ବହି ଟିଏ ପଢିଲା ପରେ, ମନେପଡେ
ବିରାମ ପର ର କାହାଣୀ,
ସତେ କଣ ଏଇଠି ଶେଷ,ନା;
ନୂତନ ଅନୁଛେଦ ପାଇଁ ଏକ ବିକଳ୍ପ ପ୍ରଣାଳୀ !
ଶୂନ୍ୟତା କୁ ସାଉଣ୍ଟିଲା ପରେ, ମନେପଡେ
ନୀରବତା ପଛ ର ରହସ୍ୟ,
ସତେ କଣ ଭାରି ଶାନ୍ତ ଏହାର ଶବ୍ଦ, ନା;
ଅଦିନିଆ ମେଘ ର ଏକ ମୌଳିକ ବୈଶିଷ୍ଟ୍ୟ !
ସମ୍ପର୍କ କୁ ଜାବୁଡି ଧରିଲା ପରେ, ମନେପଡେ
ଅପ୍ରତ୍ୟାଶିତ ଅକ୍ଷମତା ପଛ ର ମର୍ମ,
ସତେ କଣ ଏତେ ଜୀବନ୍ତ ଏହାର ଆଗତ, ନା;
ଅଣନିଶ୍ୱାସି,ଅପେକ୍ଷିତ,ପରାସ୍ତ ପ୍ରେମିକର ପୂର୍ଣ୍ଣ ବିରାମ !
_ଇପ୍ସିତା ମହାପାତ୍ର
-