ମତେ ଏ ଯାଏଁ କୋଉ ଇମୋଜୀ ର
ଅର୍ଥ କଣ ଜଣା ନାହିଁ
ଆଉ ମୁଁ କାହାର ମନ କଣ ବୁଝିବି ?
-
ପୁଅଟେ କାନ୍ଦିଲେ
ସମସ୍ତେ ତାକୁ ଦୁର୍ବଳ ବୋଲି ଭାବନ୍ତି,
ସେଇ ଡରରେ ଅନେକ
କାନ୍ଦିବା କଣ ବି ଭୁଲିଯାଆନ୍ତି ll-
ପ୍ରତିଦିନ ବରଷିବି ବରଷିବି କହି
ଚାତକୀକୁ କନ୍ଦେଇବା ଅପେକ୍ଷା
ବରଂ
ମେଘ ; ଆକାଶରେ ଲୁଚିଯିବା ଭଲ,
ଅନ୍ତତଃ
ଚାତକୀ ପଚାରିବନି ତ କେବେ
ଭଲ ପାଇ ମତେ କ'ଣ ଦେଲ ?-
ତୁମେ ଗତ ରାତିର ସ୍ବପ୍ନ ଟିଏ ହୁଅନା
ରାତି ସରିଗଲେ ସ୍ବପ୍ନ ସରିଯିବ,
ବରଂ
ରକ୍ତ ଟୋପେ ପାଲଟି ଯାଅ
ମୋ ହୃଦୟର ଅଳିନ୍ଦରୁ ନିଳୟ
ନିରନ୍ତର ବୋହୁଥିବ ll-
ମିଛ ଆଶା ଦେଇ
ସ୍ବପ୍ନ ଦେଖେଇବା ଅପେକ୍ଷା
ବରଂ ସେ ପକ୍ଷୀଟିକୁ
ବାସ୍ତବତାର ପରିଚୟ ଦେଇ
ଉଡ଼ାଣ ଭରିବାକୁ ଛାଡ଼ିଦେବା ଉଚିତ l
ତାର ଉଡାଣରେ ଯୋଉ ଖୁସି ମିଳିବ
ତାକୁ ବନ୍ଦୀ କରି ରଖିବାରେ ନାହିଁ.... l-
ଦୁନିଆରେ
ଲୁହା ଠାରୁ ଲୁହର ଓଜନ ବେଶୀ,
ନିଜ ଲୋକ ପାଇଁ
ନିଜ ଲୋକଟି ହିଁ ହୁଏ ଦୋଷୀ ll-
ଇଚ୍ଛା ସବୁ ମରୀଚିକା
ଚାଲୁଥାନ୍ତି ଏକା ଏକା
ଗୋଟିଏ ମିଳିଲେ ଦେଖା
ଅନ୍ୟଟି ଲାଗଇ ଫିକା ll-
ତମେ ବାୟୁ ତମେ ପାଣି
ତମେ ଛାତ ତମେ ଛାତି,
ତମେ ନଶୁଣି ସବୁ ପାର ଶୁଣି
ତମେ ଜାଣ ସବୁ ଲୁହ ସବୁ ରାତି ll-
ତୁମେ ଚିକ ମିକ ନୀଳଜହ୍ନ
ମୁଁ ନୂଆ ପ୍ରେମିକର ମନ,
ତୁମେ ରଜ ବନାରସୀ ପାନ
ମୁଁ ଭୂଇଁ ଡହଣର ଦିନ ll
-