28 SEP 2018 AT 15:12

ପାଦ ଚିହ୍ନ
ଚାଲିଚାଲି ମୁଁ ଯେ ଥକି ପଡ଼େ ଆଜି
ଭାବେ ଦେଖୁଛି ଆଜି କି ସପନ,
ଯାଉ ଯାଉ ପାଦ ସରିଗଲା ମୋର
ତଥାପି ପାଇଲିନି ତୁମ ପାଦଚିହ୍ନ।
ପାଦ ଚିହ୍ନ ତୁମ ଦେଖିବି ମୁଁ ଭାବେ
ସେ ଭାଗ୍ୟ ମୋହର କାହିଁ,
ଛୁଞ୍ଚି ମୁନେ ତୁମେ ଦୟାକଲ ବୋଲି
ପାଦ ମୋର ଚାଲେ ସାଇଁସାଇଁ।
ସେଇ ପାଦ ମୋର ଅଟକୁଛି ଆଜି
ଚାଲିଚାଲି ପଡ଼େ ଥକି,
ତୁମେ ତ ଜାଣିଛ ହେ ବିଶ୍ୱ ବିହାରୀ
କର ଏ ମିଛ ସଂସାରୁ ମୋତେ ପାରି।
ପାଦ ମୋର ଜମା ରହୁନାହିଁ ଆଜି
ତୁମକୁ ସେ ଖାଲି ଖୋଜୁଛି,
ମନ ଓ ବିବେକ ଏ ନଶ୍ୱର ଶରୀର
ଦରଶନ ଦେଲେ ପାଇବେ ମୁକତି।

-Hrusikesh kanhar



- M.phil Research Scholar