ପୂର୍ଣ୍ଣ ନୁହେଁ କେହି
ପୂର୍ଣ୍ଣତା ନ ଥାଏ ଜଗତେ,
ପୂର୍ଣ୍ଣ ହେବା ଆଶାରେ
ମଣିଷ ବାଇ ଏ ମର୍ତ୍ତେ। 1
ଯଦି ଜଗତ କରତା ହୋଇ
ହାତ ପାଦ କାନ ନାହିଁ,
ଆଖି ପଲକ ନ ପଡଇ
ତାଙ୍କ ସେ ଅର୍ଦ୍ଧଗଢ଼ା ଦେହି। 2
ଦେବ ଙ୍କର ଦେବ ଯେ
ବାସ ନାଇଁ ବସ୍ତ୍ର ନାହିଁ,
ପର୍ବତ ଚଟାଣେ ରହି
ସେ ଭସ୍ମ ଦେହି। 3
ଗଣ ନାଥ ଗଣପତି
ବିଦ୍ୟାଦାତା ଅଗ୍ରପୂଜ୍ୟ ସିନା,
ମୁଖ ନାହିଁ ହସ୍ତୀ ମୁଖେ
ଆହେ ବିଘ୍ନବିନାଶକ ଅଗ୍ରଗନ୍ୟା। 4
କୃଷ୍ଣ କେଶବ ମାୟାଧର ସେ
ପ୍ରଭୁ ଅତି ମନଲୋଭା
ବର୍ଣ୍ଣହୀନ କୃଷ୍ଣ ବର୍ଣ୍ଣ ପରା
ମେଘ ପରି ଶୋଭା। 5
ଜଗତ କ୍ଷଣ ସ୍ଥାୟୀ ଆମ୍ଭେ
କି ଛାର ମଣିଷ ସିନା,
ଖୋଜୁ କିନ୍ତୁ ସର୍ବଦା
ରୂପ ଗୁଣ ସର୍ବ ସମ୍ପର୍ଣ୍ଣା 6
ନିଜ କୁ ଯଦି ଗଢିଲେ ବିହି
ଏତେ କିଛି ଉଣା ଭରି,,
ଆମେ ତାଙ୍କ ଗଢ଼ଣ ହୋଇ
କି ପ୍ରକାର ମନେ ଦେଉ ଗର୍ବ ଭରି? 7.
-