Chita Ranjan Swain   (Raଞ୍ଜन)
1.0k Followers · 617 Following

Joined 18 April 2018


Joined 18 April 2018
30 NOV 2022 AT 6:20


ଏଠି ବିଶ୍ୱାସ ନାଁ'ରେ କିଛି ସନ୍ଦେହ ହିଁ ତ ବାକି
ପକ୍ଷୀ ତ ଉଡ଼ି ଯାଉଛନ୍ତି କେବେଠାରୁ ମଣିଷ ଦେଖି।।

-


20 NOV 2022 AT 19:21

କେଉଁ ଗୋଟେ
ପୁରୁଣା ଗୀତର ପଦରେ,
ଆଜି ବି ଅଛେ!

ତୁମେ ଆଉ ମୁଁ . . . . . . . .



-


20 NOV 2022 AT 18:57

ଠାକୁର ଏଇଠି ଥିଲେ
ମୋ ଗାଁ ବରଗଛ ତଳେ
ମେଞ୍ଚେ ସିନ୍ଦୁର
କେଇ ହାତ ବାନା
ଧ୍ୟାନମଗ୍ନ ଉଇହୁଙ୍କା
କେଇ ଧାଡ଼ି ପିମ୍ପୁଡି


ଆଉ ମନରେ ପୁଳାଏ ବିଶ୍ୱାସ.....

-


8 NOV 2022 AT 21:49


କିଛି ଏମିତି ହିଁ ସରିଯାଏ! ଏଠି ଅନେକ କାହାଣୀ
କିଛି ଅଧା ଲେଖି, କିଛି ଅଧା ପଢ଼ି ଆଉ କିଛି ଅଧା ଶୁଣି।।

-


31 AUG 2022 AT 10:25

ଭାଗ ୨ୟ

-


17 AUG 2022 AT 21:16

ଆମେ ଅନେକ କାହାଣୀ ଦେଖିଥାଉ, ଶୁଣିଥାଉ ଆଉ ପଢ଼ିଥାଉ ଆମ ଜୀବନରେ। ସବୁ ମନେ ରୁହେନି, ସବୁ ମନକୁ ଛୁଏଁନି ଆଉ କିଛି ଯେତେ ପଢିଲେ ବି ମନ ପୁରେନି। ଏମିତି ଏକ କାହାଣୀ ଯେଉଁଥିରେ ନଚାହିଁବି ବୋଧ୍ ହୁଏ ମୁଁ ଗୋଟେ ଅଂଶ ହେଇଗଲି। ଆଶା ଆପଣମାନଙ୍କ ମନକୁ ଛୁଇଁବ!

-


7 JUN 2021 AT 19:59

ବାଟବଣା ପଥିକ ତୁ ଚାଲ୍ ସମ୍ଭାଳି
ଏଠି ପ୍ରତି ମୋଡ଼ରେ ମିଳିବେ ଲକ୍ଷେ ଲୋକ ନକଲି।।

-


24 DEC 2020 AT 19:54

ପାରିବ ତ ଲେଖିଦିଅ
ଦୁଇ ଧାଡ଼ିରେ ଜୀବନକୁ
ନରାଜ ବ୍ରିଜ୍ ଉପରୁ
ମହାନଦୀରେ ବୁଡିଯାଉଥିବା ସୂର୍ଯ୍ୟକୁ
ଗାଁ ମୁଣ୍ଡ ଚାନ୍ଦିନୀ ଦେହରୁ
ଅପସରି ଯାଉଥିବା ଥୁଣ୍ଟା ବରଗଛର ଛାଇକୁ
ହୁଏତ ବେସ୍ କିଛି ଫରକ ନଥିବ
ଭିନ୍ନ ଜାଗାରେ ଜୀବନର,

-


4 OCT 2020 AT 7:23

କବିତା ବି ଲେଖିବା ଖୁଵ ସହଜ ନା
ଠିକ୍ ତୁମକୁ ଦେଖି ଭଲପାଇବା ଭଳି
ହେଲେ ବୁଝିବା କେତେ ଯେ କଷ୍ଟ
ତୁମ ଆଖିରେ ନିଜକୁ ଖୋଜିଲା ପରି

-


1 OCT 2020 AT 19:28

ଏ ବର୍ଷାର ବି କେତେ କଥା
ଝିପିଝିପି ହେଇ ବତୁରେଇ ଦିଏ କେତେ ନୀରବତା,,,

-


Fetching Chita Ranjan Swain Quotes