ତୁମେ କବିତା ଲେଖ ମୋତେ ଭୁଲିବାକୁ
ହେଲେ ସେ କବିତା ର ସାରମର୍ମ
ମିଶେ ମୋ ଆଡ଼କୁ....😜-
ମୁଁ ବଞ୍ଚିଛି ତୁମ ଅଭିମାନ ରେ
ତୁମ ଦରଦ ମହଣ ହୃଦୟ ରେ
ସେଠି ମୁଁ ସୁରକ୍ଷିତ ସବୁ ଦିନ
କିଏ ବା ଦେଖିଛି ସେ ସ୍ଥାନ
-
ତୁମ ପ୍ରେମ ସଂଜୀବନୀ ର ସ୍ପର୍ଶରେ
ମୋ ନିର୍ଜୀବ ଶବ୍ଦ ସହ ମୋ ମନର ଭାବନା
ବି ଜୀବନ୍ୟାସ ପାଇଯିବ....!-
ବୁଝି ବି ଅବୁଝା ହୁଅ ତୁମେ
ଅବା ଅଭିନୟ କର ଉପରେ
ମୋ ସରଳ ମନ କିଛି ତ ଜାଣେନା
ତୁମ ଛଡ଼ା ଦୁନିଆରେ-
ଏ ଭାବନା ନେଇ ଆଜି ମୋତେ ବଞ୍ଚିବାକୁ
ତୁମେ ବୋଧେ ଫେରି ଗଲ ତୁମ ଠିକଣା କୁ
କେତେ ଯେ ବସନ୍ତ ଆସି ନେଲେଣି ବିଦାୟ
ହେଲେ ମୋ ପାଇଁ ତୁମ ପାଖେ ଅଭାବ ସମୟ
ମୁହୁର୍ତ୍ତ ଟିଏ ବି ବଞ୍ଚିନି ତୁମ ଭାବନା ରୁ
କେମିତି କରିବି ଦୂର ତୁମକୁ ମୋ ଜୀବନ ରୁ
କେତେ ରାତି ଲୁହ ଶୋଷେ ତୁମ ଅପେକ୍ଷାରେ
ପୁଣି ସକାଳ କୁ ଚାହିଁ ଥାଏ ଫେରିବା ଆଶାରେ.....
-
ବଦଳି ଗଲା କି ହୃଦୟର ଭାଷା
ହଜିଲା ଅତୀତ ଭିତରେ
ସରିଗଲା ବୋଧେ ରଙ୍ଗ ର ମେଲଣ
ଆଉ ଫଗୁଣ ଫେରୁନି ଋତୁ ରେ.....!!!!
କିଏ ବା ପାରିବ ଫେରାଇ ସେ ଦିନ
ଅଥଳ ସମୟ ଗର୍ଭରୁ
ବିଶ୍ବାସ ରେ ଯା'କୁ ଚାହିଁ ରହିଥିଲି
ସେ ଚାହିଁଲାନି ଥରେ ମନରୁ.....!!!!!-
ମନ୍ଦ ମଳୟ ର ମହମହ ମହକରେ
ଭାସି ଆସିଲା କିଛି ସ୍ମୃତି
ସେ ଅଧା ଅଧା ହସ ମିଶା ଅଧର ରୁ
ସତେ ଝରି ପଡୁଥିଲା ପ୍ରୀତି...!
ସେଇ ମୁହୁର୍ତ୍ତ ଟି ଥିଲା ଏମିତି ମୋ
ଜୀବନେ ପ୍ରଥମ ଥର
ଅଭାବି ମନର ଅନେକ ଭାବନା
ହୃଦୟ କୁ କଲା ପର....!!
ଥିଲା ସେ ସକାଳ କାହା ଶୁଭେଚ୍ଛା ରେ
ବରୁଷୁଥିଲା ଖୁସି ଅବୀର
କୃଷ୍ଣ ଚୁଡ଼ା ପରି ସତେଜ ରଙ୍ଗୀନ
ଲାଗୁଥିଲା ରଙ୍ଗ ଜରଜର..!!!
-
ବୋଧେ ତୁମେ ସବୁ ବୁଝି ପାର ,ପୁଣି ଲାଗେ ତୁମେ ହୁଏତ ମୋତେ ବୁଝିବାକୁ ହଁ ଚାହୁନ । ବେଳେ ବେଳେ ନିଜ ପାଖେ ନିଜ କୁ ଅନେକ ଜେରା କରେ । ପୁନର୍ବାର ଅତୀତ କୁ ବର୍ତ୍ତମାନ ରେ ଦୋହରାଇ ଖାଲି ପୀଡ଼ା କୁ ଆଦରି ନିଏ।ଭାବେ ସମୟ ଟା କେତେ ନିଷ୍ଠୁର ସବୁବେଳେ ପରିସ୍ଥିତି ର କଥା ରଖିଲା, ଥରଟିଏ ବି ମୋ ପୀଡ଼ା ର ଉପଚାର କଲାନି। ବିନା ଦୋଷେ ରେ ମୋତେ ଆଜି କାରାଗାରରେ କଏଦୀ କରିଦେଲା ।
-
ଆଉ ବେଶୀ ବେଶୀ ଲାଗେ କାହିଁ ଅସହାୟ
କେତେ ଆଉ ନିରବତା ରେ ଲୁଚାଇବି
ଅନୁଭବ ରୁ ଅନୁଭୂତି ଆଉ ଅବଶୋଷ ହଁ
ତା ର ପରିଣତି.....!
ଅନୁମତି ମାଗିଛି ସମୟକୁ ବାରଂବାର
ଖୋଲିବାକୁ କିଛି ମନକଥା
ଆଉ ଶୁଣିବାକୁ ଜଣେ ନିଜର..
ହେଲେ ଉତ୍ତର ରେ ପ୍ରତିକ୍ଷା କରିବାକୁ
ଦେଇଛି ସେ କଥା ଅନେକ
ତଥାପି ପାଉନି ମୁଁ ଖବର...!!-