ସ୍ମୃତି!
ତୁ ଏ ରାତ୍ରିର ନୀରବତା ଓ
ସ୍ୱପ୍ନର ଗହନତା ଭିତରେ
ଏକ ସଳଖି ଖିଅଟେ,
ପୁଣି ଅଭିଶପ୍ତ ଅତୀତର
ଅଲିଭା ପୃଷ୍ଠାଟେ ଏବଂ
ତା ଓ ମୋ ଭିତରେ ଥିବା
ଚୁପଚା୍ପ ସମ୍ପର୍କର ଅକୁହା
ସାକ୍ଷୀଟେ!!
-
ଯନ୍ତ୍ରଣାର ଭାରକୁ ବୋହୁଥିବା
ଛାତି ହିଁ କେବଳ ଜାଣେ
ଯନ୍ତ୍ରଣାର ଭାର ଭାରି କେତେ..!!-
ମହଲ ମହଲ ଘର ତୋଳା ହୁଏ
ପରିବାର ଭଗ୍ନ ବିଶେଷ
ସାଜସଜା କେତେ କୋଠରୀ ଚମକେ
କମି କମି ଯାଏ ଆୟୁଷ..!!
ବାହାର ଲୋକଙ୍କ ସଂଗେ ହୁଏ ଭାବ
ନିଜରତ ଲାଗଇ ବିଷ
ସଭିଏଁ କହନ୍ତି ଆମେତ ନିରୀହ
କୁହ କାହାର ରହିଛି ଦୋଷ..!!
-
ଭାବନାର ସମୁଦ୍ର ସମୟର ବେଳାଭୂମି
ଆଉ ଜୀବନର ସନ୍ଧ୍ୟା ସବୁ
ଦୂର ଦିଗବଳୟ ପରି ଅଜଣା-
ଆଜିର ସମୟରେ ନିଜ ଦୁଖ କଷ୍ଟ ସହିତ
ନିଜକୁ ହିଁ ଲଢିବାକୁ ପଡିବ
କଥାତ ସମସ୍ତେ ଦିଅନ୍ତି ହେଲେ
ସାଙ୍ଗରେ କେହି ନ ଥାନ୍ତି
-
ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ
ଗୋଟିଏ ନିଃଶ୍ବାସ ନେବା ପାଇଁ ହେଲେ
ପ୍ରଥମ ନିଃଶ୍ବାସକୁ ଛାଡିବାକୁ ପଡ଼ିଥାଏ-
କେବେ ବୁଝିଛ ନା
ଥରେ ହେଲେ ଚେଷ୍ଟା କରିଥାନ୍ତ,
କେମିତି କାଟେ ମୁଁ ପ୍ରତିଟି ମୁହୂର୍ତ୍ତକୁ
ଆସ ପଚାରି ବୁଝ ଥରେ
ମୋ ରାତିର ଅନ୍ଧକାରକୁ
କହିବ ସିଏ ସତେ କେତେ ଅସହାୟ ମୁଁ!!
ଆସ ପଚାରି ବୁଝ ଏଇ ଦିନ ଆଲୋକକୁ
ବଖାଣିବ ସେ ମୋ ନିଖୁଣ ଅଭିନୟକୁ
ଆସ ପଚାରି ବୁଝ ଏଇ କାଚ ଆଇନାକୁ
ସେ ହିଁ ତ ଜାଣେ ଏକା ମୋ ଉଦାସୀନତାକୁ!!
ଆସ ପଚାରି ବୁଝ ଥରେ ମୋ ତକିଆକୁ
କହିବ ସେ କେତେ ଭିଜେଇଛି
ମୋ ତପ୍ତ ଅଶ୍ରୁ ତାକୁ!!
ଆସ ପଚାରି ବୁଝ ଥରେ ମୋ ଡାଏରୀ କୁ
କହିବ ସେ ନିଃସଙ୍ଗତା ଏଡ଼େଇବାକୁ
କେମିତି ମୁଁ ଆପଣେଇଛି ଏକାକୀତ୍ୱକୁ!!
-
କେବେ ଯଦି ସମୟ ମିଳେ ତ ଆସିବ
ସେ ସମୟକୁ ମୋ ନା ରେ କରି...
କହିବି ସବୁ ଯାହା ଯାହା ଜାଣିବାକୁ ଚାଁହ
ନିରୋଳାରେ ଗୋଟି ଗୋଟି କରି...
ହୁଏତ କହିବାକୁ ପଡ଼ିବନି ତୁମେ ପଢ଼ିନଵ
ଆଉ ବୁଝିଯିବ ସବୁ ଅକୁହା କଥାକୁ...
ମୋତେ ବି ଲାଗେ କି ଅନୁଭବୀ ତୁମେ
ଶୁଣିପାରିବ ନୀରବେ କହୁଥିବା ବେଦନାକୁ..-
ଅନ୍ୟର ଉଦାହରଣ ଦେଇ ଅନ୍ୟ ପରି ହବାକୁ ଉପଦେଶ ଦିଅନା☝️
ମୁଁ ଯେମିତି ସେମିତି ପାରିବ ତ ଗ୍ରହଣ କର
ନଚେତ ବାଟ ଭାଙ୍ଗି ଚାଲି ଯାଇପାର👎
Be Original-