Bijay Barik  
47 Followers · 27 Following

Joined 30 June 2018


Joined 30 June 2018
29 AUG 2021 AT 10:26

ପ୍ରଶ୍ନ
"""""

ସତରେ କଣ ଖରାରେ ମଉଳେ
ଫୁଲ ଆଉ ଫଗୁଣ,

ସତରେ କ'ଣ ବର୍ଷା ରେ ଓଦା ହୁଏ
ଦେହ ଆଉ ଦେଉଳ,

ସତରେ କ'ଣ ଶୀତ ରେ ବରଫ ପାଲଟେ
ପାହାଡ଼ ଆଉ ପବନ,

ସତରେ କ'ଣ ଲାଜ ରେ ଢାଙ୍କି ହୁଏ
ଭାତ ହାଣ୍ଡି ରେ‌ ଢାଙ୍କୁଣି ଆଉ ଚିରା ଆପ୍ରନ୍ ରେ ଚରିତ୍ର,,,

ସତରେ କ'ଣ ସେ ବୁଢା ଲୋକ ଟିକୁ ବଢେଇ ହୁଏ
ଭାତ ଆଉ ସହଯୋଗ ର ହାତ,

"""""""""""""""""""""""""





-


31 DEC 2018 AT 21:34






"ମୁଗ୍ଧ ପାଠକ ର ଉକ୍ତି"

-


21 NOV 2018 AT 11:51

ଏଠି ମଣିଷ
ଦିନ ଦ୍ଵିପ୍ରହର ରେ
ଖୁଲା ମେଲା ରାସ୍ତା ଘାଟରେ
ସରକାରୀ
ବେସରକାରୀ ଅଫିସ୍ ରୁମ୍ ରେ
ସବୁଠାରେ
ସଭିଙ୍କ ସାମ୍ନାରେ
ସେ ନିଜେ
ନିଜକୁ (ମଣିଷତ୍ୱ)
ଅତି ଚତୁରତା ର ସହ
ବାରମ୍ବାର
ବଳାତ୍କାର କରେ,,,,।

@ବିଜୟ କୁମାର ବାରିକ

-


20 OCT 2018 AT 16:19


କେତେବେଳେ
ଗାଁ ପୋଖରୀ ହୁଡାରେ
ଖପରା କାତିରେ ପାର ହୋଇ ଯାଉଥିଲା
ଚୁନା ଚୁନା ଚପଳାମି,,,,,
ତ କେତେବେଳେ
କୁହୁଡ଼ିଆ ଜହ୍ନ ଛାଇ ଖେଳରେ
କଡ ଲେଉଟାଉ ଥିଲା
ପାଠ ନ ପଢିବାର ପାଗଳାମୀ,,,,,।।







-


16 OCT 2018 AT 15:00

ଏକ ଭିନ୍ନ ଧରଣର କବିତା
# # ସୀମାନ୍ତ # #

-


16 OCT 2018 AT 14:34

A CANDLE
FOR
MATH TEACHER

-


14 OCT 2018 AT 16:06

ଲୁଡୁ ପଟା
"""""""""""
ପିଲା ବେଳେ
ଅନେକ ଥର
ବାଉଁଶ ନିଶୁଣି ରେ ଚଢି
ତୋଳିଛି ପିଢାରୁ ପୋଇ କଖାରୁ,,,,
ଚୋରି କରିଛି
ବରକୋଳି ପିଜୁଳି ଗବୁରି,,,,

ଗୁରୁଜୀ ଦୁଇ ପାହାର
ବେତ ରେ ଚଢିଥିଲି
ସଫଳତାର ଶିଢି,,,,,
ଏ ଶିଢି ରେ ଏତେ
ଉପରକୁ ଚଢି ଆସିଲି ଯେ
ସ୍ୱର୍ଗକୁ ଆଉ ଚାଖଣ୍ଡ ଦୂର,,,,






-


7 OCT 2018 AT 16:36

ସୀମାନ୍ତ
""""""""
ତୁମେ ପଢିଛ
ନଦୀ-ନାଳ ବନ-ପାହାଡ
ପ୍ରକୃତି ର ସବୁଜ କୋଳ,,,,
ହେଲେ କେବେ ପଢିଛ କି
ସୀମାନ୍ତ କୁ,,,,,???
ସୀମାନ୍ତ କୁ ପଢିବା ପାଇଁ
ମହାବଳ ବାଘର କଲିଜା ଦରକାର
ଅଛି ତୁମର,,,,??
ହାଃ ଥିବନି,,,,!!!!
ତୁମେ ଜାଣିଛ
ସେମାନେ ସଂସାର କରନ୍ତି
ଖରା-ବର୍ଷା ଶୀତ-କାକର
ଆତତାୟୀ ର କମାଣ ସହ,,,,
ସଂସାର ଗଢିବା ପଛରେ
ସେମାନେ କେତେ ରକ୍ତ ରେ
ଦୀପ ଜାଳନ୍ତି
ତାହା ବରଫକୁ ଚିପୁଡିଲେ
ତୁମେ ଜାଣି ପାରିବ,,,,।।




-


1 OCT 2018 AT 16:34

ପାପ ଆଉ ପାପ ନୁହେଁ,,,,,!
"""""""""""""""""""""""
ଆଲୋ ବଉଳ
ସେ ପାପ ଆଉ ପାପ ନୁହେଁ,,,,,,!
ମଲା କଉ ପାପ ବା,,,,???
ଧେତ୍,,,,,,,
ବୁଝିପାରୁନୁ କି,,,,,?
ଆଲୋ ସେଇ ପାପ
ଯେଉଁ ପାପ
ତୁମ ଗେରସ୍ତ ଗଲାପରେ
ଆମ ଭିତରେ ହୁଏ,,,,,।।
ଇମା,,,,,,
ସତରେ,,,,,,,,,,,,!!!!

କଣରେ ରାଧୁ,,,,,
ଆଜି ଏତେ ଲେଟ୍ ରେ,,,,,,??
ହଁ ମାଡାମ୍
ଘରେ ପୁଅ ଦେହ ଟିକେ ଖରାପ,,,,,
ହଉ ହେଲା
ଘର ଭିତରକୁ ଆସ,,,,,।
ଜାଣିଛ ସେ ପାପ ଆଉ ପାପ ନୁହେଁ
କେଉଁ ପାପ ମାଡାମ୍,,,,,,??
ଆରେ ବୁଧୁ ସେଇ ପାପ
ଯେଉଁ ପାପ ତୁମ ସାର୍ ଅଫିସ୍ କୁ
ଗଲା ପରେ ତୁମ ସାଥେ ହୁଏ,,,,,।।
""""""****""""""


-


27 SEP 2018 AT 16:57

ଆଖି ମାରିବା
""""""""""""
ସାମ୍ନାରୁ ରାଜୁ ଆସୁଥିବାର ଦେଖି ମୁନା ତାକୁ ହିରୋ ଷ୍ଟାଇଲ ରେ ଆଖି ମାରିଲା,,।

ରାଜୁ: ଆବେ ମୁଁ ଝିଅ ଟେ ନା କଣ ,
ମୋତେ ଆଖି ମାରୁଛୁ,,,।

ମୁନା: ମୁଁ ତୋତେ ଆଖି ମାରୁନି ବେ,,,,,।

ରାଜୁ: ଆଉ କାହାକୁ,,,,???

ମୁନା: ମୁଁ ତୋ ହୃଦୟରେ ଥିବା ସୋନାଲୀ କୁ ଆଖି
ମାରିଲି,,,,,।।

,,,,,,,,,,***,,,,,,,,,,

-


Fetching Bijay Barik Quotes