ମୁଁ,
ଖରାବେଳେ ଟିକେ ଶାନ୍ତି ପାଇଁ ଆତୁର ହେଇପଡୁଥିବା ଉତ୍ତପ୍ତ ସହର ଭୁବନେଶ୍ବର,
ସିଏ,
ମୋର ସବୁ ଆତୁରତାକୁ ଆପଣେଇ ନେଉଥୂବା, ଶାନ୍ତ, ସ୍ଥିର,ଶୀତଳ ବିନ୍ଦୁସାଗର ....
-
ଭୁବନେଶ୍ବର ଏବଂ ଅଦିନିଆ ବର୍ଷା...
ଗୋଟେ କପ୍ ଚା' ଓ ଅତୀତର କିଛି ସ୍ମୃତି ❤️❤️-
ପ୍ରେମ
ଯଦି ରାତିର କଟକ ହୁଏ
ମୁଁ ସବୁ ରାତି ତୁମକୁ
ମହାନଦୀ କୂଳରେ ଅପେକ୍ଷା କରିବି-
ଆଜି ବି, ଏ.ଜି ଛକରେ ସମାନ ଭିଡ଼
ଭିଡ଼ ଭିତରେ ଯାହା ତୁମେ ନାହଁ
ଆଜି ପଛଘୁଞ୍ଚା ଦିଅନ୍ତି ପାଦ ଦୁଇଟା
ଯାହା ଦିନେ,
ମାର୍କେଟ ବିଲ୍ଡିଂକୁ ଟାଣି ହେଇଯାଉଥୁଲା ତୁମସହ ॥
ଆଛା, କେବେ ମାର୍କେଟ୍ ବିଲ୍ଡିଂର ବେଞ୍ଚରେ
ଭାବିଛ ମୋ କଥା ?
କେତେ ସୁନ୍ଦର ବର୍ତ୍ତମାନ ଥା'ନ୍ତା ଆମ ପାଖେ
ଯଦି ନଥାନ୍ତା ଜାତିପ୍ରଥା.... ?
ତୁମେ ସେ କଳାରଙ୍ଗର ସାର୍ଟ ଏବେ ବି କିଣୁଛି ନା ଗୋରାରଙ୍ଗର ପ୍ରେମରେ, ଧଳାକୁ ଆଦରିସାରିଛ ?-
ମୁଁ କବିତା କାହିଁକି ଲେଖେ
ଦୁଖଃ ସବୁ ଯେବେ ୟନ୍ତ୍ରଣା ସହ
ସନ୍ଧିକରି ଘୁରି ବୁଲନ୍ତି ଆଖେପାଖେ
ସେତେବେଳେ ମୋ କଲମ ଉଠେ
ଆଉ ମୁଁ କବିତା ଲେଖେ ।।
ଜହ୍ନ ଯେବେ ମୁଣ୍ଡ ଟୁଙ୍ଗାରି ଝର୍କା ସେ ପାଖୁ
ମୋ ଭଙ୍ଗା ସ୍ଵପ୍ନସବୁକୁ ଦେଖେ
ସେତେବେଳେ ଅସଜଡା ଶବ୍ଦଙ୍କୁ ସଜାଡି
ମୁଁ କବିତା ଲେଖେ ।।
ଖୁସିସବୁ ଯେବେ ଛୁଟିରେ ଯା ' ନ୍ତି ଇଆଡେ ସିଆଡେ
ସେତେବେଳେ ମୁଁ ମୁଁହଁରେ ହସର ପାଉଡର ମାଖେ
ଆଉ ସଦା କାଗଜ ଉପରେ
ଆଶା ଆଉ ଆଶଙ୍କାର କବିତା ଲେଖେ।।-
ସରି ଗଲାଣି ସେ ପିଲାଦିନର ନିରୀହପଣ ଏବେ ପରିପକ୍ୱତା କୁ ଆପଣଉଚି,
ଦିନେ କିଛି ଗୋଟେ ନ ମିଳିଲେ ଜିଦ୍ କରି କାନ୍ଦୁଥିଲି, ଏବେ ବହୁତ୍ କିଛି ହରେଇକି ବି ହସୁଛି!-
ସେ କହେ ସେ କାଳେ ମତେ ଭଲପାଏ
ହେଲେ କେଜାଣି କାହିଁ ମତେ ତା ଆଖିରେ
ମୋ ପାଇଁ ପ୍ରେମ ଦେଖା ଯାଏନା...
ମୋ ମନର ଅବସ୍ଥା ଜାଣି ବି
ସେ ନିଜ ଦୁନିଆର ପରିଧି ଭିତରୁ ନିଜକୁ ବାହାର କରେନା..
ତା ଇଚ୍ଛା ହେଲେ ସେ ପାଖକୁ ଆସେ
ନ ହେଲେ ଅଚିହ୍ନାର ସମ୍ପର୍କ ପଛରୁ ନିଜକୁ ସାମ୍ନାକୁ ବି ଅଣେନା..
ସବୁ ଜାଣି ବି ମୁଁ ତା ଆଗରେ ଅଜଣା ରହେ
ତା ସମୟ ବିତେଇବାକୁ ମୁଁ ପ୍ରେମର ନାମ ଦିଏ..
ସବୁ ବୁଝିବି ବାର ବାର ତାକୁ ପାଇବାକୁ ମନ ଅବୁଝା ହୁଏ
ଜାଣିଛ କାଇଁ ????
କାରଣ ମୁଁ ତାକୁ ଚାହେଁ..
ତା ଛଳନାର ପ୍ରତି ବଦଳରେ
ମୁଁ ତାକୁ ମୋ ନିଜ ଜୀବନ ଠୁ ବି ବେଶି ଭଲପାଏ...-
ଭାଗ୍ୟ ସେ 'ସ୍ତ୍ରୀ' ଆଉ 'ପ୍ରେମିକା'ର
ସ୍ତ୍ରୀ'
ମାଗିଛି
ଏକ ପ୍ରତିଶ୍ରୁତି,
ସମ୍ମାନ
ଟୋପାଏ ସିନ୍ଦୁର ଆଉ
ଦୁଇ ପଟ ସଙ୍ଖା
ପ୍ରତିଦାନରେ,
ନିଃଶ୍ବାସର ଶେଷ ଯାଏ
ହେବା ପାଇଁ ଜୀବନ ସଙ୍ଗିନୀ।
କିନ୍ତୁ ପ୍ରେମିକା...
ଏକ ତପସ୍ବୀନି
ଆଜିବି ତପସ୍ୟାରତ
ଯୁଗ ଯୁଗାନ୍ତ ପରେ
ତଥାପି ସେ
ଅନନ୍ତ କାଳ ଯାଏଁ
ଅପେକ୍ଷାରତ
ଝରାଇ ବିରହର ଅଶ୍ରୁ ତଟିନୀ।-
ପ୍ରେମିକା ସେ ଚିରସୁନ୍ଦରୀ
ପ୍ରେମିକ ର ସେ ଆତ୍ମା,
ସବୁପରେ
ଜଣେ ପୁରୁଷ ପତ୍ନୀ ନୁହେଁ ବରଂ ପ୍ରେମିକା ପାଖରେ
ଚିରକାଳ ବନ୍ଧା
" ହେଇପାରେ ପତ୍ନୀ ସଯ୍ୟା ସଙ୍ଗିନୀ
ହେଲେ ପ୍ରେମିକା ଚିର ବସନ୍ତ
ସେ ପୁଣି ପୁର୍ଣ୍ଣେନ୍ଦୁ ଆଭା......."
ଆହାଃ କେତେ କୋମଳ ଆଉ ମନୋଲୋଭା-