Deepak Kumar Swain   (Deepak kumar swain)
596 Followers · 654 Following

read more
Joined 10 April 2020


read more
Joined 10 April 2020
23 MAY AT 11:42

ଗୁରୁ ବାଣୀ ବାଣୀ ନୁହେଁ ସରଗର ଅମୃତ ।
ଗୁରୁ କଥା କଥା ନୁହେଁ ପକ୍ୱରମ୍ଭା ସର୍ବତ ।।

-


29 MAR AT 12:26

ତମେ ଜାଣିଛ !!
ତମେ ଗଲାପରେ ଆଗପରି ଆଉ ଏ କଲମରୁ କାଳୀ ଝରୁନି
କି କବିତାର ରୂପ ନେଇ ପାରୁନି
ଅନେକ ଚେଷ୍ଟା କରି ମଧ୍ୟ କେଇଧାଡ଼ିରେ ହିଁ
ସୀମିତ ହେଇ ଯାଉଛି ମୋ କବିତା...
ଆସ ନା ପୁଣି ଫେରି ଆସ... ମୋ ଜୀବନକୁ

-


27 MAR AT 11:03

ତୁମ ପାଇଁ ମୋ ଜୀବନରେ ରହିଛି ଯେଉଁ ଶୂନ୍ୟ ସ୍ଥାନ
କେବେ ପୂରଣ କରିବ କୁହ ?
ଅବା ତାହା ରହିବ ଅପୂରଣୀୟ ! ମୋତେ କହିଦେଇ ଯାଅ...!
ଅବ୍ୟକ୍ତ ସବୁ ଭାବନାକୁ ଦଶନ୍ଧି ଧରି ଚାପି ରଖିଛି ହୃଦୟ ଭିତରେ
କେବେ ମୁକ୍ତ କରିବ ଏ ଭାବନା ମାନଙ୍କୁ
ନା ଏମାନଙ୍କ ସମାଧିସ୍ଥ ହେବ ସେମିତି ?

-


6 SEP 2024 AT 13:19

ରେ ଜୀବନ ଏ କି ଖେଳ ଖେଳୁଛୁ ତୁ ମୋ ସାଥିରେ, ତୋ ଖେଳ ଦେଖିଲେ ଲାଗୁଛି ଯେମିତି ମୋ ଖେଳ ସରିଯିବ । ତୁ ଏତେ ଜଟିଳ ଯେ ଗୋଟେ ମଣିଷ ଆଖି ବୁଜିବା ଯାଏଁ ତୋତେ ବୁଝି ପାରେନା । କେମିତି ତୁ ଏମିତି ରେ...! କେଉଁ ଧାତୁରେ ଗଢ଼ା ତୁ କହ ମୋତେ ?

-


8 AUG 2024 AT 8:57

ତୁମେ ମୋର ବୋଲି ମୁଁ ଆଶାବାଦୀ ଥିଲି,
ଏବେ ଜାଣିଲି କିଏ କାହାର ନୁହଁ ବୋଲି ।

-


8 AUG 2024 AT 8:50

जिसे अंधेरों से गुजरकर जाना आता है ।

-


27 DEC 2023 AT 18:55

ଅନ୍ୟାୟ
******

ଅନ୍ୟାୟକୁ ମଥାପାତି ସହିଯିବା
ଏକ ପାପ ଯାହା ନିଜେ ଭୋଗକରିବା ସହ
ଆଖପାଖ ଲୋକଙ୍କୁ ବି ଭୋଗିବାକୁ ପଡ଼େ ।

କାହା ପ୍ରତି ହେଉଥିବା ଅନ୍ୟାୟକୁ
ଦେଖି ନିଜ ବାଟ କାଟିବା ସମସ୍ତଙ୍କୁ ଆସେ ।

କିନ୍ତୁ ଅନ୍ୟାୟ ପୀଡ଼ିତକୁ ସାହାସ ଯୋଗାଇବା
କାମ ଖୁବ୍ କମ୍ ଲୋକ କରିପାରନ୍ତି ।

-


26 DEC 2023 AT 14:26

ଲକ୍ଷ୍ୟପଥର ପଥିକ
***********

ଚାଲୁଛି ମୁଁ ପଥିକଟେ ହେଇ
ଏମିତି ନିରନ୍ତର ଚାଲିବି....
ଚାଲୁଥିବି ଏ ଜୀବନ ବାଟରେ ।
ଦ୍ଵନ୍ଦ ମୋତେ ବାଟବଣା କରିଛି
ହେଲେ ପଥଚ୍ୟୁତ କରି ପାରିନି ।

ମୋ ଲକ୍ଷ୍ୟକୁ ମୁଁ ସ୍ଥିର କରି ସାରିଛି,
ସେଇ ଲକ୍ଷ୍ୟରେ ହିଁ ଏ ପାଦ ମୋର ଅଗ୍ରସର ।
ସେଇ ଅଗ୍ରସର ପାଦକୁ ଅନେକ ପ୍ରତିବନ୍ଧକ
ବାନ୍ଧିବାକୁ ଚେଷ୍ଟା କରିଛନ୍ତି ହେଲେ ପାରି ନାହାନ୍ତି ।

ସେଇ ଅନ୍ତିମ ଲକ୍ଷ୍ୟରେ ପହଞ୍ଚିବାର ପ୍ରୟାସ
ରହିବ ଅନ୍ତିମ ନିଃଶ୍ୱାସ ଯାଏଁ...

-


23 DEC 2023 AT 8:49

ଆଜି ତୁମେ ଯେଉଁ ଝାଳ ବୁହାଉଛ ତାହା କାଲି ତୁମ ପାଇଁ ବରଦାନ ସଦୃସ୍ୟ ହେବ ତେଣୁ ଝାଳ ବୁହାଇବା ପାଇଁ କୁଣ୍ଠିତ ହୁଅନା । ଶାରୀରିକ ପରିଶ୍ରମ କରି ନିଜକୁ ସୁଦୃଢ଼ କର କାରଣ ଏକ ସୁସ୍ଥ ଶରୀର ଭିତରେ ହିଁ ଏକ ସୁସ୍ଥ ମନ ପରିପୁଷ୍ଟ ହେଇଥାଏ ।

-


15 OCT 2023 AT 14:42

बदल गया सभी रिश्तोंका संज्ञा,
भूल गए सब उपकार ।
और भूल भी गए
उपकार का प्रतिदान वाला उपचार ।

ना कोई पुकारता वही नाम से आज...
जो सबका दिल में था ।
में भी कोशिश में लगा हूं भूलने को...
खुदको बदलने को, खुदको संभलने को...
जो मुझे पाने की ख्वाहिश था ।

अगर लोग धरती, पेड़ , सूरज आदि से
उपकार पाकर उन्हें भूल जाते है...तो
ए तुछ को कौन करेगा याद ।
अगर याद भी करेगे तो कब तक ?
वो सब भूल जाएंगे...
बस मेरे जाने के बाद ।

-


Fetching Deepak Kumar Swain Quotes