ପଙ୍କ ରୁ ପଦ୍ମ
ସ୍ବଭାବ କବି ହେ ଗଙ୍ଗାଧର
ବରପାଲି ସ୍ଥାନେ ଜନ୍ମ ତୁମର।
ଶ୍ରାବଣ ମାସ ପୂର୍ଣ୍ଣମୀ ତିଥିରେ
ଅବତରିଲ ଏ ଧରାଧାମରେ ।
ପିତା ଯେ ଚୈତନ୍ୟ ମାତା ସେବତୀ
ରହିଛି ରହିବ ବିଶ୍ୱେ ତୁମ ଖ୍ୟାତି।
ଦୁଃଖ କଷ୍ଟ ସହି ଆଗେଇଲ
ଅନ୍ଧାରରୁ ଆଲୋକକୁ,
ଲେଖନୀ ମୁନରେ ଉଚ୍ଚ କଲ
ମାତୃଭୂମି ମାତୃଭାଷାକୁ ।
ପ୍ରଣୟ ବଲ୍ଲରୀ,ଇନ୍ଦୁମତି, ଅହଲ୍ୟାସ୍ତବ
ରଚିଗଲ କେତେ କାବ୍ୟ ପରେ କାବ୍ୟ।
କୀଚକବଧ ,ରସ ରତ୍ନାକର
ଉତ୍କଳଲକ୍ଷ୍ମୀ,ମହିମା ତୁମର
ଧନ୍ୟ ଧନ୍ୟ ତୁମେ କବି ଗଙ୍ଗାଧର
ସାରା ଜଗତେ ହୋଇଲ ଅମର।
ଏ ସୃଷ୍ଟି ହୋଇଲା ଅମୃତମୟ
ଭକ୍ତି,ଅର୍ଘ୍ୟଥାଳୀ,ଗୀତି ମଧୁମୟ।
ନାରୀ ଦୁଃଖେ ଦୁଃଖୀ ହୋଇ
ରଚିଗଲ 'ତପସ୍ୱିନୀ'
ପ୍ରକୃତି କବିର ମାନ୍ୟତା ଲଭିଲ
ଶେଷେ ଉଭାହେଲେ 'ପଦ୍ମିନୀ '।
ଏ ଶୁଭ ଦିନରେ ତୁମ ଶ୍ରୀଚରଣେ
କରୁଅଛି ପ୍ରଣିପାତ
ଓଡ଼ିଆ ଜାତି ଗର୍ବ କରେ ଆଜି
ତୁମ ଆଦର୍ଶରେ ଅନୁପ୍ରାଣିତ।
✍️Dipali Pradhan
-
ଅନ୍ଧାର୍ ନାଇ ଥିଲେ ଉକିଆ କେ କିଏ ଜାନ୍ତା କାଏଁ ?
କଲା ରଙ୍ଗ୍ ନାଇଥିଲେ ଥିଲେ,
ଧୋପ୍ ଖିର୍ ଖିର୍ ର ଚମକ୍ ଥିତା କାଏଁ ?
ଦୁଃଖ୍ ନାଇ ଥିଲେ ସୁଖ୍ ର ଉସତ୍ ମିଲତା କାଏଁ ?
ଭୁଲ୍ ନାଇ କଲେ ଠିକ୍ ର ମୂଲ୍ ବୁଝି ହେତା କାଏଁ ?-
ସମିଆକେ କାଣା କେ କେଭେ ଅଟକେଇ ପର୍ଲାନ??
କି ସମିଆ କହାର୍ ପାଖେ ଅଟକି କରି ରହେଲାନ??
ସମିଆ ସାଙ୍ଗେ ସାଙ୍ଗେ ସବୁ ସଉକ୍ ବଦଲି ଯାଏସି..🫥
କିଏ କହେସି ସାମିଆ କେ ଟାକବାର ପଡସି ତ
କେ କହେସି ସମିଆ କେ ଆନ୍-ବାର୍ କେ ପଡସି 🤔
ଇ ଟାକବାର୍ ଆଉ ଆନ୍-ବାର୍ ଭିତ୍ରେ
ଜୀବନ୍ ଉଲ୍ ଝି କରି ରହିଯାଏସି..🫥
Dipali🖋️
-
ତୁମ ଠୁଁ ଆରମ୍ଭ ସଂସାର ମୋହର
ତୁମ ଠାରେ ପୁଣି ଶେଷ
ତୁମେ ଥିଲେ ସାଥି ଜୀବନରେ ମୋର
ନାହିଁ କିଛି ଅବଶୋଷ-
ଖୁଜି ଖୁଜି ଅଥା ନାଇଁ ପାଏଲି କାହିଁ
କେନ୍ଆଡେ ଗଲା କେହି ତ ଦେଖି ନାଇଁ
କେନୁଥିଲା ଆସି ଝରିଗଲା ଦୁଇ ଧାର୍ ଲହ
ହଜିଯାଇଛେ ମନ୍ ମୋର୍ କିଏ ଆନିଦେବା କହ?-
ବସି ବସି ଭାବ୍-ନାର୍ ରାଏଜେ ଯାଉଛେଁ ଢଲି
Your Quote ଆଡୁ ଘାଏ ଆଏତିଁ କାଏଁ ବୁଲି??
ମନ୍ ଭିତ୍-ରେ କେତେ କଥା ଯାଉଛେ ଉଛ୍-ଲି
ହାଲ୍-କା ହେତା ମନ୍-ଟା ଘାଏ କହେତିଁ କାଏଁ ଖୁଲି??
ବନେ ଦିନର୍ କଥା ଯେତେ ରଖିଛେଁ ଠୁଲେଇ
କଲମର୍ ଗାରେ ଘାଏ ଦେତିଁ କାଏଁ ଉକ୍-ଲେଇ??
-
ଏ ଧନ
ବିହା ହେମି ବୋଲି କଥା ଦେଇଥିଲୁ
ସବୁ କିଛି ପାସ୍-ରି ଦେଲୁ
ତୋର୍ ବିନା ରହି ନାଇଁ ପାରେଁ କହୁଥିଲୁ
ଆଏଜ୍ ମତେ ଛାଡି ଅଲ୍-ଗା କାହାର୍ ହାତ୍-ଧରିନେଲୁ-
ସହରେ ଚାକ୍-ରି କରୁଛେ
ଦିହେ ପିନ୍ଧ୍-ନା ନାଇଁନ
ଫଟା ଚିର୍-ହା ଲେକ୍-ରି ଗୁରେଇ ହେଇଛେ
କହୁଛେ ପୋ ମୋର୍ ସହରେ ଚାକ୍-ରି କରୁଛେ।।
ଥିର୍ ଟିକେ ଲାଗି ବାର ଦୁଆର୍ କିନ୍ଦ୍-ରୁଛେ
କହୁଛେ ପୋ ମୋର୍ ସହରେ ଚାକ୍-ରି କରୁଛେ।।
ରହେବାର୍ କେ ଠାନ୍ ନାଇଁ
ଇତାର୍ ପିଢାଁ ସେତାର୍ ପିଢାଁ ନୁ ଢୁଡ୍-ମେଇ ହେଉଛେ
କହୁଛେ ପୋ ମୋର୍ ସହରେ ଚାକ୍-ରି କରୁଛେ।।
ଆଏବା ଆଏବା ବୋଲି ହର୍-ମେଶା ବାଟ୍ ଦେଖୁଛେ
ଆଖିଁର୍ ଲହ ନାଇଁ ସୁଖୁଛେ
କହୁଛେ ପୋ ମୋର୍ ସହରେ ଚାକ୍-ରି କରୁଛେ।।
ଜୀବନ୍ ପୁଟ୍ ପୁଟ୍ କେ ହେବା ଆଶ୍ରା
ମୁହେଁ ଜୁଏଟିକେ ଲାଗି ପୋ କେ ଖୁଜୁଛେ
କହୁଛେ ପୋ ମୋର୍ ସହରେ ଚାକ୍-ରି କରୁଛେ।।-
ଜୀବନ୍ ସାରା ସାଙ୍ଗେ ଚାଲ୍-ମି ବୋଲି କହି କହି
ଅଧା ବାଟେ ଛାଡି ପଲାଲୁ
ଏ "ଧନ"
ଏଛେନ୍ କିଏ ଛାଡିଦେଲା ତତେ ଯେ
ମୋର୍ ପାଶ୍-କେ ଫିରି ଆଏଲୁ
-