Bijay Barik  
47 Followers · 27 Following

Joined 30 June 2018


Joined 30 June 2018
27 SEP 2018 AT 8:29

ନିରୀହ ଲୋଭ,,,,,,
"""""""""""""""
ପଡୋଶୀ ଘରରୁ
ମାଛ ଚିଙ୍ଗୁଡି ସନ୍ତୁଳା ର
ଅବା ମାଂସ କସା ର
ଲୋଭିଲା ବାସ୍ନା ରେ
କେହି ଜଣେ ଆତ୍ମ ବିଭୋର ହୋଇ
ଲୁଚାଇ ଦିଏ ତାର ଓଦା ଓଦା ଲୋଭକୁ,,,,,,,,,
ଦୌଡି ଯାଇ ସେ କହି ପାରିନି
ବାସି ପଖାଳ ପାଇଁ ଶାଗ ଖରଡୁ ଥିବା ମାଆକୁ,,,,,
ମାଆର ପଣତକାନୀ କୁ
ଝିଙ୍କାଇ ଝିଙ୍କାଇ କେବେ ଅଳି କରି ପାରିନି
ଗାଁ ମୁଣ୍ଡରେ ଆଇସ୍କ୍ରିମ୍ ବାଲାର ଡମ୍ ଡମ୍ ରେ,,,,
ଅବା ଜିଦ୍ କରି ଗଡି ଯାଏନି
ସନ୍ତପ୍ତ ମାଟିରେ,,,,,,
ସେ ଜାଣି ଜାଣି ଲୁଚାଇ ଦିଏ
ତା ନିରୀହ ଲୋଭକୁ ଗୁଲିଦଣ୍ଡା,
ଗଛବାଗୁଡି,ଅବା ହଜାଇ ଦିଏ ନିଜକୁ ଢେର ସମୟ
ଅତି ଆଦରର କଅଁଳା ବାଛୁରି କତିରେ,,,,,
ନୋହିଲେ ମାଆ ର ଚାତନ ଆଖିରେ
ଯେଉଁ ଆଖି ସବୁବେଳେ ଚାହିଁ ଥାଏ
କାହାର ଫେରିବା ଆଶା ରେ,,,,,,,,

-


10 SEP 2018 AT 11:45

ସେଇ ଝିଅଟି,,,,,
"""""""""""""""
ସନ୍ତୁଳିତ ସୁଷମ ଖାଦ୍ୟର
ବହୁ ଦୂର ରେ
ତେଲ ଲୁଣ ଶାଗ ବାସି ପଖାଳରେ
ସିଜି ଥିବା,,,,
ଦୀପ ତଳ ଅନ୍ଧାର ରେ
ଭିଜି ଥିବା,,,,,
ସେଇ ଓଡିଆ ଝିଅଟି
ଜଂଗଲି ଚିତା ଭଳି ଦୌଡି ଥିଲା
ଜାର୍କାତା ରେ,,,,,,,,,,
ଏହା କଣ କେବେ ସମ୍ଭବ
ପୁଣି ଏ ଓଡିଆ ଝିଅ କ୍ଷେତ୍ରରେ,,,,,???
ହଁ ସମ୍ଭବ,,,,,,,,!!!
ଚିକେନ ତନ୍ଦୁରୀ ର
ମହ ମହ ବାସ୍ନା ଅପେକ୍ଷା
ବାସି ପଖାଳର ଭୁରୁ ଭୁରୁ ଗଂଧବି
ତେଜିୟାନ ଲେଲିହାନ କରିପାରେ
ନିଦ୍ରିତ ସ୍ୱପ୍ନ କୁ,,,,,,,,
ହୁଲି ଡଂଗାରେ ବସାଇ ବି
ପାର କରିପାରେ ଜୀବନ ସମୁଦ୍ର,,,,,।।


-


20 AUG 2018 AT 10:11

ଅସ୍ତ-ସକାଳ
"""""""""""""
ଷ୍ଟେସନ୍ କଡକୁ ଲାଗି
ଫୁଟ୍‌-ପାଥ୍ ରେ ଶୋଇଥିବା
କ୍ଷୁଧାତୁର ଶିଶୁଟି
କେବେ ଉଠେନି
ପାହାନ୍ତି ଅଟୋର ଫଟ୍ ଫଟ୍ ଶବ୍ଦରେ,,,,
ଉଠେନି
ପେଟ୍ରୋଲିଂ ର ଶେଷ ରାଉଣ୍ଡ ରେ
ଆସୁଥିବା ପୋଲିସ ର ସାଇରନ୍ ରେ,,,,
ଉଠେନି
ଚାଆ ବାଲାର ଚାଏ ଚାଏ ଆର୍ତ୍ତତ୍ରାଣ ରେ,,,,
ଉଠେନି
ରାତ୍ରି ଯାପନ କରିଥିବା
ମାଲ୍ ଗାଡିର ଅଳସ ପଣରେ,,,,,,,
ହେଲେ ଚିହିଁକି ଉଠିପଡେ
ଭୂତ ସ୍ୱପ୍ନ ଦେଖିଲା ପରି
ଦୁଇ ତିନି କୁକୁରଙ୍କ କୋଳାହଳ ରେ
ରଘୁ ତିଆଡି ହୋଟେଲ୍ ପଛପଟରେ,,,,,,।।।


-


19 AUG 2018 AT 17:24

ଅଂଧ ଗଳି-1
"""""""""
ରାଜଧାନୀରେ ଅନ୍ଧାର ର ରଂଗ
ଟିକେ ଗାଢ ହୋଇଗଲେ
ବଢି ଯାଏ କଞ୍ଚା ମାଂସ ର ଦର,,,,
ବାରମ୍ବାର ଦାରିଦ୍ର୍ଯତାର
ଶକ୍ତ ପଞ୍ଝାରୁ ଟିକେ ନିସ୍ତାର ପାଇଁ
କେହି ଜଣେ ଚାଲିଆସେ
ଅନ୍ଧେରି ଇଲାକାକୁ,,,,,,,
ସେଇଠି ସେ ରାତି ତମାମ୍ ନିଲାମ କରେ
ଦେଖିଥିବା ପରସ୍ତ ପରସ୍ତ
କୁଆଁରି ସ୍ୱପ୍ନ କୁ,,,,,,,,
ସମୟର ଭଂଗା ଶିଲଟରେ
ଲୁହରେ ତାକୁ ଲେଖିବାକୁ ହୁଏ
ଜୀବନ ର ବର୍ଣ୍ଣବୋଧ,,,,

-


16 AUG 2018 AT 18:18

ଆକାଶ ପରି
ନୀଳ କଳ୍ପନା,,,,,
ଜହ୍ନ ପରି
ଶୁଭ୍ର ଜୋଛନା,,,,,
ମାଟି ପରି
ନାରଙ୍ଗୀ ସାନ୍ତ୍ୱନା,,,,,
ଏଇ ଆମ ତ୍ରିରଙ୍ଗା
ଏଇ,,,,ଆମ,,,ତ୍ରିରଙ୍ଗା,,,,,।।
ଆନ ମନା ଏ ମନ
ଆମେ ଯେ ବୀର ସନ୍ତାନ,,,,,
ଏ ମାଟି ପାଇଁ ଦିନେ
ହସି ହସି ଦେବା ଜୀବନ,,,,,।।

-


15 AUG 2018 AT 10:29

ଅହିଂସା
""""""
ବର୍ଷା ଯୋଗୁଁ ଟିକେ ବିଳମ୍ବରେ ପ୍ରଭାତ ଫେରି ସମାପ୍ତ ହେବା
ପରେ ବିଦ୍ୟାଳୟ ର କ୍ଷୁଦ୍ର ପରିସର ମଧ୍ୟରେ ଆରମ୍ଭ ହୋଇଥିଲା ଏକ କ୍ଷୁଦ୍ର ସାସ୍କୃତିକ କାର୍ଯ୍ୟକ୍ରମ ।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭାଗୀୟ ମୁଖ୍ୟ ଅଧିକାରୀ,ସରପଞ୍ଚ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ମାନଙ୍କ "ସ୍ୱାଧୀନତା ଦିବସ" ଅବସରରେ ବାଢିଥିବା ଅନେକ
ନୀତି ଶିକ୍ଷା ମୂଳକ ଭାଷଣ ଠାରୁ ବେଶି ପ୍ରଭାବିତ ଥିଲା
ସରପଞ୍ଚ ଙ୍କ "ଅହିଂସା ନୀତି" କଥା ବସ୍ତୁ,,।ପିଲା ମାନଙ୍କର ନିରବତା ହିଁ ଏହାର ପ୍ରମାଣପତ୍ର,,,।
କାର୍ଯ୍ୟକ୍ରମ ର ଶେଷ ଭାଗରେ ସମସ୍ତ ପିଲା ମାନଙ୍କର ପ୍ରସ୍ଥାନ ପରେ ସରପଞ୍ଚ ସ୍କୁଲ୍ ପିଅନ ରଘୁନାଥ କୁ ଡକାଇ,ହାତରେ ଦୁଇ ହଜାର ଟଙ୍କା ଧରାଇ କହିଲେ;ଆଜି ବାର ଟା ଭଲ ଅଛି,ଯାଆ ହିବି ମିଆଁ ଠାରୁ ତିନି କିଲୋ ଛେଳି ମାଂସ ନେଇ ଆସିବୁ ଫିଷ୍ଟ୍ ହେବ,,,,।


-


13 AUG 2018 AT 16:32

ଆଲୋ ହୁଣ୍ଡି,
ମୋ ସୁନା ଭେଣ୍ଡି,,,,,
ଆମେ ଯେଉଁ ଶୂନ୍ୟତା ର ସୂତାରେ ବାନ୍ଧି ହୋଇଛନ୍ତି ତାର ନାମ ,,,,,,,,,,,
""ପ୍ରେମ"",,,,,।।

-


13 AUG 2018 AT 12:07

ଦିନେ
ଟିକେ ଟିକେ ବିଶ୍ୱାସ ରେ
ଭରି ଥିଲୁ ପ୍ରେମର ଫଗୁଣ,,,,,
ଆଜି
ଟିକେ ଟିକେ ଛଳନା ରେ
ଭରି ଦେଲୁ ଲୁହ ର ଶ୍ରାବଣ,,,,,।।

-


10 AUG 2018 AT 11:22

ଆଲୋ ପାଗଳୀ
ତୁ କହୁଥିବା ପଥର ପଥର
ଛାତିଟା ଆଜି ପୂରା ଉର୍ବର,,,,,
ଜାଣିଛୁ,,,,,?
ଆକାଶ ର ସ୍ତନରୁ ଚୋରାଇଛି
ଦୁଇ ବୁନ୍ଦା ଶ୍ରାବଣ,,,
ପବନ ମୋ ପାଗଳାମୀରେ
ଯାଚିଛି ମୁଠାଏ ଫଗୁଣ,,,
ଆଖି ତଳେ ଇନ୍ଦ୍ରଧନୁ ବି ଆଙ୍କିଛି
ସ୍ୱପ୍ନର ତ୍ୱରଣ,,,,
ହୃଦୟ ର ଶିଆଳି ଲଟାରେ
ବାନ୍ଧିଛି ପ୍ରେମର ଝୁଲଣ,,,।।
ସତରେ ପାଗିଳି
ତୋ ମିଛ ରାଗ-ରୁଷା
ମିଠା ମିଠା ଅଭିମାନ
ମୋ ଶୂନ୍ୟତାରେ ଭରିପାରେ
ଅନେକ ପାରିଲା ପଣ,,,,,।।

-


7 AUG 2018 AT 18:48

A storm
passed away
in betweentwo heart.....
So that
sky looks clear
and the soil is sighing in air
in great sigh........

-


Fetching Bijay Barik Quotes