Dr.RR Sahoo   (ବଡ ସାର୍)
22 Followers · 5 Following

Just a human being ..
Joined 22 June 2019


Just a human being ..
Joined 22 June 2019
12 JAN 2021 AT 16:01

Struggles should be a part of our life. If we walk off our life without any obstructions, we would be bringing our survival to a standstill. We would not be as strong as what we could have been. Give every prospect of life a chance without leaving any room for regrets. -----

-


4 JAN 2021 AT 22:33

କେମେଷ୍ଟ୍ରି ଲ୍ୟାବ୍-୨
କିଛି ସମୟ ପରେ ପୁଣି ଭିତର ଲ୍ୟାବ୍ ରୁ ପୁଣି କିଛି ଶବ୍ଦ ଶୁଣାଗଲା। ତା ଛାତି ସେତେ ବେଳକୁ ଧକ ଧକ ହେବାରେ ଲାଗିଲାଣି। ହେଲେ ପୁଣି ଗଲା ସେ ଦେଖିବାକୁ। ଦେଖିଲା ଷ୍ଟାରର୍ ଟା ପୁଣି ବୁଲୁଛି, ପାଖରେ ଥିବା ମାଇକ୍ରୋସ୍କୋପ୍ ଟା ଜଳୁଛି, ଆଉ ଗୋଟେ ଇନଷ୍ଟ୍ରୁମେଣ୍ଟ ବି ଅନ୍ ଅଛି। ତା ହାର୍ଟ ବିଟ୍ ସେତେ ବେଳକୁ ଚାରି ଶହ ରେ ପହଞ୍ଚିଲାଣି। ସବୁ ଇନଷ୍ଟ୍ରୁମେଣ୍ଟ, ଲାଇଟ୍ ସବୁ ବନ୍ଦ କରି ଆସି ତା ଡେସ୍କ ରେ ପହଞ୍ଚିଲା, ଭାବିଲା କାମ ସେତିକି ଥାଉ, ଯାଉଛି ହଷ୍ଟେଲ ପଳେଇବି।

କମ୍ପୁଟର ଟା ବନ୍ଦ କରୁଛି, କାହାର ଗୋଟେ ପାଦ ଶବ୍ଦ ଶୁଣାଗଲା, ପାଉଁଜି ର ରୁଣୁଝୁଣୁ ଶବ୍ଦ ବି। ଭୟରେ ସେ ଆଖି ବନ୍ଦ କରି ପକେଇଲା। ଏତିକି ବେଳକୁ କିଏ ଆସି ତାକୁ ଗୋଟେ ଜୋରରେ ଗୋଇଠା ମାରିଲା। ଇଲୋ ବୋଉଲୋ, ମରିଗଲି କହି ଦେଖିଲା ବେଳକୁ, ବିନି ତାକୁ ଜବରଦସ୍ତ ଲାତ ଟେ ମାରିଛି। ଆବେ ତୁ, ତୁ ଘରୁ କେବେ ଆସିଲୁ !!! ଆବେ ଗଧ, କୁକୁର, ମୁଁ ସନ୍ଧ୍ୟାରେ ଆସିଲି। ଭାବିଲି ରାତିରେ କିଛି କାମ କରିବି ବୋଲି, ହେଲେ ଦି ଦି ଥର ଏକ୍ସପେରିମେଂଟ ଆରମ୍ଭ କଲାଣି, ତୁ କଣ ପାଇଁ ଆସି ମୋ ସିଷ୍ଟମ୍ ସବୁ ବନ୍ଦ କରୁଛୁ ବେ !!!!

ମାନସ ତଳେ ପଡି ଆଖି ବଡ ବଡ କରି ବିନି କୁ ଅନେଇଥାଏ, ଉଠିକି ଗଲା ପୁଣି ଥରେ କମ୍ପୁଟର ଅନ୍ କରିବା ପାଇଁ।

-


4 JAN 2021 AT 22:30

କେମେଷ୍ଟ୍ରି ଲ୍ୟାବ୍ -୧
ରାତି ୧୧ ବାଜିଲାଣି, ମାନସ ଲ୍ୟାବ୍ ରେ କାମ କରୁଥାଏ। ଆଜି ସେ ପୁରା ଲ୍ୟାବ୍ ରେ ଏକୁଟିଆ। ଏତେ ବଡ ଲ୍ୟାବ୍ ରେ ପୁରା ଖାଁ ଖାଁ ଲାଗୁଥାଏ ତାକୁ। କାଲି ତାର ଘରକୁ ଯିବାର ଅଛି, ସେଥିପାଇଁ ଆଜି ରାତିରେ ତାକୁ ବହୁତ ଗୁଡେ କାମ ସାରିବାର ଅଛି। ପ୍ରତିଦିନ ଏହି ସମୟରେ ଲ୍ୟାବ୍ ରେ ଭାରି ଗହଳି ଥାଏ। ଆଜି କିନ୍ତୁ ତାର ସବୁ ସାଙ୍ଗ ମାନେ ନାଇଟ୍ ସୋ ସିନେମା ଦେଖିବା ପାଇଁ ପଳାଇଥାନ୍ତି। ତାର ଯିବାର ଇଚ୍ଛା ଥିଲେ ବି କାମ ଯୋଗୁଁ ସେ ଯାଇ ନଥାଏ।

ସେ କମ୍ପ୍ୟୁଟର ରେ ବସି କାମ କରୁଥାଏ, ହଠାତ ଭିତର ଲ୍ୟାବ୍ ରୁ କିଛି ଶବ୍ଦ ଶୁଣାଗଲା ତାକୁ। ପ୍ରଥମେ ସେ ଅଣଦେଖା କରି ରହିଗଲା, କିନ୍ତୁ ଶବ୍ଦ ଟା ତାକୁ ଶୁଣା ଯାଉଥାଏ। ସାହସ କରି ଭିତର ଲ୍ୟାବ୍ କୁ ଗଲା, ଯାଇ ଦେଖିଲା, ହଟ୍ ପ୍ଲେଟ୍ ଉପରେ ଗୋଟେ ବିକର୍ ରେ ପାଣି, ଆଉ ଷ୍ଟାରର୍ ଟା ଜୋରରେ ବୁଲୁଛି। ଚମକି ପଡିଲା ସେ, ଏଠି ତ ସବୁ ବନ୍ଦ ଥିଲା, ଏଇଟା ଚାଲିଲା କେମିତି। ତା ଭିତରର ଡର ଟା ଧିରେ ଧିରେ ବଢିବାରେ ଲାଗିଲା। ସୁଇଚ୍ ଟା ବନ୍ଦ କରି ପୁଣି ଆସି ସେ କମ୍ପୁଟରରେ କାମ କରିବାରେ ଲାଗିଲା।

-


31 DEC 2020 AT 19:15

ଶୀତୁଆ ରାତିରେ କାକର ଭିଜାଶ୍ରତ ବାଲୁକା ଶଯ୍ୟାରେ ଲହଡି ର ରୁଣୁଝୁଣୁ ଗୀତରେ ଅଳସୀ ଶ୍ବେତ ଜ୍ୟୋତ୍ସ୍ନା ରେ ଭିଜି ଭିଜି ବଞ୍ଚି ରହିଛି ତୋରି ଅପେକ୍ଷା ରେ !!! କେବେ ତୋର ସେ ଗୋଲାପୀ ଗୋଲାପୀ ମହକ ଆସି ଶୁଖେଇ ଦେବ ଏ ଭିଜା ହୃଦୟ ଓ ରଙ୍ଗେଇ ଦେବ ଏ ତୃଶାକ୍ତ ଓଠ।

-


7 NOV 2020 AT 15:27

ठंडी ठंडी हवा जब
दिल को छू कर चला गया
उसकी जुल्फों को तकिया
बना के मैं सुकून से सो गया
सूरज की पहली किरण
जब उसकी आँखों को सताने लगे
बाहों का चादर ओढ़ा कर
हम एक दूसरे में समाने लगे ...

-


6 NOV 2020 AT 16:29

An Unknown face
Who came in dream
Since then I'm sleeping night n day
But she is nowhere to be seen

-


6 NOV 2020 AT 16:25

In the darkest night
When Silence rule
The heart weeps out loudly
Your absence the most I feel.

-


21 OCT 2020 AT 19:56

ମୁହଁ ଲୁଚା ଅନ୍ଧାର ଘରେ ଝରକା ଫାଙ୍କ ଦେଇ ଭାସି ଆସୁଥିବା କଁଅଳ ଆଲୁଅରେ ତାର ମୁହଁକୁ ଛାତିରେ ଚାପିଧରି ଉଷୁମ ଟାଣୁଥିବା ଗୋଟେ ଚଗଲା ଭାବନା ବୋଧେ #ପ୍ରେମ !

-


11 OCT 2020 AT 20:55

ହେ!! ଚାଲ ଟିକେ ବୁଲି ଯିବା!!

କୁଆଡେ ??

ଯୁଆଡେ ଚାଲ, ହେଲେ ସମୁଦ୍ର କୂଳ ନୁହଁ !!! କେଜାଣି କେତେ ସ୍ମୃତି ସେ ପାଣି ବାଲି ପବନ ଝାଉଁ ବଣ ରେ ଲୁଚେଇ ରଖିଛ, ସେଠି ପହଞ୍ଚିଲା ମାନେ !!! ମୋର ତ ମୋର ତମେ ନିଜର ଅସ୍ତିତ୍ଵ ବି ଭୁଲିଯାଅ।

-


8 OCT 2020 AT 22:47

ତୋ ଉଶ୍ମ ହାତର
ନରମ ନରମ ସ୍ପର୍ଶ
ପବନ ରେ ଭରି ଦେଉଥିଲା
ମହୁଲି ର ରସ
ଲାଜୁଆ ଆଖି କୁ ତୋର
ଶୁସ୍କ ଓଠର ଶୋଷ
ଦେଉଥିଲା ନିମନ୍ତ୍ରଣ ହେଲେ
ଲାଗୁଥିଲା ଭାରି ଲାଜ।

-


Fetching Dr.RR Sahoo Quotes