Kartik Panigrahi  
0 Followers · 1 Following

Joined 22 October 2022


Joined 22 October 2022
13 DEC 2022 AT 15:41

ମୁହଁରେ ହସ ମନରେ ବିଷ
ଯା' ଭିତରେ ଭରି ରହିଛି ,
ତା'ଠାରୁ ଯେତେ ଦୁରେ ରହିବ
ସେତେ ଭଲ କହି ରଖୁଛି...

କାର୍ତ୍ତିକ ପାଣିଗ୍ରାହି

-


1 DEC 2022 AT 15:44

ସାଥି....
ଏଠି ଋତୁ ବି ବଦଳେ ରୀତି ବି ବଦଳେ
ଏଠି ରାତି ବି ବଦଳେ ସାଥି ବି ବଦଳେ
ପରିବର୍ତ୍ତନର ତାଳେ ତାଳେ
ଏଠି ପ୍ରକୃତିର ପ୍ରକୃତି ବି ବଦଳେ।

ଛାୟା ବି ବଦଳେ ଏଠି କାୟା ବି ବଦଳେ
ମଣିଷକୁ ନେଇ ଏଠି ମଣିଷ ହିଁ ଖେଳେ
କହିବାକୁ ତ ସଭିଏଁ ନିଜର ଏଠି
କିନ୍ତୁ ନିଜତ୍ବକୁ ଖୋଜେ ଯେବେ ହିଁ ନିଜେ ହିଁ ବଦଳେ।

ନିଦର ଅନ୍ୱେଷଣରେ ଆଖି ବାଟ ଭୁଲେ
ସ୍ୱପ୍ନକୁ ଚାହିଁ ଚାହିଁ ନିଦ ବାଟ ଭୁଲେ
ଅବାଞ୍ଚିତ ଅନିଶ୍ଚିତ ସୁଦୀର୍ଘ ସଡକେ
ବଂଚିବା ଆଶାରେ ଏଠି ଜୀବନ ବଦଳେ।

କାର୍ତ୍ତିକ ପାଣିଗ୍ରାହି

-


5 NOV 2022 AT 21:37

ସାଥି...
ବୟସକୁ ହେଲି କେତେ ଯେ ନେହୁରା
ରହିଯାରେ ଟିକେ ରହିଯା
ଯା ଲାଗି ମୋର ଏ ଅସରା ପ୍ରତୀକ୍ଷା
ତା ଠିକଣା ତ ମୋତେ କହିଯା...
ବୟସ କହିଲା ଯାହା ପ୍ରତୀକ୍ଷାରେ
ମୋତେ ଦେଲୁ ଦିନେ ହଜେଇ
ସେହି କବିତାକୁ ବଳରେ ଖୋଜୁଛୁ
ମନ ଅଗଣା ରେ ସଜେଇ...!!

-


4 NOV 2022 AT 21:23

ସାଥି...!!
ପ୍ରେମ ଏକ ପୂଜା
ସେ ପୂଜା ହେଉଛ ତମେ
ମନ ଏକ ମନ୍ଦିର
ସେ ମନ୍ଦିରରେ ବି ତମେ
କୋଉ ମନ୍ତ୍ରେ ଅଭିମନ୍ତ୍ରିତ କରିବି
ସବୁ ମନ୍ତ୍ରେ ପରା ତମେ....!!!

-


22 OCT 2022 AT 13:32

ସାଥି....
ମୁଁ ଏକ ସାଗର
ତୁମେ ଏକ ନଦୀ
କିନ୍ତୁ
ବିଡମ୍ବନା ତ ଦେଖ ,
ମୁଁ
ତୁମ ପାଖେ ବନ୍ଦୀ....

କାର୍ତ୍ତିକ ପାଣିଗ୍ରାହି

-


Seems Kartik Panigrahi has not written any more Quotes.

Explore More Writers