ବିଶ୍ୱାସ
*******
ପ୍ରଥମ ଦିନର ପ୍ରଥମ ପରଶେ
ହୃଦୟେ ଭରଷା ଦେଇ,
ତୁମରି ଉପରେ ରଖିଛି ବିଶ୍ୱାସ
ଭୁଲି ମୁଁ ପାରିବି ନାହିଁ ।
ବିଶ୍ୱାସର ଡୋର କେତେଯେ କଠିନ
ଛିଣ୍ଡାଇ ପାରେନା କହି,
ଥରେ ଢ଼ିଲା ହେଲେ ସବୁ ହଜିଯାଏ
ଯୋଡ଼ି ତ ହୁଅଇ ନାହିଁ ।
ଆଜି ଆଉଥରେ ତୁମ ବିଶ୍ୱାସରେ
ଜୀଇଁବାକୁ ମନ ହୁଏ ।
ଜୀଇଁରହିଥିବୀ ତୁମରି ବିଶ୍ୱାସେ
ଆଜିଠୁ ମରଣ ଯାଏ ।
ତୁମେ ମୋର ପ୍ରିୟ ଜୀବନ ଅମୃତ
ତୁମେ ତ ଜୀବନ ସାର,
ତୁମ ବିନା ଆନ ନାହିଁ ଏ ସଂସାରେ
ସତ୍ୟ ହେ ବାନ୍ଧବୀ ମୋର ।
Hrusikesh kanhar
-
ପ୍ରେମ ଓ ଧର୍ମ
ଦେଖୁଛି ମୁଁ ଭବେ ଏ ଦୁନିଆ ତୀରେ
ପ୍ରେମ ର ମିଠା ଯୌବନ,
ବଦଳି ଗଲାସେ ମୋ ସଂସାର ର ରୀତି
ଆଜି ଘଟୁଛି କି ଅକାରଣ ।
ପ୍ରେମ କୁ ଯେବେ ମୁଁ ଆଲିଙ୍ଗନ କରେ
ଛିଡ଼ା ହୁଏ ଆସି ଧର୍ମ,
କି ଜନମେ ଆଜି ପ୍ରେମକୁ ଖୋଜୁଛି
ଲୋଭେ ଖାଲି ଅଧର୍ମ ।
ଅକ୍ଷର ଦୁଇଟି କାନେ ମୋର ଶୁଭେ
ମନେପଡ଼ ଯେବେ ତମେ,
କି ଅକାଳରେ ଏ ଯୌବନ ଆସିଲା
ଘଟେ ମୋର ପ୍ରେମ ସ୍ଥାନେ ।
ରହୁ ଏଇ ଜାତି ନ ରହୁ ପୀରତି
ନେବି ଆଜି ମନ୍ତ୍ର ଦୀକ୍ଷା,
ଗଲେ ଯାଉ ପଛେ ପ୍ରେମ ତୀର ଆଜି
ନେବି ମୁଁ ଅଗ୍ନି ପରୀକ୍ଷା ।
ଥିଲା ମୋର ଲକ୍ଷ୍ୟ ନ ହୋଇବି ଚ୍ୟୁତ
ଧର୍ମ ପଥେ ଯିବି ତରି,
ଯଦି ନ ରଖିବି ରହିବନି ପ୍ରୀତି
ସର୍ବଦା ଯିବ ଅପସରି ।
ଜନ୍ମିଛି ମୁଁ ମର୍ତ୍ତ୍ୟେ ନରବ୍ରହ୍ମ ରୂପେ
ଉଡ଼ାଇବି ଧର୍ମ ଧ୍ୱଜା,
ଲଭି ବିଭୁ ପ୍ରେମ ରଖିବି ମୁଁ ଧର୍ମ
ଜୟ ହେଉ ଦ୍ବୟ ସଜ୍ଜା ।-
ଲାଜକୁଳୀ ଝିଅଟିଏ ତମେ
ନୂଆ ବୋହୁ ସାଜି ଆସିଲ ମୋ ଜୀବନେ
ଦରଜା ଏରୁଣ୍ଡି ଡେଇଁ,
ପାଦ ଦୁଇ ତମ ନାଲି ଗୁଲୁଗୁଲୁ
ମୁଣ୍ଡରେ ଓଢଣା ନାଇଁ ।
ପ୍ରଥମ ପରସେ ମନ କିଣିନେଲ
ହୃଦୟ ଦେଲ ମୋ ଖୋଲି,
ବାଟବଣା ଥିଲା ଏ ହୃଦୟ ଟି ମୋର
ପାରି ମୁଁ ନ ଥିଲି ଜାଣି ।
ସପନର ଘର ମୋ ଅସଜଡ଼ା ଥିଲା
ସଜାଡ଼ିଲ ବାଇ ଚଢ଼େଇ ଟେ ପରି
ମନ ଅଗଣାର ଫୁଲଟିଏ ସାଜି,
ମୋ ଜୀବନକୁ ଦେଲ ରଙ୍ଗେଇ ।
ବାସର ରାତିରେ ଥରେ ଛାତି ମୋର
ଟାଣି ନେଲ ଯେବେ ମୋତେ,
ନିଦ୍ରା ଭଙ୍ଗ ହୁଏ ଭାବିଲେ ସେ କଥା
ଭାବି ମୁଁ ପାରୁନି ସତେ ।
ତମ ଅଳସୀ ଯୌବନ ସଜ ଫୁଟା କଢ଼ି
କି କିମିଆଁ କଲା ମୋତେ,
ଭାବର ବିଳାସେ ନୀତି କଟେ ମୋର
ବଡ଼ ଯାଦୁଗର ଟିଏ ସତେ ।
ଲାଜକୁଳୀ ଝିଅଟିଏ ତମେ
ପଚାରିଲେ କିଛି କୁହନା,
ଦେଖିଦେଲେ ଦିଅ ହସି
ତମେ ବାନ୍ଧବୀ ମୋ ପ୍ରିୟତମା ।
-ହୃଷୀକେଶ କହଁର
-
ତମେ ଗଲା ପରେ
ତମେ ଗଲାପରେ ଏ ଶ୍ରାବଣ ରାତିଟା
ଫିକା ଲାଗେ କାଇଁ ମୋତେ,
ଉଦୁ ଉଦୁଲିଆ କଅଁଲି କିରଣ
ଦେହରେ ମୋ ଆସି ଛାଟେ ।
କି ଅବା ଭୁଲିବି ମୋ ପହିଲି ଦେଖାରେ
କରିଥିଲ ମୋତେ ନିଜର,
ମନେ ପଡ଼ିଗଲେ ସେ କଥା ଏବେ ମୋ
ବହୁଛି ଲୋତକ ଧାର ।
କି କରିବି ଆଲୋ କୁହ ପ୍ରାଣପ୍ରିୟା
ଚିବୁକ ଥରୁଚି ଖାଲି,
ଧରିଦେଲେ ତୁମ ନାମ ଓଠେ ମୋର
ଝରେ ନିରାସାର ବାଲି ।
ସତେକି ସେ ଶିଶୁର ବାଲିଘର ଗଢ଼ା
ମନେ ମୋ ପଡୁଛି ଆଜି,
ଭାଙ୍ଗି ଯାଏ ତା'ର ଠିକଣା ନ ଥାଏ
ଗଢୁ ଗଢୁ ଘର ବାଲି ।
ସେ ବସନ୍ତରେ ଆଉ କୋଇଲିର ତାନ
ଶୁଭୁ ନାହିଁ ଆଉ କିଛି,
ଶୀତ ଓ ହେମନ୍ତ ବର୍ଷା କି ବୈଶାଖ
ନୀତି ବଦଳୁଛି ଯେମିତି ।
ସଞ୍ଜ ଫେରିଆସେ ସେଇ ପୂର୍ଣ୍ଣମୀ ରାତିରେ
ଦିଶେନାହିଁ ସେଇ ଜହ୍ନ,
ଶୀତଳତା ଆସି ଛୁଇଁବ କେବେ ମୋ
ହୃଦୟ ନନ୍ଦନ ବନ ।
ଆଖିର ପଲକ ପଡ଼େ ନାହିଁ କେବେ
ଲାଗିରହେ ଚିର ବ୍ୟଥା,
ସମସ୍ତେ ବୋଲନ୍ତି କି ତୋର ହୋଇଛି
ହରାଇଛୁ ନିଜ ସତ୍ତା ।
ତମେ ଗଲାପରେ ଏ ମଧୁ ଭୁବନେ
ବେପଥୁ ସାଜିଛି ମଧୁମକ୍ଷୀ,
ତମେ ଫେରିଆସ ଏତିକି ମୁଁ ଚାହେଁ
ମୋ ଜୀବନ ବତୀକୁ ନେଇ ।
-ହୃଷୀକେଶ କହଁର
-
ହେ ସଖି
ଆଖି ଲୁହ ତୁମ ପୋଛି କହିଦିଅ
ଭଲପାଏ ବୋଲି ତୁମକୁ,
କି ଆଶା ତୁମର ବାକି ଅଛି ସଖି
ଖୁସି ଲାଗୁନାହିଁ ମନକୁ ।
ସାତ ଜନମର ଧୂପଟିଏ ହୋଇ
ବାସୁଥିବ ସଞ୍ଜ ସକାଳ,
ଗଛ ଟିଏ ହୋଇ ନୀତି ରହିଥିବୀ ମୁଁ
ତୁଳସୀ ଚଉଁରା ମୂଳ ।
ନୀତି ଜଳିବି ମୁଁ ସଂସାରର ସାଥେ
ସଳିତାର ଗୋଟି ସାଜି,
କୋଟି ଜନ୍ମଯାଏ ଆଲୋକିତ କରିବି
ଅଛି ମୁଁ ମନରେ ଭାବି ।
ମନର ଉହାଡ଼େ ନୀତି ଖୋଜେ ଖାଲି
ଜାଣେ ଏ ଦରଦୀ ମନ,
ସଯ ଗୋଲାପର କଢ଼ିଟିଏ ସତେ
ମନକୁ ଲାଗେ ନରମ ।
ତମ ପ୍ରେମେ ଭିଜି ଯାଉଛି ହେ ସଖି
ନିଜ ଭାବି ତୋଳି ନେବ,
ଅଳପ ଯୌବନେ ତମ ହୃଦୟୁ କାଢ଼ିଲେ
ଆଉ କିଏ ସାଉଁଟିବ ।
ତମେ ଅଛ ସଖି ଦିଅ ହୃଦୟ ପରସି
ମିଠା ମିଠା ଲାଗେ ଓଠ,
ସତେକି ମୋ ମନେ ଭରି ଦିଏ ତେଜ
ବାଜି ଗଲେ ଦେହ ସ୍ପର୍ଶ ।
ପୂର୍ଣ୍ଣିମା ରାତ୍ରିର ଶୁଭ୍ର ଜହ୍ନଟିଏ ଲାଗ
ହସି ଦେଲେ ତୁମେ ଥରେ,
ପ୍ରୌଢ ଯବନିକା ମନ ଦିଆନିଆ ଏମିତି
ଚାଲିଛି ଏ ସଂସାରେ ।
ତୁମେ ଦେବ ସଖି ମୋ ମନ ପୀରତି
ବ୍ୟାକୁଳ ହୃଦୟ ଏତେ,
କାହିଁ ତମେ ଜାଣି ଅଜାଣତ ରୁହ
କହିଦିଅ ମୋତେ ଥରେ ।
-ହୃଷୀକେଶ କହଁର
-
ଯୌବନ
ହେ ଯୌବନା ବିଳାସୀ ରୂପର ରୂପସି
ପ୍ରିୟତମ ରାଜଜେମା,
ଚିବୁକରେ ଆସି ମୋ କାଟିଲ ଗାର
ଭୁଲି ମୁଁ ପାରୁନି ଜମା ।
ନୂଆ ନୂଆ ଲାଗେ ଦୁନିଆଟା ସତେ
ଯେବେ ଯୌବନ ପାହାଚ ଚଢ଼େ,
ଝଡଟିଏ ହୋଇ ମାଡ଼ି ଆସେ ସେତ
ମୋ ଭାବନା ବିକ୍ଷିପ୍ତ କରେ ।
ହେ ମୋ ପ୍ରିୟସୀ ମନର ମାନସୀ
ଜୁଇ,ଯାଇ,ହେନା ମଲ୍ଲି
ହାତେ ସଜଫୁଟା ସ୍ମୁତିର ପସରା
ନେଇ ଆସିଅଛ ଚାଲି ।
ଉତ୍ତାଳ ଯୌବନ ସଙ୍ଗେ ଚକ୍ଷ୍ୟୁ ଚମକଇ
ଅଣ୍ଟା ଭଙ୍ଗା ପଥ ଚାଲି,
ପାଦ ଥିରିଥିରି ପାଉଁଜି ଶବଦେ
ସତେକି ସ୍ୱର୍ଗର ଅପ୍ସରୀ ।
ଯୁଗଳ ନୟନ ପଥ ଅନ୍ୱେଷଣ
ହରିଣୀର ସିଂହରଣ,
ଅମାପ ଆଶାଟି ବୁକୁରେ ଫୁଟଇ
ଲାଗେ ଭାରି ବିଚକ୍ଷଣ ।
ଆଶା ଫୁଟେ ମୋର କେବେ ଦେବ ଧରା
ଯୌବନରେ ଅଛ ଯେବେ,
ଶେଷ ହୋଇଯିବ ଏ ଯୌବନ ବିଭବ
ଦିଅ ଅନୁମତି ବେଗେ ।
-ହୃଷୀକେଶ କହଁର
-
ପ୍ରଥମ ପ୍ରେମ
ଟୁପ୍ ଟାପ୍ ଶବ୍ଦ କରି ଚାଲିଆସ
ଆଷାଡ଼ର ପହିଲି ତିଥିରେ,
ରହିଯାଅ ତମେ ହୃଦୟରେ ମୋର
ମୋ ଜୀବନ ବିନ୍ଦୁ ଟେ ସତେ ।
ରହିଥାଏ ଭାବି କେବେ ଯେ ଆସିବ
ଅପେକ୍ଷାର ସେଇ ଦିନ,
ଅଫୁଟା ରାଜୀବ ସତେଜ ହୋଇବ
ଯେବେ ଦେଖିବ ତୁମ ଯୌବନ ।
ତମେ ସେଇ ଝିଅ ଗୋଟିଏ ଦେଖାରେ
ପାଗଳ ହୋଇଛି ଏ ମନ,
କି କିମିଆ କଲ ହୃଦୟେ ରହିଲ
ଖାଲି ଦେଖୁଛି ତୁମ ସପନ ।
ଅଧରାତି ଯେବେ ଭାଙ୍ଗିଯାଏ ନିଦ
ମନେପଡ଼ କାହିଁ ତମେ,
ଏ ତରୁଣ ହୃଦୟେ ଏତେ କଷ୍ଟ ସତେ
ଭାବି ମୁଁ ପାରୁନି ମନେ ।
ଚାଲିଯାଅ ଯେବେ ଏଇ ବାଟ ଦେଇ
ଶୁଭେ ତୁମ ପାଦ ପାଉଁଜି,
କି ଦୁର୍ଭାଗ୍ୟ ମୋହର ଅଧମ ଟେ ମୁଇଁ
ପାଇପାରେ ନାହିଁ ଖୋଜି ।
ଅଦେଖା ସପନ ଅଦେଖା ଯୌବନ
ଭାରି ଚଗଲିଆ ଏ ପ୍ରେମ ରାସ୍ତା,
ମୁଁ ଯେବେ ପାଦରେ ଚାଲିଚାଲି ଯାଏ
ଖାଲି ଝରିପଡ଼େ ଫୁଲ ବରଷା ।
-ହୃଷୀକେଶ କହଁର-
ଜହ୍ନ ରାତି...
ବାତାୟନ ପାଶେ ନୀତି ବସି ଆଙ୍କେ
ତୁମ ଜୀବନର ପ୍ରତିଛବି,
ଆଙ୍କୁ ଆଙ୍କୁ ତୁମ ଗଢ଼ିଲା ମୋ ହାତେ
ପ୍ରୀତି ମହକର ଛବି ।
ଶୀତୁଆ ଶୀତୁଆ ଜହ୍ନ ରାତିଟା
ତୁହାକୁ ତୁହା ମାରେ ପବନ,
ହୃଦୟ ପରାଣ ମୋ ଅଣ ଲେଉଟା ଦିଏ
ଜହ୍ନ ରାତିଟା ଲାଗେ କୁଞ୍ଜବନ ।
ଜହ୍ନ ରାତିର ଆକାଶର ପଥେ
କୋଟି କୋଟି ତାରା ଲାବଣ୍ୟ,
ଗବାକ୍ଷ ପାସୁ ନୀତି ବସି ଦେଖେ
ସତେ ଜହ୍ନ ରାତିଟା ଲାଗେ ସପନ ।
ସ୍ନିଧ ଲାଗଇ ଆକାଶଟା ସାରା
ତୁମ ଚୋରା ଚାହାଣୀର ମନ,
ଶୂନ୍ୟୁ ଆସି ସତେ ନିରେଖି ଡାକୁଛି
କହୁଛି ମୋ ହୃଦ ସ୍ପନ୍ଦନ ।
-ହୃଷିକେଶ କହଁର
-
ଜହ୍ନ ଜୋଛନାର ଶୀତେ...
ଜହ୍ନରେ କରିଲ ଘର,
ଫୁଲରେ ଫୁଲରେ ସଜାଡ଼ିଲ ତୁମ
ପ୍ରୀତି ପଦ୍ମାବତୀ ଘର ।
ବସିବା ପାଇଁ ମୁଁ ଗଲି,
ଆଦରେ ନେଇକି ବସେଇ କହିଲ
ଭାବୁଥିଲି ତମେ ଆସିବ ବୁଲି ।
ମନ ଟି ହେଲା ମୋ ପୁଲକିତ
ତମ ସ୍ମିତ ହାସ୍ୟ କଥା ଶୁଣି,
ତୁମ ସରଧାର ବାକ୍ୟବାଣ ଆଜି
ହୃଦୟକୁ ଗଲା ମୋ ଛୁଇଁ ।
ବୁଝି ମୁଁ ପାରୁନି ସତେ
ତୁମ ହୃଦୟଟି କେଉଁଥିରେ ଗଢ଼ା
ଜହ୍ନ ଗାତ୍ରରେ ନା ଜହ୍ନ ଜୋଛନାରେ ଶୀତେ।
-ହୃଷିକେଶ କହଁର
-
ସପନ ଦରଜା ଖୋଲି
ଆସିଲ ମୋ ପାଇଁ ହୋଇ ଏକ ଶୀତୁଆ ପବନ
ମୋ ଦୁଇ ଆଖିକୁ ବନ୍ଦ କରି ଅନୁଭବ କଲି ତୁମ ।
ଟୁପ ଟାପ ଶବ୍ଦ କରି ଆସିଲ ପୁଣି ଫେରି
ଭିଯାଇ ଦେଇ ଚାଲିଗଲ ଅସରାଏ ବର୍ଷା ହୋଇ ।
ପୁଣି ଆସି ବିଞ୍ଚାଇ ଦେଲ ଶୀତଳ ତା'ର ଛାଇ
ମନ ମୋର ବଦଳି ଗଲା ତୁମକୁ ସେ ପାଇ ।
ଦେଖିଲି ତୁମକୁ ଦୂରୁ କାଶତଣ୍ଡି ଥିଲ ହୋଇ
ଆଉଥରେ ଦେଖିବାକୁ ମନ ନେଲ ମୋହି ।
ଚାରିଦିଗେ ଧଳା ଧଳା ମେଘ ସୁନୀଳ ଅମ୍ବରେ
ତୁମେ ପ୍ରିୟା ରହିଅଛ ମୋ ହୃଦ ନଦୀ ତିରେ ।
ଆସିଲ ଏମିତି ଛୁଇଁ ଗଲ ମୋତେ
ଜାଣିପାରିଲିନି ମୁଇଁ,
ସତେକି ଯେମିତି ହେମନ୍ତ ଋତୁ ସାଜି
ଆସିଥିଲ ତୁମେ ଧାଇଁ ।
ଶୀତ ସକାଳର ସୁନେଲି କିରଣେ
ଅତି ଶୀତଳତା ତୁମ ସ୍ପର୍ଶ,
ତୁମକୁ କାହିଁକି ପାଇବା ପାଇଁ
ମନରେ ରହିଯାଏ ମୋ ଅବଶୋଷ ।
ସବୁଦିନେ ଦେଖେ ଏମିତି ସପନେ
କେବେବି ଆସନୀ ଫେରି,
ମୋ ବାସ୍ତବ ଜୀବନକୁ କେବେ ଆସିବ ସାଥି
ମୋ ସପନ ଦରଜା ଖୋଲି ।
-ହୃଷିକେଶ କହଁର
-