ବିରହ ଜାଣେନି କେବେ ପ୍ରେମିକ ପ୍ରଣୟ
ନୟନରୁ ଅଶ୍ରୁ ଝରି ଶ୍ରାବଣୀ ଅଥୟ
ସାଧବ ବୋହୂ ର ଧାଡ଼ି ମାଟି ଭିଜା ବାସ୍ନା
କେବେ ସେ କସ୍ତୁରୀମୁଖୀ କେବେ ମୃଗତୃଷ୍ଣା
ଶୀତଳ ଆଭା ରେ କରୁ ପ୍ରେମାନଳ ଶାନ୍ତ
ସ୍ନିଗ୍ଧ ସ୍ପର୍ଶେ ସାଜୁ ତୁହି ମଧୁର ପ୍ରଶାନ୍ତ
କବିଗଣେଶ କହନ୍ତି ତମେ ସ୍ୱର୍ଗବାରି
ମାୟା ର କାହାଣୀ ତମେ ବର୍ଷା ଅପସରୀ।
-
ନିସ୍ତବ୍ଧ ହିୟାହୀନ ବନ୍ଦୀ ଏ ଜୀବନ
ନିଶାମୟ କାରାଗାରେ ଦେଖୁଛି ସପନ
ସ୍ୱପ୍ନ ଦେହତ୍ୟାଗ କରେ ପାଇ ପ୍ରତିଘାତ
ନୟନ ଲୋତକ କରେ ଲୌହ କୁ ବିଧୌତ।
ମୃତକ ସାଜିଛି ତନୁ କଷ୍ଟସାଧ୍ୟ ହସ
ଅକାଳେ ଦୁର୍ଭାଗ୍ୟ ଆଜି କରେ ଅଟ୍ଟହାସ
ଦୁର୍ଗମ ପ୍ରସ୍ଥରେ ପ୍ରେମ କୁସୁମ ମହକି
ଭାବନା ର ଶେଷ ଶବ୍ଦ ଲାଗେ ପାପ ନିକି।-
ବର୍ଷା ଭିଜା ରାତି
ଟିପ୍ ଟିପ୍ ବରଷେ ମୁଦିର ର ନୀର
ଝରିଯାଏ ଅସୀମ ସ୍ରୋତସ୍ଵିନୀ ନିକି
କେବେ ପୁଣି ଭୟାତୁର ତଡିତ୍ ର ଟଙ୍କାର
ଅବା ଦିଶେ ସମୀର ର ନିଦ୍ରା ଭରା ଆଖି
ଭାଙ୍ଗିବାକୁ କାମନାର ମଧୁମୟ ସ୍ମୃତି
ଦର୍ଶାଏ ସିତାଂଶୁ ଆଜି ବାସନା ପିରତି
ନକ୍ଷତ୍ର ମେଘଜ ମଧ୍ୟେ ବିଲୁପ୍ତ ହୁଅନ୍ତି
ଅନୁଭବେ ଅମୃତ ସେ ବର୍ଷା ଭିଜା ରାତି।।
-
ये लब्जो की चिक पुकार
ये दुनिया की गंदी विचार
जब सुनने को मिला तो क्या मिला
बस दो पंक्तियों में आखरी गीला
वो समंदर ही क्या जो डर जाए आंधी को झोंके से
जिसने समाया सारे जहां को हे,
जिसने समाया सारे जहां को है।
- The Writing Wizards-
ମୁଁ ନିଶବ୍ଦ ଶୂନ୍ୟତା
ତୁମେ କୋଳାହଳପୂର୍ଣ୍ଣ ନିର୍ଝରିଣୀ
କେମିତି ବୁଝିବ ତୁମେ ଏଇ
ଦୃଷ୍ଟଟା ର ଅବୁଝା କାହାଣୀ।
ମୁଁ ଦୁଃଖ ର ଶବ୍ଦକୋଷ
ତୁମେ ଦିବ୍ୟ ପ୍ରମୋଦିନୀ
କେମିତି ଖୋଜିବ ତୁମେ
ଯନ୍ତ୍ରଣା ର ଭିମାକ୍ତ ରାଗିଣୀ।
ମୁଁ ଶୁଷ୍କ ତୃଣ ଟିଏ
ତୁମେ ଅଣଚାଶ ପବନ
କେମିତି ଭାବୁଛ ତୁମେ
ଆମ ଏ ପ୍ରୀତି ର ମିଳନ।
( ସଂପୂର୍ଣ୍ଣ କବିତା ପଢନ୍ତୁ ଅନୁଶୀର୍ଷକ ରେ )-
ଜୀବନ ଟା ଲାଗେ ପାଦଚିହ୍ନ ପରି
ରିକ୍ତ ମରୁରେ ଲୀନ
ଉତ୍ତପ୍ତ ବାଲିର ଅଦୃଶ୍ୟ ପ୍ରାସାଦ
ଅଶାନ୍ତ ସଙ୍ଗୀତ ଗାନ।
ଜୀବନ ଟା ଗୋଟେ ଦରଦୀ ସଙ୍ଗୀତ
ବୀଣା ଝଙ୍କାର ର ତାନ
ମଧୁର କର୍କଷ ମିଳିତ ସଙ୍ଗୀତେ
ଅଗ୍ରସର ଏ ଜୀବନ।
(ଅନୁଶିର୍ଷକ ରେ ପଢନ୍ତୁ ସଂପୂର୍ଣ୍ଣ କବିତା)-
Dream
--------------
The dream of the sand-home asks
The reality of the half-built statue
Bloody face or horrible screams
That's all the dreammy venue.
She is a poet of unspeakable pain
the hero of the unwritten story
False greedy is a fantasy strian
to overcome the truthful glory.
The finishing of dream is LIFE
Imagination of a half-read novel is dream
Dreaming is a beautyful vibe
A story of the sleepy eyes is a dream.-
ଧନ୍ୟ ରେ ମଣିଷ ର ଆଖି, ତୁ ସବୁ କିଛି ଦେଖିବାରେ ସମର୍ଥ ,କିନ୍ତୁ ନିଜ ର ଭୁଲ ଦେଖିବାକୁ ଅକ୍ଷମ ଅଟୁ।
ଚକ୍ଷୁସ୍ମାନ ହୋଇ ଯଦି ଦୂରଦୃଷ୍ଟି ନାହିଁ ତେବେ ଚକ୍ଷୁସ୍ମାନ ହୋଇ ଲାଭ କଣ?
- ଶ୍ରୀବିନୋଦ ବିହାରୀ ଷଡ଼ଙ୍ଗୀ
( ଜ୍ୟୋତିର୍ବିଦ,ଦାର୍ଶନିକ)-
ନିଝୁମ୍ ରାତି ରେ ସ୍ବପ୍ନ ର ଆସର ଖେଳାଉଥିବା ପକ୍ଷୀ ଟେ ମୁଁ , କିଏ ଜାଣେ କୋଉ ସାଗର ର ଲହରୀ ରେ ଭାଙ୍ଗିଯିବ ଅଧାଗଢ଼ା ସ୍ବପ୍ନ ର ବାଲିଘର, କୋଉ ସଙ୍ଗୀତ ର ମୂର୍ଚ୍ଛନା ରେ ସରିଯିବ ସ୍ବପ୍ନ ର ସରଗମ୍। କିନ୍ତୁ ଅପେକ୍ଷା ସେଇ ସମୟକୁ ଯେବେ ଶୁଣିବାକୁ ମିଳିବ, ଅଧା ଗଢା ଭଗ୍ନ ସ୍ତୁପ ବା ଅସମାପ୍ତ ସାରଗମ୍ ର କର୍ତ୍ତା ମୁଁ।
ବାସ ଅପେକ୍ଷା............-
ନିଶବ୍ଦ ମୁକ,କହିପାରୁ ନଥିବା ପଶୁ ପକ୍ଷୀ ବୃକ୍ଷ ଲତା ଙ୍କୁ ନିଜ ପାଇଁ ପ୍ରଭୁ ଙ୍କ ନାମ ଧରି ବଳି ଦେଇ ଚାଲିଥିଲା ଏ ମଣିଷ ସମାଜ । ସେହିପରି ସ୍ଵୟଂ ଭଗବାନ କଥା କହିପାରୁଥିବା ମଣିଷ କୁ ମୁକ କରି ଜୀବନ ନେଇ ଯାଉଛନ୍ତି । ବାସ ମାଧ୍ୟମ ଟା ସେଇ କୋରୋନା।
-