Gokul   (@ଜ୍ଞାନରଞ୍ଜନ)
81 Followers · 45 Following

read more
Joined 8 May 2018


read more
Joined 8 May 2018
1 JAN 2023 AT 1:59

ଶେଷରୁ ଆରମ୍ଭ ,ଅସ୍ତରୁ ଉଦୟ
ସମୟର ଅନ୍ତେ , ସ୍ମୃତିର ପାହାଡ଼।

-


1 JAN 2023 AT 1:42

ହେ ୨୦୨୨
ତୁମେ ଫେରିଯାଅ
ତୁମକୁ ଭୁଲିବା ପାଇଁ
ବନ୍ଦ କରିଦେଇଛି ଝରକା ସବୁ
ବିଚଳିତ କରିବନି ତୁମେ
ଏକାଠି କରିଛି ସବୁ ସ୍ମୃତି ପାଉଁଶକୁ ।

ସାଥୀ ଏବେ ୨୦୨୩
ଶେଷ ରୁ ଆରମ୍ଭ
ଅସ୍ତରୁ ରୁ ଉଦୟ
ବିସର୍ଜିତ୍ ସ୍ମୃତି ପାଉଁଶରେ
ସମୟର ଧାରେ ଧାରେ
ଆରମ୍ଭ ମୋ ନବ ବର୍ଷ ।



-


10 AUG 2022 AT 6:07


ବର୍ଷା ହୁଏ କାରଣ ମେଘ ତାର ଓଜନକୁ ଧରି ରଖି ପାରେନାହିଁ।
ଆଖିରୁ ଲୁହ ଝରେ କାରଣ ହୃଦୟ କଷ୍ଟକୁ ସମ୍ଭାଳି ପାରେନାହିଁ।
”Rain falls because the clouds can no longer handle the weight. Tears fall because the heart can no longer handle the pain.”

-


7 AUG 2022 AT 9:46

It's not a word
It's a feeling.
#HappyFriendshipDay

-


21 JUL 2022 AT 13:55

Your role is as Cameo role in my play but it is important....
ମୋ ଜୀବନ ନାଟକରେ ତୁମର ଭୂମିକା ଛୋଟ ହୋଇପାରେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ.......

-


7 JUL 2022 AT 7:10

Paid Content

-


5 JUL 2022 AT 20:03

ତୁମକୁ ଭୁଲିବାକୁ ଲାଗିବ ସମୟ
ଅପେକ୍ଷା କର
ବିଳମ୍ବିତ ହେଉଛି ସମୟ
ଯେତେବେଳେ ତୁମେ ଅଛ
ଶରୀରର ପ୍ରତ୍ୟେକ ଅଂଶରେ
ଭୁଲିବାକୁ ଲାଗିବ ସମୟ ।

ତୁମ ପାଇଁ ପ୍ରତି କ୍ଷଣ
ଆନମନା ଥିଲା ମନ
ତୁମେ କିନ୍ତୁ ଦେଖାଇଲ
ଏକାକୀ ବଞ୍ଚିବାର ଜିବନ

ରାସ୍ତା ଥିଲା ଅଙ୍କାବଙ୍କା
ଲକ୍ଷ ଥିଲ ତୁମେ
ରାଗ ଥିଲା ଯେତେ ବି ଗଭୀର
ପ୍ରେମ ଥିଲା ତା ଠାରୁ ଆହୁରି ମଧୁର

ଥିଲେ ଯେତେ ଦୁଃଖ ଝଡ଼ଝଞ୍ଜା
ତୁମେ କିନ୍ତୁ ଥିଲ ମୋ ଖୁସିର କାରଣ .......
ବାରମ୍ବାର ଥାପୁଡ଼ାଏ ମନ,
ହଁ , ତୁମକୁ ଭୁଲିବାକୁ ଲାଗିବ ସମୟ......

-


1 APR 2022 AT 12:19


ଭାଷାକୁ ନେଇକି ଉତ୍କଳ ହେଇଛି,
ଏତ ମହାପୁରୁଷଙ୍କ ଦାନ,
ଓଡ଼ିଆ ସହିତ ହିଗ୍ଲିଶ ମିଶାଇ
ଓଡ଼ିଆ ପୁଅଟା କରେ ଏବେ ଜୟଗାନ ।

ମିଛେ କରୁ ଆମେ ଗର୍ବ ,
ଓଡ଼ିଆରେ ହେବ କାର୍ଯ୍ୟାଳୟ କାମ ,
ଫଳକ ଲାଗିବ ମାତୃଭାଷାରେ,
ଡିଣ୍ଡିମ ପିଟିବୁ ଉତ୍କଳ ମାଆର ସନ୍ତାନ ।

ସରକାରୀ କଳ ବିଜ୍ଞପ୍ତି ଦେଇକି
ବିତିଗଲା ବର୍ଷ ବର୍ଷ , ପାଳନ ହେଲାନି ଆଦେଶ,
ମୁଖିଆ ଆମର ଆଦେଶ ଦେଇକି, ହେଲେ ଯାହା ହୀନିମାନ
ସତରେ,ଆମେ କେତେ ଦେଖୁ ପ୍ରହସନ ।

"ବନ୍ଦେ ଉତ୍କଳ ଜନନୀ"



-


12 MAR 2022 AT 0:24

ହେ ମିଛ...
ମୋ ପାଟିରୁ ଯେବେ ତୁ ନେଇଥାଉ ଜନ୍ମ
ତୁ ଲାଗୁ ମୋତେ କେତେ ଯେ ନିଜର
ଅନ୍ୟ ଠାରୁ ଯେବେ ନେଉ ଜନ୍ମ
ମୋତେ କିନ୍ତୁ ଲାଗୁ ତୁ ଜହର ଜହର ।
ହେ ମିଛ....
ବେଳେ ବେଳେ ଆନ୍ଦୋଳିତ ହୁଏ ମନ
ଯେବେ ହୁଏ ଓଲଟ ପାଲଟ
ସମୟର ସାଥେ କଷିଚାଲେ ଅଙ୍କ
ପଚାରେ ନିଜକୁ
ଏଠି ସମୟ ଦୋଷୀ ନା ମୁ ଦୋଷୀ ?
ହେ ମିଛ....
କେଉଁ କାରଣରୁ ତୁମେ ହେଲ ଜନ୍ମ
ଦେଇ ପାରୁନାହିଁ ଉତ୍ତର
କେମିତି ବୁଝିବ ଅବୁଝା ମଣିଷ
ପଢ଼ି ସାରି ସାରା ଫର୍ଦ୍ଦ
ବୁଝିବା ଲୋକ ତ ଠିକ୍ ବୁଝିବ
ପଢ଼ି ଦେଇ ଖଣ୍ଡେ ସାଦା କାଗଜ ର ଫର୍ଦ୍ଦ।
ହେ ମିଛ ....
କାହିଁକି ତୁମର ଅଛି ଉପସ୍ଥିତି
ସ୍ବାର୍ଥର ଦାୟଦ ତୁମେ
ଅପସରି ଯାଆ ଲୋଡା ନାହିଁ ତୁମ ପ୍ରୀତି....
— % &

-


27 FEB 2022 AT 18:48


ଏମିତି କେତେ ଦିନ !!!

ଏମିତି କେତେ ଦିନ ଲାଗିଥିବ ଶୀତଳ ଯୁଦ୍ଧ,
ତୁମ ଆଉ ମୋ ଭିତରେ ,
କଟାକ୍ଷ କଲାଣି ଅନେକ ଫଗୁଣ
ବିତି ଗଲାଣି ଋତୁ ପରେ ଋତୁ
ଅବତୀର୍ଣ୍ଣ ହୁଅ ଥରେ ପ୍ରେମର ଯୁଦ୍ଧ ଭୂଇଁରେ
ପରଖି ନିଅ ସମ୍ପର୍କକୁ,
ମୁଁ ଜିତିଲେ ତୁମେ ମୋର
ତୁମେ ଜିତିଲେ ମୁଁ ତୁମର।
ଦୁନିଆ ଦେଖୁ ଆମ ଶୀତଳ ଯୁଦ୍ଧର ଯବନିକା।

— % &

-


Fetching Gokul Quotes