"ପ୍ରକୃତି ର ପରିବର୍ତ୍ତନ ରେ,ପରିସ୍ଥିତି ର ପ୍ରତିଶ୍ରୁତି"
ଯେଉଁଠାରେ ଶରତର ମନ୍ଦ ପବନ ଶୀତର କଠୋରତାକୁ ଆଲିଙ୍ଗନ କରି ନୂତନ ଜୀବନର ଆଶ୍ୱାସନା ଦିଏ, ଆଉ ବର୍ଷାର ଅନନ୍ତ ଧାରା ଶୁଷ୍କ ଭୂମିକୁ ସବୁଜ ସମୃଦ୍ଧିର ପ୍ରତିଜ୍ଞା କରି ଫୁଲାଏ।
ଏହି ଅନନ୍ତ ଚକ୍ରରେ ପରିସ୍ଥିତି ଏକ ନିରନ୍ତର ପ୍ରତିଶ୍ରୁତି ସ୍ୱରୂପ ଉଦୟ ହୁଏ, ଯେଉଁଠାରେ ଶୂନ୍ୟତାରୁ ସୃଷ୍ଟିର ଆବିର୍ଭାବ ହୁଏ, ନଦୀର ଉଚ୍ଛ୍ୱାସ ପାହାଡ଼ର ନିରବତାକୁ ଚୁମ୍ବନ କରି ସମତୁଲ୍ୟତାର ଗାଥା ଗାଏ, ଆଉ ସୂର୍ଯ୍ୟର ଅସ୍ତଗମନ ଚନ୍ଦ୍ରର ଉଦୟରେ ଅନନ୍ତ ଆଶାର ବାର୍ତ୍ତା ପ୍ରେରଣ କରେ। ଏହା ଏକ ମନମୁଗ୍ଧକର ନୃତ୍ୟ, ଯେଉଁଠାରେ ପ୍ରକୃତିର ପ୍ରତ୍ୟେକ ପରିବର୍ତ୍ତନ ପରିସ୍ଥିତିର ପ୍ରତିଶ୍ରୁତିରେ ବନ୍ଧା ହୋଇ ଜୀବନର ସୁନ୍ଦରତାକୁ ଅଧିକ ଆକର୍ଷଣୀୟ କରିତୋଳେ, ଯେପରି ଏକ ପ୍ରେମିକର ବାହୁରେ ପ୍ରେମିକାର ନିଃଶ୍ୱାସ ଅନନ୍ତ ସମ୍ବନ୍ଧର ଗାଥା ବୁଣିଥାଏ।
ଏହି ପ୍ରତିଶ୍ରୁତି କେବଳ ପରିବର୍ତ୍ତନର ସାଥୀ ନୁହେଁ, ବରଂ ଏକ ଦିବ୍ୟ ଆଲୋକ ଯାହା ଅନ୍ଧକାରରୁ ଉଦୟର ମାର୍ଗ ଦର୍ଶାଏ, ପ୍ରକୃତିର ହୃଦୟରେ ଅନନ୍ତ ସୌନ୍ଦର୍ଯ୍ୟର ରହସ୍ୟ ଉନ୍ମୋଚନ କରି ମନକୁ ମୋହିତ କରିଦିଏ।-
ସ୍ପର୍ଶର ରହସ୍ୟମୟ ତରଙ୍ଗରେ ଆତ୍ମା ର ମିଳନ
ସତରେ ନୂତନ ସ୍ପର୍ଶର ଅନୁଭବ ଏକ ଅଦ୍ଭୁତ ମହକର ସ୍ରୋତ,
ଯେଉଁଥିରେ ହୃଦୟର ଗଭୀରତାରେ ଜାଗିଉଠେ ଅନନ୍ତ ଉତ୍ତେଜନାର ତରଙ୍ଗ, ଯେମିତି ଚନ୍ଦ୍ରମାର ରୌପ୍ୟ ଆଲୋକରେ ରାତ୍ରିର ନୀରବ ବଗିଚାରେ ଫୁଟି ଉଠେ ଏକ ରହସ୍ୟମୟ ସ୍ୱପ୍ନର ଫୁଲ, ଯାହାର ପରିମଳ ବ୍ୟାପି ଯାଏ ଆତ୍ମାର ପ୍ରତ୍ୟେକ କୋଣରେ।
ତୁମର ସେ ପ୍ରଥମ ସ୍ପର୍ଶ ସତେ ଅବା ଅଗ୍ନିଶିଖାର ମଧୁର ଉତ୍ତାପ ମିଶ୍ରିତ ବସନ୍ତର ନରମ ପବନ, ମୋ ଦେହରେ ଛୁଇଁ ଯାଇ ସୃଷ୍ଟି କରେ ଏକ ଅଦ୍ଭୁତ କମ୍ପନ, ଯାହା ସମୟର ଧାରାକୁ କରିଦିଏ ସ୍ତିର ଏବଂ ଜୀବନର ପ୍ରତ୍ୟେକ କ୍ଷଣକୁ ଉଜ୍ଜ୍ୱଳ କରିଦିଏ ସତେ ଯେପରି ସୂର୍ଯ୍ୟର ପ୍ରଥମ କିରଣ ପୃଥିବୀର ଅନ୍ଧକାରକୁ ଚୁମ୍ବନ କରି ରଚନା କରେ ନୂତନ ଉଦୟର ଗାଥା।
ଏହି ସ୍ପର୍ଶରେ ଲୁକ୍କାୟିତ ରହିଛି ଅଗଣିତ ରଙ୍ଗର ରହସ୍ୟମୟ ବିଶ୍ୱ, ଯେଉଁଥିରେ ଆମର ଆତ୍ମା ମିଶି ଯାଏ ଏକ ଅନନ୍ତ ମିଳନର ମଧୁର ନୃତ୍ୟରେ, କରିଦିଏ ପ୍ରେମକୁ ଆହୁରି ଗଭୀର ଓ ଅମର, ଯେମିତି କି ସାଗରର ଅନନ୍ତ ତରଙ୍ଗ କୂଳରେ ମିଶି ଏକ ଅବିରତ ପ୍ରେମର ଗାଥା ସୃଷ୍ଟି କରେ, ଯାହାର ପ୍ରତିଧ୍ୱନି ଗୁଞ୍ଜରିତ ହୁଏ କାଳର ସୀମା ଅତିକ୍ରମ କରି।
ଏ ନିଆରା ଅନୁଭବ କେବଳ ଶାରୀରିକ ନୁହେଁ, ବରଂ ଆତ୍ମିକ ସଂଯୋଗର ଏକ ଦିବ୍ୟ ମନ୍ତ୍ର, ଯାହା ଆମକୁ ନେଇଯାଏ ଏକ ନୂଆ ଦୁନିଆକୁ ଏବଂ ପ୍ରତ୍ୟେକ ନିଶ୍ୱାସ ଏକ ନୂତନ ରହସ୍ୟର ଆବରଣ ଉନ୍ମୋଚନ କରେ, ମନକୁ ମୁଗ୍ଧ କରି ରଖିଦିଏ ଅନନ୍ତକାଳ ପର୍ଯ୍ୟନ୍ତ, ଯେପରି ଏକ ଅନନ୍ତ ପ୍ରେମର ଚିରନ୍ତନ ଚିତ୍ରପଟରେ ଆମେ ଦୁଇଜଣ ଅଭିନୟ କରୁଥିବା ନାୟକ-ନାୟିକା...-
ଆରେ କାହିଁକି ଦେଇଛୁ କହ ଏମିତି ଜୀବନ
ଦୁଃଖ କଷ୍ଟ ଯାତନାରେ ଭରା ଯୌବନ
ଛଳନାରେ ପରିପୂର୍ଣ୍ଣ ପାଉଛି ମୁଁ ପ୍ରୀତୀ
ତା ସାଥିରେ ସଭିଙ୍କର ମିଛ ପ୍ରତିଶ୍ରୁତି,
କ'ଣ ଏତେସବୁ ପାଇବାକୁ ତତେ ମୁଁ ଡାକୁଛି
ନା ଡାକୁଛି ବୋଲି ମୁଁ ତତେ ଏ ସବୁ ପାଉଛି
ପାରୁନୁ କି ଜାଣି କିଛି ହେ କାଷ୍ଠ ପାଷାଣ
ଦେଉଅଛୁ ସେଥିପାଇଁ ଏତେ ଯେ କଷଣ,
ଆରେ କିଏସେ କହିଲା ତୁ ତ ଭାବବିନୋଦୀୟା
କହୁଚି ମୁଁ ତୋ ପାଖରେ ତିଳେ ନାହିଁ ଦୟା
ସେଥିପାଇଁ ଏତେ ସବୁ ପ୍ରପଞ୍ଚ ରଚୁଛୁ
ଅନ୍ୟ କୁ ଯାତନା ଦେଇ ନିଜେ ତୁ ହସୁଛୁ,
ହେଲେ ମନେ ରଖ୍ ଆଜି ତତେ କହି ମୁଁ ଦଉଛି
ତୋ ଠାରୁ ମୋ ସବୁ କିଛି ଫେରେଇ ନଉଛି
ଚାଲିଯା ମୋ ଠାରୁ ତୁ ଆଉ କା ପାଖକୁ
ପାଇବୁ ତୁ ଭକ୍ତି ଭାବ ବହୁ ତା ପାଖରୁ ।।-
ନିସ୍ତବ୍ଧ ରଜନୀର ଅବିସ୍ମରଣୀୟ ସ୍ବପ୍ନ: ପ୍ରେମ
ପ୍ରେମର ସାରଥ୍ୟ ହେଉଛି ଏକ ଅନନ୍ତ ରାତ୍ରିର ଅବିସ୍ମରଣୀୟ ସ୍ୱପ୍ନବତ୍ ଅନୁଭୂତି, ଯାହା ନିର୍ଜନ ରଜନୀର ଗହନ ଅନ୍ଧକାରରେ କେବଳ ଅବଚେତନ ମନର ନିସ୍ତବ୍ଧ କୋଣରେ ହିଁ ପରିପୂର୍ଣ୍ଣ ରୂପେ ଉପଭୋଗ୍ୟ ହୋଇଥାଏ।
ତାର ମଧୁର ସ୍ପର୍ଶ ଯେମିତି ନକ୍ଷତ୍ରମଣ୍ଡଳର ଆଲୋକରେ ଆଲୋକିତ ହୋଇ ହୃଦୟକୁ ମନ୍ତ୍ରମୁଗ୍ଧ କରିଦିଏ, କିନ୍ତୁ ଯେତେବେଳେ ଚେତନାର ପ୍ରଭାତ ଆସି ପହଞ୍ଚେ, ସେତେବେଳେ ରହିଯାଏ କେବଳ ଆତ୍ମବଳିଦାନର ସମାନ ଗଭୀର ବେଦନାର ଅବଶେଷ, ଯାହା ଜୀବନର ପ୍ରତ୍ୟେକ କ୍ଷଣକୁ ଏକ ଅନନ୍ତ ଯାତ୍ରାର ରୂପ ଦେଇ ଆତ୍ମାକୁ ଅଧିକ ସଶକ୍ତ କରିତୋଳି ନିଏ।
ଏହି ପ୍ରେମର ରହସ୍ୟମୟ ଆକର୍ଷଣରେ ଲୁକ୍କାୟିତ ରହିଥାଏ ଜୀବନର ସବୁଠାରୁ ସୁନ୍ଦର ଅନୁଭବ, ଯାହା କେବଳ ହୃଦୟର ଗଭୀରତାରେ ହିଁ ଅନୁଭବ କରାଯାଇପାରିବ, ନିରନ୍ତର ଆଶା ଓ ବିରହର ମଧ୍ୟରେ ଏକ ଅଦୃଶ୍ୟ ସେତୁ ସୃଷ୍ଟି କରି।-
"When my revered Creator, the Divine Architect of the universe, crafted the cosmos with precision and purpose, He intuitively knew that creation's rhythm is often accompanied by transformation's melody. For in the grand symphony of existence, He understood that to shape something new, the old must sometimes yield, and that the extent of this surrender would vary, giving birth to new harmonies and possibilities."
-
ଦୁନିଆର ନିର୍ଦ୍ଦେଶରେ ନିରବ ସଂଘର୍ଷ:
ପୁରୁଷତ୍ଵର ଭାର ତଳେ ଚାପି ରହିଛି ଏକ ନିଃଶବ୍ଦ କ୍ରନ୍ଦନ, ଯେଉଁଠି ଅଶ୍ରୁଗୁଡ଼ିକ ଲୁଚି ରହିଥାଏ ହୃଦୟର ଅନ୍ତରାଳରେ , କାରଣ ଦୁନିଆର ପରିହାସ ଭୟରେ କାନ୍ଦିବା ତ ନିଷେଧ ନା...
ସମସ୍ତଙ୍କୁ ଖୁସିରେ ରଖିବାର ଦାୟିତ୍ୱ କାନ୍ଧରେ ବୋହି ଚାଲିଛି, ନହେଲେ ନିଷ୍ଠୁରତାର କଳଙ୍କ ଲାଗିଯିବନି ନା...
ସମ୍ପର୍କଗୁଡ଼ିକୁ ଏକତରଫା ବାନ୍ଧି ରଖିବାର ବାଧ୍ୟତା ଅଛି, ନହେଲେ ବେଇମାନୀର ଆରୋପ ଆସିଯିବନି ନା...
ଅଭିମାନ କିମ୍ବା ଅଭିଯୋଗର ଅଧିକାର ନାହିଁ, କାରଣ ତାହା ଅଧମତାର ପ୍ରମାଣ ହୋଇଯିବନି ନା...
ତେଣୁ ସବୁ କଷ୍ଟକୁ ମନରେ ଚାପିଦେଇ, ଏହି ସଂଘର୍ଷ ପଥରେ ନିଜର ପୁରୁଷାର୍ଥ କୁ ଯଥାର୍ଥତା ଦେବା ଲକ୍ଷ୍ୟ ରେ ଆଜି ବି ପ୍ରଚେଷ୍ଟାରତ।-
ପ୍ରେମ - ପ୍ରତାରଣା ର ଏକ ପ୍ରତିଧ୍ୱନୀ
ପ୍ରେମର ମଧୁର ସ୍ବରରେ ଲୁକ୍କାୟିତ ଥାଏ ପ୍ରତାରଣାର ତୀକ୍ଷ୍ଣ ବିଦ୍ଧକ, ଯାହା ହୃଦୟକୁ ଆଲିଙ୍ଗନ କରି ବିଦ୍ଧ କରେ ଧୀରେ ଧୀରେ ।
ପ୍ରଥମ ଦର୍ଶନରେ ଏହା ଅନୁଭୂତ ହୁଏ ଏକ ସ୍ବର୍ଗୀୟ ତାନ ପରି , କିନ୍ତୁ ସମୟର ପ୍ରବାହରେ ହୋଇ ଉଠେ କେବଳ ଏକ ଭ୍ରମର ପ୍ରତିଧ୍ବନି।
ଯେଉଁ ଆଖିରେ ଜଳୁଥାଏ ଭରସାର ଏକ ଦୀପ୍ତିମନ୍ତ ଆଲୋକ, ସେଇ ଆଖି ହଠାତ୍ ଅନ୍ଧକାରର ଆଶ୍ରୟ ନେଇ ଚାଲିଯାଏ ଅବସାଦ ର ଅନ୍ଧକାର କୁ। ଯେଉଁଠି ପ୍ରତିଶ୍ରୁତି ସବୁ ଲୀନ ହେଇଯାଏ ନଭ ବକ୍ଷରେ ଆଉ ରହିଯାଏ କେବଳ ବିଶ୍ବାସଘାତକତାର କରୁଣ ପ୍ରତିଶୋଧ।
ତଥାପି ମନୁଷ୍ୟ ପଡ଼ି ଚାଲିଥାଏ ଏହି ମାୟା ର ଜାଲରେ , କାରଣ ପ୍ରତାରଣାର ଏକ କ୍ଷଣିକ ସୁଖ ବି ଜୀବନକୁ ଅନନ୍ୟ କରିଦିଏ।
ସତରେ ଏହା ଏକ ଅନ୍ତହୀନ ଚକ୍ର, ଯେଉଁଠାରେ ପ୍ରେମ ସର୍ବଦା ନାଚି ଚାଲିଥାଏ ପ୍ରତାରଣାର ତାଳେ ତାଳେ।-
"When life and time exact their debts with compound interest,
The happiness of yesterday is swept away, fading whisper."-
ଭଗ୍ନ ହେଲେ ବି ଅବନତ ନୁହେଁ
ଏକ ଭଗ୍ନ ସ୍ତୁପର ଛାୟାରେ ମୁଁ ଦଣ୍ଡାୟମାନ, ଯେଉଁଠାରେ ସଂଘର୍ଷର ଝଡ଼ ଆସି ବାରମ୍ବାର ମୋତେ ଖଣ୍ଡ ବିଖଣ୍ଡିତ କରିଦେଇଛି।
ହେଲେ ଏତେ କଷ୍ଟ ଓ ପରିଶ୍ରମ ପରେ, ଆଜି ବି ମୁଁ ମୁଣ୍ଡ ଟେକି ରହିଛି, କାରଣ ଜୀବନରୁ ତୁଟେଇ ଦେଇଛି ଅଭିମାନର ବନ୍ଧନ ଆଉ ଭୁଲିଯାଇଛି ଅଭିଯୋଗର ଶବ୍ଦଗୁଡ଼ିକୁ।
ନା ଅଛି କିଛି ପାଇବାର ଆଶା, ନା କିଛି ହରାଇବାର ଭୟ – ବାସ୍ ଏକ ମୁକ୍ତିର ଅନୁଭୂତି, ଯେଉଁଥିରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ନିରପେକ୍ଷ ହୋଇ ଉଠିଛି।
କିନ୍ତୁ ଏହି ଶାନ୍ତିର ପଛରେ ଲୁଚିରହିଛି ଏକ ବିରାଟ ଦୁଃଖର ଭାର, ଯାହାକୁ ଚାପି ରଖିଛି ହୃଦୟ ଗର୍ଭରେ।
ତଥାପି, ଆଜି ବି ହସି ହସି ବଞ୍ଚିଛି, କାରଣ ଏହି ହସରେ ଲୁଚିରହିଛି ଏକ ଅଜଣା ଆଉ ଅଦୃଶ୍ୟ ଶକ୍ତି, ଯାହା ଜୀବନକୁ ଅଗ୍ରଗାମୀ କରୁଛି।
ହଁ ଜୀବନ ଏକ ନିରବ ଯାତ୍ରା, ଯେଉଁଥିରେ ଦୁଃଖକୁ ସହି ନେବାରେ ହିଁ ସତ୍ୟ ଆନନ୍ଦ ଲୁଚିରହିଛି।
ଏହି ଭଗ୍ନତାରୁ ଉଠି ନୂଆ ଆରମ୍ଭର ସ୍ୱପ୍ନ ଦେଖୁଛି, ଆଉ ଯେଉଁଥିରେ ସମ୍ପତ୍ତି ଭାବରେ ଅଛି କେବଳ ବର୍ତ୍ତମାନର ମୁହୂର୍ତ୍ତ।-
ହଁ,
ମତେ ଭୁଲିଯିବାଟା
ଏତେ ସହଜ ନୁହେଁ...
ପାରୁଛ ଯଦି - ଥରେ ଚେଷ୍ଟା କରିଦେଖ...
ହେଲେ ହାରିଗଲେ
ପରେ ଆଉ ଦୋଷ ଦେବନି...-