ପାହାଁନ୍ତି ସୂର୍ଯ୍ୟର ସୁନେଲି କିରଣ
ସମୁଦ୍ର ଢ଼େଉକୁ ଯେବେ ଛୁଇଁ ଦିଏ
ପ୍ରେମର ସ୍ପର୍ଶରେ ପୁଲକିତ ହୋଇ
ବାଲୁକା ବେଳାରେ ଚିତ୍ର ଆଙ୍କୁଥାଏ-
ସାଇତି ରଖିଛି ତତେ ମୁଁ ପ୍ରିୟା ନ ରଖି କିଛି ଆଶା
ଅଜଣା ରାଇଜ ରାଜକୁମାର ଆଜି ଚୋରେଇ ନବାକୁ ସଜା
ମନେ ପଡେ କାଇଁ ଜେଜେମା ଗପ ସତ ହେବକି ପିଲା ଦିନ କଥା
ବୁଢ଼ୀ ଅସୁରୁଣୀ ମୁରୁକି ହସୁଛି ଦେଖି ଲାଗଇ ବ୍ୟଥା-
ଫେରିଯାଏ ସାଥି କରି ପ୍ରତିଶୃତି
ଛାଡିବିନି ହାତ ଆସୁ ଯେତେ ଝଡି
ନିତି ଆସିବାକୁ ପ୍ରତିଶୃତି ଦେଇ
ହଜି ଯାଇଛି ସେ କାହିଁ କେତେ ଦୂରେ
ଆଖି ମୋ ଖୋଜୁଛି ହସ ମୁଁହକୁ
ଝଲକ ଟିକେ ବି ପାଉନି ଖୋଜି
ଥକିନି ମୋ ପାଦ ଚାଲୁଛି ମୁଁ ବାଟ
ଆପଣେଇବାକୁ ସଦା ମୁଁ ପ୍ରସ୍ତୁତି
ବସନ୍ତ ଫେରେ ଛାଡି ମୃଦୁ ମଳୟକୁ
ଝାଞ୍ଜିରେ ଖୋଜୁଛି ପ୍ରେମର ବାସ୍ନା
ମୋ ପ୍ରେମରେ ଆଜି କି ରଙ୍ଗ ଲାଗିଲା
ଖୋଜି ପାଇବାଟା ଅସମ୍ଭବ ଲାଗୁଛି
-
ଜୀବନର ମୁକ୍ତାକାଶ ରଙ୍ଗମଞ୍ଚେ
ଦେଖେଇ ଚାଲିଛି ମୋ ଅଭିନୟ
ଦୃଶ୍ୟ ପରେ ଦୃଶ୍ୟ ପ୍ରତିଟି ଦୃଶ୍ୟରେ
ବଦଳି ଯାନ୍ତି ସହ କଳାକାର
ମୋ ଜୀବନ ନାଟକ ନାୟିକା ଖୋଜୁଛି
ହଜେଇ ଦେଇଛି ଠିକଣା ତାର
ପ୍ରଳାପ କରି ମୁଁ ନିଜକୁ ପଚାରେ
କି ଅଛି ଭୁଲ ଅପରାଧ ମୋର
ଏତିକି ବିନତି କରୁଛି ମୁଁ ଆଜି
ଯଦି ଆସିଅଛ ବନ୍ଧୁ ମୋ ଜୀବନରେ
ଜଣେଇ ଦିଅ ତୁମେ ଛାଡି ଯିବାବେଳେ-
ପ୍ରତିଶୁତି ଦେଇ ହାତ ଛାଡିଦିଏ
ପ୍ରତାରଣା ଦେଇ ଦୂରେ ଲୁଚିଯାଏ
ଯେତେ ପଚାରିଲେ ଉତ୍ତର ଦେଉନି
ସର୍ତ୍ତର ପାହାଡେ ମୋତେ ଲଦିଯାଏ-
ଆଶା ମରୀଚିକା ପଛରେ ଦୌଡ଼ି
ଭୁଲି ମୁଁ ଯାଉଛି ମୋ ଲକ୍ଷ୍ୟସ୍ଥଳୀ
ତୃଷ୍ଣା ମେଣ୍ଟୁ ନାହିଁ ଥକାପଣ ମନ
ମୋର ଅଗ୍ରଗତି ଯାଏ ଦୂରେଇ-
ଗଣିତର ପ୍ରତିଟି ପ୍ରଶ୍ନର ସମାଧାନ ମିଳିଯାଏ ଖୋଜି,
ଜୀବନର ପ୍ରତିଟି ଖେଳରେ ରହିଯାଏ କର୍ମମୋର ଭାଗଶେଷ ହୋଇ।
-
ଚନ୍ଦ୍ର ତାରା ଆକାଶରେ ଝଲସି ଉଠେ,
ବିହଂଗ ଦଳ ଉଡି ଯାଇ ନିଡରେ ବସେ।
ଗୋଧୂଳିରେ ଗୀତଗାଇ ଗୌଡ଼ପୁଅ ଘର ବାହୁଡେ,
ଗାଁମୁଣ୍ଡ ମନ୍ଦିରରେ ଘଣ୍ଟଘଣ୍ଟାର ନାଦ ଶୁଭେ।
ତୁଳସୀ ଚଉରା ମୂଳେ ସଂଜବଳିତା ଜାଳି,
ନୂଆ ବୋହୂ କବାଟ ଫାଙ୍କରେ କଣେଇ ଚାହେଁ।
ସଂଜ ନଇ ଗଲାପରେ,
ମୁଁ ହଜିଯାଏ ରାତିର ସେ ଅନ୍ଧାର ଭିତରେ।
ଯେତେବେଳେ କୁକୁର ବିଲୁଆ ରଡ଼ିରେ ଦେହ ଶିହରୀ ଉଠେ,
ମୁଁ ହଜି ଯାଏଁ ସେଇ ଅନ୍ଧାରରେ ନିଜ ପ୍ରତିଛବିର ପ୍ରଶ୍ନୋତରରେ।
-
କିଛି ଶବ୍ଦ କିଛି ନିଃଶବ୍ଦ ନେଇ
ଗଢି ଚାଲୁଥିଲା ସ୍ମୃତିର ସାଗର
କିଛି ହସ କିଛି ଦୁଃଖ ନେଇ
ବୁଣି ହେଉଥିଲା ଅଦୃଶ୍ୟର ଜାଲ
ଅନୁସରି ମୁଁ ମୋ ନିଜ ପାଦ ଚିହ୍ନ
ଚାଲୁଥିଲି ସାଜି ସ୍ବପ୍ନ ସୌଦାଗର-