
ସାଇତା ପ୍ଲାଷ୍ଟିକ ଫୁଲ ପରି ।
କିଛି ବୈଶାଖର ବୟସ ମୋର ।
ନାହିଁ ଉନ୍ମାଦନା
କି ଅନୁସୁଚନା
ବର୍ଷା, ଶରତ, ଶୀତ
କି ବସନ୍ତ ଆଗମନରେ !
ତଥାପି ଥକେଇ ବୁଢ଼ୀର
ସ୍ନେହ ଭରା ସ୍ପର୍ଶ
ଭରିଦିଏ ଆଉ କିଛି ବୟସ
ଝାଡି ଦେଇ ଏକ ଧୂଳିର ପରସ୍ତ ।
© ଆଶିଷ କୁମାର ପାତ୍ର-
The harsh reality of life is you can't run out of a situation at your own wish, rather you have to struggle enough to make it through.
-