में रावण हूं , मिटाए नहीं मिटता। ज्ञानी हूं , अभिमानी हूं । ब्रमाण्ड का लौता इंसान जिसे तीन काल का ज्ञान था। बहने की इज्जत की वजह से मुझे राक्षस बनाया दिया गया। हा हा हा ... मारा गया मेरे प्राण को मेरे प्यारे भाईकी छल की वजह से ।
लेकिन मैं मरा नहीं , नहीं मरा मेरा अस्तित्व , हर साल मुझे जलाते हो , खुशियां मनाते हो , लेकिन मैं हसता रहेता हूं। में रावण हूं। जिंदा रहता हूं तुम्हारे बीच , सत्य से मुझे हराया नहीं जा सकता क्यों की में ही सत्य हूं , देव हूं, काल हूं।
में रावण हूं ।-
अड़े थे जिद पे के
सूरज बनाके छोड़ेंगे,
पसीने छूट गए
दिया बनाने में।।
मेरी निगाह में वो शख्स
आदमी भी नन्हीं ,
जिसे लगाहे जमाना
खुदा बनाने में ।।
( R.I )-
ମୁଁ ୯ ବର୍ଷ ର ଥିଲି । ସେ ମୋ ପାଇଁ ବଡ଼ ବଡ଼ ଦାମୀ ଚକୋଲେଟ ଆଣୁଥିଲେ। ମୋ ଅଙ୍କେଲ। ମୋତେ କୋଳରେ ବସେଇ ଗେଲ କରୁଥିଲେ । ଆଉ ଏକଲାରେ ସେ ଛୋଟ ରୁମ ଭିତରେ ମୋତେ ପୁଣି ତାଙ୍କ କୋଳରେ ବସଉଥିଲେ, ମୋତେ ଗେଲ କରୁଥିଲେ । ଚିଲ୍ଲାଉଥିଲି ମୁଁ ! ଚୁପ୍ 🤫 shh shh । କିନ୍ତୁ ସେ ମୋ ବନ୍ଦ କରିଦେଉଥିଲେ, ଯେମିତି ମୋ ଚିଲ୍ଲେଇବା ବାହାରକୁ ନା ଶୁଣାଯାଉ।
ବହୁତ୍ କଷ୍ଟ ହୁଏ ! 🤫 Shh shh 🤫 । ବାସ ବାସ୍ ବାସ୍ ହେଇଗଲା । ମୋ କଣ୍ଢେଇ , ମୋ ଗେଲ୍ହୀ , ମୋ ସୁନା ଝିଅ, ଦୁନିଆର ସବୁଠୁ ସୁନ୍ଦର୍ ଝିଅ ।
ହେଲେ ସେତିକିରେ ସରେନି , ଘରକୁ ଆସନ୍ତି ସେ , ଥରେ ନୁହେଁ ବାରମ୍ବାର ଆସନ୍ତି । ଭିତରେ ଚିଲ୍ଲେଉ ଥାଏ ମୁଁ । 🤫 Shh Shh 🤫 , କାହାକୁ କହିବୁନି , ଠିକ୍ ଅଛି ମୋ ସୁନା ପିଲା ପରା। ଥରେ ମୁଁ ମାଆଙ୍କୁ କହିଦେଲେ, କହିଦେଲି ତାଙ୍କୁ , ମମୀ କହିଲେ 🤫 shh shh 🤫। କାହାକୁ କହିବୁନି , ଘର ଇଜ୍ଜତ କଥା ଠିକ୍ ଅଛି । ମୁଁ କାହାକୁ କହିଲିନି, କିନ୍ତୁ ତା ପରେ ସେସବୁ ବନ୍ଦ ହେଇଗଲା। ହେଲେ ମୁଁ ବୁଝି ପାରେନା ତା ପରେ ବି ସେ ଆସନ୍ତି , ମୋ ପାଇଁ ଚକୋଲେଟ ନେଇକି। ଆଜି ବି ସେ ଆସିଥିଲେ , ସେ ମୋତେ ଆଜି ତାଙ୍କ କୋଳରେ ବସେଇଦେଲେ, ମୋତେ ଗେଲ କଲେ । ସମସ୍ତଙ୍କ ଆଗରେ ମୁଁ ହସୁଥାଏ । ମୋ ଗେହ୍ଲା ଝିଅ , ସୁନା ଝିଅ ସବୁଠୁ ସୁନ୍ଦର୍ ,ସବୁଠୁ ସୁନ୍ଦର୍ ।
ଛି ପଶୁ ସବୁ ଗୋଟେ ଗୋଟେ । ସଂସ୍କାର ଓ ପରମ୍ପରା । ନା ଏମାନଙ୍କ ସହ ମଜାକର , ପାଦ ଛୁଅଁ ଏମାନଙ୍କର । ସବୁ ଆଡ଼େ ଖାଲି ସେଇ ମାନେ । ସେମାନଙ୍କ ମଝିରେ ଜୀବନ ବଞ୍ଚିବାର ଅଛି , ହସିବାର ଅଛି , ସାଙ୍ଗ ବନେଇବାର ଅଛି, ପ୍ରେମ କରିବାର ଅଛି । 🤫 Shh shh 🤫
-
ସେଠି ପହଞ୍ଚିଲା ପରେ ସେ ସୋମ ବାବୁଙ୍କ ସରକାରୀ କ୍ୱାଟରରେ ସବୁ ଜିନିଷ ରଖୁଥିଲା ବେଳେ ସୋମ ବାବୁ ଙ୍କ ଜଣେ ମହିଳା ସହକର୍ମୀ ଙ୍କ ନଜର ଶ୍ୟାମ ଅଜା ଙ୍କ ଉପରେ ପଡ଼ିବାରୁ ସେକୁଆଡେ ପଚାରିଦେଲେ ,sir ସେ କିଏ ? ସୋମ ବାବୁ କୁଆଡେ ନିଜ ମଳିଛା ମୁଣ୍ଡିଆ ବାପା ଙ୍କୁ ଦେଖି , ହାଲକା ରେ କହିଦେଲେ , ସେ ମୋ servant.
ଫେରି ଆସିଥିଲେ ଥିଲେ ଶ୍ୟାମ ଅଜା , ଏତେ ଇଂରାଜୀ ନ ପଢ଼ିଥିଲେ ବି ବାପା ଙ୍କୁ Father ବୋଲି କୁହାଯାଏ ବୋଲି ତାଙ୍କର ଏତିକି ଜ୍ଞାନ ଥିଲା । ମନ ଖରାପ କରି ନିଜ ବଡ଼ ଭାଇଙ୍କୁ ପଚାରିଥିଲେ servant ମାନେ କନ୍ ବୋଲି? ବଡ଼ ଭାଇ କିଛି ଅସୁବିଧା ଜାଣିପାରି କହିଲେ , କଣ ହେଲା କହୁନୁ , ହଟାତ୍ servant କଥା କାଇଁ ପଚାରୁଚୁ ? କିଏ କନ୍ କହିଲା କି ?
ସୋମ କହିଲା ମତେ , କହିଲେ ଅଜା । ଏକଥା ସୋମ କହିଲା ତତେ ? ବଡ଼ ଭାଇ ତାଙ୍କୁ ଆଶ୍ଚର୍ଯ୍ୟ ହେଇ ପଚାରିଲେ । କଥା ତାକୁ ଆଡଜଷ୍ଟ କରିବା ପାଇଁ ହସିକି କହିଲେ, ଆରେ servant ମାନେ ସମ୍ପର୍କୀୟ । ତୁ ଚିନ୍ତା କରନା। କିଛି ନ କହି ମନେ ମନେ ଖାଲି ଏତିକି ଭାବୁଥିଲେ , ସୋମ ମତେ ସମ୍ପର୍କୀୟ କଣ ପାଇଁ କହିବ । ନିଜ ଭାଇ ଙ୍କ କଥା କୁ ବିଶ୍ୱାସ କରି ପାରୁ ନଥିଲେ।
ଏଇ ଗୁରୁବାର ଦିନ ସକାଳୁ ସକାଳୁ , ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲେ ଶ୍ୟାମ ଆଜି , ଫାଶୀ ଲଗେଇ ଦେଇଥିଲେ । ବୋଧେ servant ର ଅର୍ଥ ଆଉ କୋଉଠୁ ଜାଣି ସାରିଥିଲେ।-
#ଗଳ୍ପ - Servant
(ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ)
ଶ୍ୟାମଲେନ୍ଦୁ ମହାପାତ୍ର ଓରଫ ଶ୍ୟାମ ଅଜା ନିଜ ଘର ବାରି , ବଂଶ ଆଭିଜାତ୍ୟ ର ଯେତିକି ପ୍ରଶଂସା ନା କରନ୍ତି ତା ଠୁ ଅଧିକା ପ୍ରଶଂସା କରନ୍ତି ନିଜ ପୁଅ ସୋମ ର। କାହିଁକି ବା ନକରିବେ , ତାଙ୍କ ପୁଅ ସୋମ ଓରଫ ସୋମ୍ୟଜିତ୍ ମହାପାତ୍ର ପଙ୍କ ରେ ପଦ୍ମ ସଦୃଶ। ଶ୍ୟାମ ଅଜା ଙ୍କ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ହେଲେ ମଧ୍ୟ, ଗାଁ ରେ ତାଙ୍କ ପରିବାରର ନାମ ଡାକ ଅଛି। ତାଙ୍କ ବଡ଼ ଭାଇ ଗାଁ ସ୍କୁଲ ରୁ ଶିକ୍ଷକ ଭାବେ ଅବସର ପ୍ରାପ୍ତ, ନିଜେ ମାଇନର ପାସ ନହେଲେ ମଧ୍ଯ ବଡ଼ ଭଦ୍ର ମାର୍ଜିତ ବ୍ୟବହାର ପାଇଁ ସବୁ ଆଡ଼େ ଆଦର ପାଆନ୍ତି।
ନିଜ ସ୍ତ୍ରୀ ଚାଲିଗଲା ପରେ ସୋମ କୁ ଏକ ପାଳି ବଡ଼ ମଣିଷ କରିଛନ୍ତି, ସୋମ ପିଲାଟି ଦିନରୁ ପାଠପଢ଼ାରେ ବହୁତ୍ ନା କରି , ରସାୟନ ବିଜ୍ଞାନରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲା। ଭୁବନେଶ୍ୱର ରେ ଭାରତ ସରକାର ଙ୍କ ଏକ ପ୍ରତିଷ୍ଠିତ ସଂସ୍ଥା ରେ ଉଚ୍ଚପଦସ୍ଥ ଅଫିସର ସେ।
ଗଲା ରବିବାର ସେ ଘରୁ ସବୁ ବହୁତ୍ ସାରା ଖାଇବା ଜିନିଷ , ଆଚାର , ପାମ୍ପଡ , ଲଡ଼ୁ ନେଇକି ବହୁତ୍ ଶ୍ରଦ୍ଧାର ସହିତ ଯାଇଥିଲେ ସୋମ ବାବୁଙ୍କୁ ଦେଖା କରିବାକୁ ।
-
कोई हात भी ना मिलाएगा ,
जो गले मिलोगे तपाक से
ये नई मिजाज का सहर है,
जरा फासोलों से मिला करो ।।
-
#ପଖାଳ ଓ ମଟନ
ଭଦ୍ରକ , ନା କହିଲେ ଇରମ ର ଲାଲ୍ ମାଟି ମନେପଡ଼ିଯାଏ । ହେଲେ ଭଦ୍ରକ ମୋ ପାଇଁ ଗୋଟେ ଅଲଗା ଅନୁଭୂତି ନେଇକି ଆସିଥିଲା। ଏକ ତଥାକଥିତ ବାହାଘର , ଗୋଟେ ଯୌଥ ପରିବାରର ଆନନ୍ଦ ଓ ସ୍ନେହ ଆଦର, ସାଙ୍ଗ ମାନଙ୍କ ସହିତ ଅନନ୍ଦଶ୍ଚୋବ । ଆଉ ଏସବୁ ର ମୂଳ ସୂତ୍ରଧର କାଳିଆ ଓରଫ ସମ୍ବିତ ବଳ।
୧୪ ଫେବୃଆରୀ , ଯେତେ ବେଳେ ସମସ୍ତେ ଚୁମା ଚାଟି ଦିବସ ପାଳନ କରୁଥିଲେ, ଆମେ ୧୫ ୧୬ ଜଣ ବାହାରିଲୁ ଗୋଟେ ସାଙ୍ଗର ଭଉଣୀ ଙ୍କ ବାହାଘର କୁ।
-
#ନାରୀ
ତୁମେ...
ଅଳସ ନଦୀ ର କନ୍ୟା
ସତେ ଶ୍ରାବଣର ସେହି ବନ୍ୟା ।।
ତୁମେ...
ହୃଦୟର ସେହି ସ୍ବପ୍ନ
ଆଦରେ, କରିଛି ଯାହାର ଯତ୍ନ ।।
ତୁମେ....
ମାତା , ଭଗିନୀ ର ଛାୟା
ପୁଣି ପ୍ରେୟସୀ ସ୍ପର୍ଶର ମାୟା ।।
ତୁମ....
ପାଖେ ଗଚ୍ଛିତ ଅସୀମ ପ୍ରେମ ଓ ସ୍ନେହ
ରହି କେ ପାରିବ, ତୁମ୍ଭ ମନୁ ଯଦି ଛୁଟିଲା କ୍ରୋଧ ଓ କୋହ।।
ଆଜିଏ ଦିନରେ...
ତୁମ୍ଭ ଚରିତ୍ର ର କରେ ମୁହିଁ ସତ ନମନ
ନାରୀ ଏକ ଶବ୍ଦ, ଅସୀମ ସମ୍ପଦ , ରୁଣି ରହିବ ଏ ଜୀବନ ।।
#ଦେବର୍ଷି-
ଲଳିତ କୁମାର ଝୋଲା ଛାପ ଡାକ୍ତର ନଥିଲା, ସେ ଗୋଟେ ସରକାରୀ କଲେଜ ର ତାଲିମ୍ ପ୍ରାପ୍ତ ଡାକ୍ତର ଥିଲା। ଜୀବନରେ ସେ ଅନେକ ଛୋଟ ବଡ଼ ରୋଗୀ ଦେଖିଛି , ହେଲେ କେବେବି ଏମିତି ହେଇ ନଥିଲା।
ଆଜି ସକାଳେ ଗୋଟେ ଛୋଟ ପିଲା ତା ଆଖି ଦେଖେଇ ଆସିଥିଲା ଡାକ୍ତର ଙ୍କ ପାଖକୁ। ତା ଆଖିରୁ ଲୁହ ବୋହିବା ବନ୍ଦ ହେଉ ନଥିଲା । ଘଟଣା ର ଗୁରୁତ୍ଵ ବୁଝି ଲଲିତ ସାଙ୍ଗେ ସାଙ୍ଗେ ସେ ପିଲା କୁ oparation ଥିଏଟର କୁ ନେଇ ଚିକିତ୍ସା ଆରମ୍ଭ କରିଦେଲା। ତାକୁ ସଫଳତା ମିଳିଲା ମଧ୍ୟ, କିଛି ସମୟ ପରେ ସେ ପିଲା ଆଖିରୁ ଆଉ ଲୁହ ବୋହୁ ନଥିଲା ।
କିନ୍ତୁ କେଜାଣି କାହିଁକି ଲୋକ ମାନେ ତାକୁ ବାଡ଼ିଆ ପିଟା କରୁଥିଲେ। ହଟାତ୍ କିଏ ଜଣେ ପଛରୁ କହିଲା " ଶଳା ଡାକ୍ତର , ଲୁହ ବନ୍ଦ କରିବା ପାଇଁ ପୁରା ଆଖି ତାଡି ଦେଇଛି ।
ଲଲିତ ଭାବୁଥିଲା ସିଏ କଣ ଭୁଲ କଲା , ସେ ତ problem କୁ ପୁରା ଗ୍ରାଉଣ୍ଡ level ରୁ ସଫା କରି ଦେଇଛି।-
-केसे हो , रिया ने बहत दिनों के बाद पूछा ।
-ठीक हूं , उसने भारी दिलों से कहा।
-बताओ ना , केसे हो ? क्या छुपा रहे हो, रिया ने जोर देकर पूछा।
-सब कुछ ठीक नहीं हैं ।
बस उनके बीच आगे जो बात चली वो अर्सो बाद बेहत देर तक चला। और दोना उसमे रूबरू हो गए।
जरूरी नहीं कि हमदर्दी सिर्फ उस सख्स से पैदा हो, जो आपकी जख्म पर मरहम लगाए, कभी कभी वो सख्स भी अपना लगने लगता है , जो सिर्फ इतमिनाम से सुन ने को तैयार हो की आपको कितना दर्द हो रहा है ।
-