ସେଦିନ ମୁଁ ଘରେ ବସି ଟିଭି ଦେଖୁ ଥାଏ । ମନକୁ ଗୋଟ ବିଚିତ୍ର କଥା ଆସିଲା। କଥାଟି ଥିଲା 'BRAND' ବିଷୟ ରେ । ଆଜିକାଲି ଆମେ ଯାହା ଖାଉଛୁ, ପିନ୍ଧୁଛୁ , କିଣୁଛୁ ଏମିତିକି ଯାହା ପଢ଼ୁଛୁ ସେଥିରେ ମଧ୍ୟ 'BRAND'।ମୁଁ ମଧ୍ୟ ଏଥିରୁ ବଞ୍ଚିତ ନୁହଁ। ଏଇ ୫ ଅକ୍ଷର ବିଶିଷ୍ଟ ଶବ୍ଦ ରେ ଏମିତି କଣ ଅଛି ଯେ ପୁରା ବିଶ୍ଵ କୁ ଏକ ଅଦୃଶ୍ୟ ବନ୍ଧନରେ ବାନ୍ଧି ଦେଇଛି। ଲୋକେ କିଛି ଚିନ୍ତା ନକରି ଅନ୍ଧ ଭାବରେ ସବୁ ଜିନିଷକୁ ଆପଣେଇ ନଉଛନ୍ତି କେବେଳ ସେଇ ଗୋଟିଏ ଶବ୍ଦ 'BRAND' କୁ ଦେଖି। ସତରେ କଣ ଏଇ 'BRAND'ରେ ଏତେ ଶକ୍ତି ଯେ ସେ ବିଶ୍ୱକୁ ଅତି ସହଜରେ ନିଜ ହାତମୁଠା ରଖି ପାରୁଛି। କଣ ଏଇ 'BRAND'ରେ ଏତେ ସାହସ ଯେ ସେ ଆଜି ବୁଢୀମା କୁ ତା ପୁଅ ପାଖରୁ ଅଲଗା ଦେଉଛି କେବଳ 'BRAND' ଚିହ୍ନିବାରେ ଅଭିଜ୍ଞତା ନଥିବାରୁ? ଡର ଲାଗେ ଏ ବିଶ୍ଵର ଭବିଷ୍ୟତ କଥା ଚିନ୍ତା କଲେ, କଣ ହେବ ଏ ଦୁନିଆର ଯଦି ଏମିତି ମନୁଷ୍ୟ ଭୋଗବିଳାସ ରେ ଲିପ୍ତ ରହି ଭଲମନ୍ଦ ଚିହ୍ନିବାର ଜ୍ଞାନ ହରାଇବାସିବ ? କଣ ହେବ ଯଦି ଏମିତି ମଣିଷ ନିଜର ଜ୍ଞାନର ଉପଯୋଗ ନକରି ନିଜକୁ ଅନ୍ୟ ସହ ତୁଳନା କରି କରି ଚାଲିବ ଚାଲିବ ? ଆଖି ବନ୍ଦ କରି ଥରୁ ଟିଏ ଏ ଦୃଶ୍ୟକୁ କଳ୍ପନା କରି ଦେଖନ୍ତୁ, ସତରେ ଆମେ ସମସ୍ତେ କିଛି ନ ବିଚାରି କୋଉ ବିଳାସବ୍ୟସନା ପଛରେ ପାଗଳଙ୍କ ଭଳି ଦୌଡ଼ି ଚାଳିଛୁ। ସତରେ କଣ ମନୁଷ୍ୟ ଭୋଗବିଳାସ ଅଗରେ ମୁଣ୍ଡ ନୁଆଇ ଦେଇଛି ? ସତରେ କଣ ବହୁ ଜ୍ଞାନର ଅଧିକାରୀ ମନୁଷ୍ୟ ଆଜି ସାମାନ୍ୟ ବସ୍ତୁ ଅଗରେ ବିଚାର ଶୂନ୍ୟ ?
-