Paid Content
-
कोई कहता हे पागल,
तेरी आवार्गी का मारा
ए दिल बेचारा घायल।
ତୁମେ କବିର ସେ ଇତିହାସ
ମୁଁ ଯୋଦ୍ଧା ଶତାବ୍ଦୀ ଶତାବ୍ଦୀର
ତୁମେ ଫର୍ଦ୍ଦ ଫର୍ଦ୍ଦରେ ବିଜୟ ଓ ଗଭୀର
ମୁଁ ନିଜକୁ ମାରି ତୁମକୁ କରିଦିଏ ଅମର।-
ତୁମେ ପ୍ରଜ୍ଜ୍ଵଳିତ ଶିଖାର ଅଗ୍ନି
ମୁଁ ଶିଖା ଟିଏ ସମ
ତୁମେ ଜାଳିବା ପାଇଁ ପ୍ରତିଜ୍ଞାବଦ୍ଧ
ମୁଁ ଜଳିବାରେ ସନ୍ତୁଷ୍ଟ।-
ଯଦି ତୁମେ ଅନ୍ଧାରକୁ ଆଡ଼େଇ
ଚାଲିଆସ ମୋ ପାଖକୁ
ମୁଁ ମୃତ୍ୟୁ ଠୁ ମୃତ୍ୟୁକୁ ଛଡ଼େଇ
ଅର୍ପଣ କରିଦେବି ଜୀବନକୁ ତୁମ ହାତେ,
ତୁମ ପାପୁଲିରେ ସ୍ବପ୍ନକୁ ରଖି
ଦେଖିବି ତୁମକୁ ତୁମେ ହୋଇ
ମୁଁ ଯେବେ ଅନ୍ଧାରକୁ ଡରିଯିବି
ସାଇତି ନବ ମତେ ତୁମ ଆଖିର ପଲକେ।
- ଦେବାଶିଷ ଦିକ୍ଷୀତ-
ଦିନକୁ ଦିନ ଯୋଡି ଯୋଡି ରାତି
ସଜାଡ଼ୁଛି ନିଜ କାଳ କାଳ ପ୍ରୀତି,
ଖଞ୍ଜି ଖଞ୍ଜି ସ୍ଵପ୍ନ ଦେଇ ଉତ୍ସାହ
ଗଢିବି କଳ୍ପନା ରାଇଜ ପୀରତି,
ତୁମେ ମୋର କେବେ ଅପହଞ୍ଚେ ଥାଅ
ପାଖରେ ଥାଇକି ଦୂରେ ଦୂରେ ଲାଗ,
ଲେଖିଛି ମୁଁ ଚିଠି ଶେଷ ତାନ୍ତ୍ରିକକୁ
ଜୀବନ ଦେବାକୁ ମୃତ ପ୍ରେମକୁ,
କିଛି କ୍ଷଣର ସେ ମିଳନକୁ ଆଜି
ବଳି ଦେଇଛି ମୁଁ ତନ୍ତ୍ର ସାଧିବାକୁ,
କାଳେ ମତେ ସିଏ ଛାଡି ଯିବ ଜାଣି
ଗୁପ୍ତ ପରିଚୟେ ରଖିଛି ନିଜକୁ।
- ଦେବାଶିଷ ଦିକ୍ଷୀତ
-
ସହର ଜଳୁଛି ମାୟାର ରାତିରେ
ଗୋପନ ଠିକଣା ନେଇ
ଅମାନିଆ ମନ ଠିକଣା ଖୋଜୁଛି
ପୁରୁଣା ଚିଠିକୁ ପାଇ,
ଘାରି ବସିଛି କି ଚାତକି ରହିଛି
ଆଡମ୍ବରେ ପ୍ରେମ ତା'ର
ତା ପ୍ରେମ କାହିଁକି ଭାରି କରେ ମନ
ଛାଡିଯିବ ମୋର ଡର।
- ଦେବାଶିଷ ଦିକ୍ଷୀତ-