ବେଳେବେଳେ ଭାବେ ହେଇନଥାନ୍ତା ଯଦି
କେବଳ ଏ ଗୋଟେ ସ୍ବପ୍ନ,
ଏଇଠି ଅନ୍ତ କରନ୍ତି ସବୁ ମାନ ଅଭିମାନ ।
ମିଳନ୍ତନି ମୋ ସ୍ବପ୍ନ ପ୍ରତୀକ୍ଷା ର ମିଳନ କକ୍ଷ ହୋଇ
ପାହିବାକୁ ତରତର ହୁଅନ୍ତାନି ସେ ଅନ୍ଧାର ମେଘ ।
କଥା ଦେଲି ଭିଜିବି,ଝୁମିବି ଆଲିଙ୍ଗନେ ହୃଦୟେ ତୁମ
ଛାଇ ପରି ଅଦୃଶ୍ୟ ହେବନି ବୋଲି ଯଦି ଗଢ଼ିବ ପ୍ରଣ ।
ଆଖି ପିଛୁଳାକେ ମିଶିବନି ତୁମେ, ଜୁଆର ଶେଷରେ,
ସୀମା ର ହତାରେ,କର୍ମ ପଞ୍ଜୁରୀ ବାହାନାରେ ।
ଅପେକ୍ଷା ରେ ସାମିଲ୍ ହୋଇ ଫେରିବ ନୀଡ଼କୁ,
ରାତ୍ରୀ ର ଶେଷ ପ୍ରହର ହୋଇ ।
ଆସିବ କି ପ୍ରତି ଋତୁ ଶେଷେ, ନୂଆ ରଙ୍ଗ ନେଇ ?
ପାହାନ୍ତିଆ ରବି କିରଣ କୁ ଛୁଇଁବା ସାଥିରେ,
ଆକାଶ କୋଳରେ ଖେଳୁଥିବା ଭସା ବାଦଲ୍ ହୋଇ ।
-