କେମିତି କହିବି ତୋତେ
ତୁ ମୋତେ miss କରିଲୁ କି ନାହିଁ
ଜଣା ପଡିଲାନି ମୋତେ
ନିନ୍ଦା ଅପମାନ ଦେଇକି କି ଲାଭ
ଭୂଲ୍ ତୋର ଅବା କେତେ
ଆସି ଚାଲିଯାଉ ଏଇ ଭଳି ପୁଣି
ସ୍ବପ୍ନ ଦେଇ ନୂଆ ରଙ୍ଗରେ
ପୁଣି ଆଉ ଥରେ ଦେଖିବାକୁ ହେବ
ସ୍ବପ୍ନ କୁ ବିଭିନ୍ନ ଢ଼ଙ୍ଗରେ
ତୁ ଦେଇଥିବା ପ୍ରତ୍ୟେକ ଖୁସି କୁ
ସାଉଁଟି ରଖିଛି photo ରେ
ଦିନେ ଦୁଇ ଦିନ ନୂଆ ଲାଗୁଥିଲୁ
ପୁଣି ତୋତେ କିଏ ପଚାରେ
କବିତା ଟି ଯଦି ଭଲ ଲାଗିଥିବ
ଜଣେଇବ ଲେଖି ମୋତେ
କବିତା ଲେଖିଲି ପୁରୁଣା ବର୍ଷ କୁ
"କେମିତି କହିବି ତୋତେ"
Er Jyotiprakash Dash-
ମୁଁ ଚାହେଁ
କବିତା କୁ ଭଲ ପାଉଥିବା ଆଖି ଦୁଇଟି
ମୋତେ ଭଲ ପାଉ
ଯଦି କେବେ ଜୀବନ ର ଦୋ ଛକି ରେ
ବାଟ ଭୁଲି ଯାଇ
ଦୁହେଁ ଅଲଗା ରାସ୍ତାରେ ବି ଯାଉ
ବିଶ୍ୱାସ ରହିବ ଯେ
ମୁଁ ତାର କବିତା ରେ ଜୀବିତ
ଆଉ ସେ ମୋର ।
Er-Jyotiprakash Dash-
ମୋ ମନ ଚାହେଁ
କବିତାକୁ ଭଲ ପାଉଥିବା ଆଖି ଦୁଇଟି
ମୋତେ ଭଲ ପାଉ
ଯଦି ଜୀବନ ର ଦୋ ଛକି ରେ
ବାଟ ଭୁଲି
ଦୁହେଁ ଅଲଗା ରାସ୍ତାରେ ବି ଯାଉ
ଏତିକି ବିଶ୍ୱାସ ଥିବ
ମୁଁ ତାର କବିତା ରେ ଜୀବିତ
ଆଉ ସେ ମୋର |
Er-Jyotiprakash dash-
ଆଗରୁ କହିଛି, ଏବେ ବି କହୁଛି
ତୁ ମୋତେ ଭଲ ଲାଗୁନି |
ଆଉ କାହାର ତୁ ସାଥୀ ହୋଇ ପାରୁ
ମୁଁ ତତେ ଭଲ ପାଏନି ||
ସମସ୍ତଙ୍କ ସୁଖ ଛଡେଇ ନେଉଛୁ
ଦୁଃଖ ଦେଉ ଲମ୍ବା ଲାଇନି |
ତୋ ନିଶା ଏମିତି ମତୁଆଲା କରେ
ଛାଡ଼ି ତୋତେ ରହି ହୁଏନି ||
ଆଉ କେତେ ଦିନ ଖୋଲା ରେ ରହିବୁ
ତୋ ପାଇଁ ନାହିଁ କି ଆଇନି |
ଜନ୍ମ ରୁ ମୋ ପାଇଁ ଶତ୍ରୁ ପାଲଟିଛୁ
ନିଜର କେଭେ ତୁ ହେବୁନି ||
ନାଁ ତୋର ଗୁପ୍ତ କରି ରଖିଥିଲି
"ମଦ "ବୋଲି କହିଦେଲିଣି |
ଲୋକ ସଚେତନ ହୋଇଗଲା ପରେ
ଆଉ ଏ ସଂସାରେ ଥିବୁନି ||
ବି. ଦ୍ର- ଏ ସମାଜରେ ମଦ କୁ କେତେ ଜଣ ନିଜର ର ସାଥୀ ଭାବି ଆପଣେଇ ନେଇଛନ୍ତି ଯାହା ସମସ୍ତଙ୍କ ଜୀବନରୁ ସୁଖ ଛଡେଇ ନେଇ ନର୍କ ରାସ୍ତା କୁ ଟାଣି ନେଇ ଥାଏ |
ହଠାତ୍ କବି - ଜ୍ୟୋତିପ୍ରକାଶ ଦାଶ
-
ବହୁ ଦିନ ହେଲା, ଭୁଲିଛି ତୁମକୁ
ଆଜି କାହିଁ ମନେ ପଡିଲ ।
ଶୁକ୍ରବାର ଦିନ, ସୁକ୍ରୁଳି ହାଟରେ
ଦେଖା ଦେବ ଭଳି ଲାଗିଲ ।।
ଦୁଇ ମାସ ହେବ, ତୁମ ସ୍ପର୍ଶ ନାହିଁ
ଅଣ ଦେଖା କଲି ଭାବିଲ ।
ଆଗରୁ ଅଧିକ, ଭଲ ପାଉଥିଲି
ଘର ଆଡେ ନିତି ଆସିଲ ।।
ଭୁଲ ବୁଝିବନି , ତୁମକୁ ଯେ ଘୃଣା
କରିନି କରିବି ଆଗକୁ ।
ଆଜି ଆଉ ଥରେ, ଘରକୁ ଆସିବ
କହିଦେଲି ଘରେ ସଭିଙ୍କୁ ।।
କବିତା ପଢ଼ିଲେ, ଭାଳେଣି ପଡ଼ିବ
ଲୋକ ଭାବିବେ ଅନେକ କିଛି ।
ତେଣୁ କବିତାର ନାଁ ,ଗୋପନ ନ କରି
"ହେ ମୋର ଚିଙ୍ଗୁଡ଼ି "ରଖିଦେଇଛି ।।
ବି. ଦ୍ର- ଦୁଇ ମାସ ହେବ ଚିଙ୍ଗୁଡ଼ି ନ ଖାଇ ଥିବାରୁ ଚିଙ୍ଗୁଡ଼ି ମାଛ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା |
ହଠାତ୍ କବି - ଜ୍ୟୋତିପ୍ରକାଶ ଦାଶ-
ତୁମେ ଗଲା ପରେ ପରେ
ଭାବିମୁଁ ନଥିଲି ଏମିତିକା କେବେ ଘଟଣା ଟିଏ ଘଟିବ
ଏତେ ତରବରେ ଚାଲିଗଲ ତୁମେ ମନ ଯେ କଷ୍ଟ ପାଇବ
ବହୁ ଦିନୁ ଦେଖି ଆସୁଛି ତୁମ କୁ କଳା ଧଳା ପରଦାରୁ
ତୁମ ଭଳି କଳାକାର ପାଇବା ଟା ସହଜ ନୁହେଁ ଜମାରୁ
ଖବର ଶୁଣିବା ପରଠାରୁ ଏବେ ଭଲ ଲାଗୁନାହିଁ କିଛି
ଓଡ଼ିଆ ଜଗତେ ମିହିର ଭାଇ ରୁ କାକା ନାମ ପାଲଟିଛି
-
ନୂଆ ବରଷ ଟା ଫିକା ପଡ଼ିବନି ଫିକା ଲାଗେ ଥିଲେ ଏକାନ୍ତର
ଥରେ ନିଜର ଭାବିକିwishକରି ଦେଖ replyପାଇବ ଲକ୍ଷେ ଥର
Er Jyotiprakash dash
-
ତେଲ ଦର ଦିନକୁ ଦିନ ହୋଇ ଗଲାଣି hike
ନୂଆ ବର୍ଷରେ ତୁମକୁ ମୋର ପାଣିଆ ଡାଲି ବାଲା strike
-Er jyotiprakash dash-
-
ଦୂର ଜାଗା କୁ ଯିବାକୁ ହେଲେ ଦରକାର ପଡେ ମେପ
ନୂଆ ବରଷରେ ତୁମକୁ ମୋର ଅରୁଆ କୁ ଗୁଆ ଘିଅ ବାଲା ଷ୍ଟେପ୍
-Er jyotiprakash dash--
ପାହାଡ଼ ଉପରେ ଘର କରିଥିଲି ପବନ ଉଡେଇ ନେଲା
ନୂଆ ବରଷ ଟା ଛୁଟି ଭାବିଥିଲି ଅଫିସ ରେ କଟିଗଲା
Er-jyotiprakash dash-