Avaya Kumar Panda   (Avaya Kumar Panda)
61 Followers · 35 Following

Poet,story writer
Joined 6 August 2018


Poet,story writer
Joined 6 August 2018
16 APR 2022 AT 21:45

Those who are trying to humiliate me in any way please be refrain,
I saw it in past those who tried all are not sustained,
I am with my virtue and never hurt anyone knownigly,
Those who want to hurt and damage me in any way i saw their damage smoothly.
I am a man of destiny,
I want always harmony,
those who want to make me down,
By the passage of time they always thrown.
I am a mystery man,
Dont try to make me huddled,
you might be bamboozled,
lord Jagannathjis blessing on me always cuddled.

-


11 MAR 2022 AT 22:55

I am what I am,
I can't change,
I am what I am I have no shame.

I am what I am ,
I am so deserved,
I want everyone's problem a quick resolved.

I am what I am ,
I have no regret,
what the situation might be, I am not upset.

I am what I am ,
I am for other,
when I saw other's happy, I am in cheer.

I am what I am ,
I love nonviolence,
if anyone attack me I don't spare any negligence.

I am what I am,
you may love or hate,
I will stick to my humanity,
it's my religion and my fate.

I am what I am,
I am a human,
love ,kind ,mercy is my religion,
for the good i am a human and for the bad I am a saitan.

...Avaya kumar Panda

-


20 JAN 2022 AT 18:58

we are together for a one half decade,
we are as like as before nothing fade .
The best thing to hold onto in life each other,
We are together and the bond is solid so far .
it's the day we tied the knot,
In our life it's a bright spot.
Every love story is beautiful but ours is my favorite,
By the grace of lord Jagannath we will reach so many heights.


-


10 OCT 2021 AT 19:06

ଚକାନୟନ ହେ ଜୀବର ଧନ

ଯେତେ ଦେଖୁଥିଲେ ମାନେ ନାହିଁ ମନ,
ବାରମ୍ବାର ଦେଖିବାକୁ ମନ ହୁଏ ଉଛନ୍ନ,
ହେ ଚକାନୟନ, ହେ କଳାବଦନ,
ତୁମେ ମୋର ଜୀବନ ଧନ ,ମୋର ଜୀବ ଜୀବନ ,
ହେ ଭଗବାନ...କୋଟି ନମନ ପ୍ରଭୁ କୋଟି ନମନ ... ।

ଉଡାଉଛ ପ୍ରଭୁ ପତିତପାବନ, ପତିତ ଉଦ୍ଧାର ନିମିତ୍ତ ଭଗବାନ,
ଜଗତର ନାଥ ହେ ଜଗନ୍ନାଥ ବିରାଜିଚ ତୁମେ ରତ୍ନ ସିଂହାସନ,
ଭକତଙ୍କ ପାଇଁ ସବୁ ତୁମ ଲୀଳା,
ନାମ ବହିଅଛ ପ୍ରଭୁ ଚକାଡୋଳା ।

ହରି ନାମ ସତ୍ଯ ରାମ ନାମ ସତ୍ଯ,
ଭାବ ମତେ ତୁମ ବାସ ହୃଦଗତ,
ତୁମେ ମୋର ମୁଁ ତୁମର ହେ ଭଗବାନ,
ତୁମ ଶ୍ରୀଚରଣ ପ୍ରଭୁ ରହୁ ମୋର ଧ୍ୟାନ ।

...ଅଭୟ କୁମାର ପଣ୍ଡା



-


12 JUL 2021 AT 8:32

ରଥରେ ଜଗନ୍ନାଥ

ରଥରେ ଜଗନ୍ନାଥ,
ଦେଖିଲେ ପୂର୍ଣ୍ଣ ହୁଏ ସବୁ ମନୋରଥ,
ରଥରେ ଦେଖି ଜଗନ୍ନାଥ,
ତନ, ମନ ହୁଏ ତୃପ୍ତ, ସଫଳ ହୁଏ ସବୁ ଶପଥ ।

ରଥରେ ଦେଖିଲେ ଜଗନ୍ନାଥଙ୍କୁ, ମିଳେ ଅଶେଷ ପୂଣ୍ଯ ଫଳ,
ସେ ହିଁ ଅନନ୍ତ, ସେ ହିଁ ଅବିନାଶୀ, ସେ ସବୁ କାରଣର ମୂଳ,
ରଥରେ ଦେଖିବା ହୁଏ ଜଗନ୍ନାଥଙ୍କୁ, ଥିଲେ ମଣିଷର ଭାଗ୍ଯବଳ,
ସେ ହିଁ ସୃଷ୍ଟିକର୍ତ୍ତା, ସେ ଭାଗ୍ଯ ବିଧାତା, ସେ ହିଁ ଅଟନ୍ତି ସକଳ ।

ରଥରେ ଦେଖିଲେ ଜଗନ୍ନାଥଙ୍କୁ ହୁଏ ନାହିଁ ପୁନର୍ଜନ୍ମ,
ଭିନ୍ନ ଭିନ୍ନ ରୂପ ଅଟଇ ତାଙ୍କର ସେହିଁ ପ୍ରଭୁ କୃଷ୍ଣ, ରାମ,
ଭକତ ପାଇଁ କରନ୍ତି ରଥଯାତ୍ରା, ଭକତ ହୃଦୟ ତାଙ୍କର ଧାମ,
ଜଗତର ନାଥ, ସେ ଯେ ଜଗନ୍ନାଥ, ରଥେ ଦେଖି,
କରେ କୋଟି କୋଟି ମୁଁ ପ୍ରଣାମ ।

- ଅଭୟ କୁମାର ପଣ୍ଡା

-


11 JUL 2021 AT 20:20

ଦୁଃଖ ଯାଏ ଅପସରି

ଦୁଃଖ ଯାଏ ଅପସରି, ସବୁ ସୁଖ ଆସେ ଫେରି,
ଏଇ ମନ ଯେବେ ସ୍ମରଣ କରେ ହରି, ହରି,
ରଖିଲେ ରଖନ୍ତି ହରି, ହରି ରଖିଲେ କିଏ ମାରିପାରି,
ବିନୁ ହରି ନାହିଁ କେହି ,ଯେ ପାରି କରିବ ଭବବାରି ।

ହରିନାମ ସୁଖ ସାଗର, ହରିନାମ ଅତିବ ମଧୁର,
ଏ କଳିଯୁଗରେ ହରିନାମ ଅଟଇ ଯେ ସାର,
ମିଛ ମାୟାର ସଂସାର, ଏଠି ବା କିଏ କାହାର,
ମଣିଷର ଆଚାର ବ୍ଯବହାର, ସୃଷ୍ଟି କରେ ସଖା, ଶତ୍ରୁ ତାହାର ।

ହରି ଅନନ୍ତ, ଅବିନାଶୀ ,ହରିନାମ ନିତ୍ଯ ଘୋଷି,
ଜୀବ ପରମ ସହିତ ଦିନେ ନିଶ୍ଚେ ଯାଏ ମିଶି,
ହୃଦୟରେ ପ୍ରେମ,ଭକ୍ତି ଭାବ ଯେବେ ଯାଏ ଦିଶି,
ଏ ସୃଷ୍ଟି ଲାଗେ ସୁନ୍ଦର, ମଣିଷ ହୁଏ ସମଦର୍ଶି ।

...ଅଭୟ କୁମାର ପଣ୍ଡା...

-


11 JUN 2021 AT 22:11

ଦରବୃଦ୍ଧି

ଅତ୍ୟାବଶ୍ୟକ ସାମଗ୍ରୀର ଦିନୁ ଦିନ ହେଉଛି ଯେପରି ଅହେତୁକ ଦରବୃଦ୍ଧି,
ସାଧାରଣ ମଣିଷର ହୃଦୟକୁ ଯାଉଛି ଏହା ବହୁତ ବାଧି ।
ଖାଇବା ତେଲର ଦର ଆଜି ଦେଖ ଅମୂଲ ମୂଲ ,
ନଥିଲାବାଲାର କଥା ଛାଡ ଏଠି ଥିଲାବାଲାର ବି ବାହାରିଯାଏ
ଗେଲ ।

ପେଟ୍ରୋଲ, ଡିଜେଲର ଦର ହୁ, ହୁ ହୋଇ ବଢେ,
ଅନ୍ୟ ସବୁ ସାମଗ୍ରୀର ଦରବୃଦ୍ଧି ପାଇଁ ପରୋକ୍ଷରେ ଏହା ବାଟ କାଢେ ।
ଚାଉଳରୁ ଡାଲି ,ତେଲ ଠାରୁ ଅଟା, ଏଇ ଦୁଇ ବର୍ଷରେ ଦର ଯେମିତି ବଢିଛି ,କରିଛି ବହୁତ ହଟହଟା,
ବହୁତ ବାଧିଛି ପ୍ରାୟ ସବୁ ବର୍ଗର ଲୋକଙ୍କୁ ଏଇ ଦରବୃଦ୍ଧିଟା ।


ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ କରିବା ସରକାରର ଦାୟିତ୍ବ ଏବଂ ସରକାର ହାତରେ,
ହେଲେ ଆମ ଭାରତରେ ଭୋଟ ସରିଗଲେ ସାଧାରଣ ଲୋକ କଥା କିଏ ପଚାରେ ।
ପେଟ୍ରୋଲ, ଡ଼ିଜେଲ ହେଉ ଜିଏସଟିର ଅନ୍ତର୍ଭୁକ୍ତ,
ଦେଶରେ ନିର୍ମାଣ କରାଯାଉ ଶୀତଳଭଣ୍ଡାର ପର୍ଯ୍ୟାପ୍ତ,
କଳାବଜାରକୁ ସରକାର କରୁ ନିୟନ୍ତ୍ରଣ,
ନୋହିଲେ ଏ ଦରବୃଦ୍ଧିରେ ନିରାଶା, ହତାଶାରେ ସାଧାରଣ ଲୋକର ଚାଲିଯିବ ପ୍ରାଣ ।

...ଅଭୟ କୁମାର ପଣ୍ଡା

-


9 JUN 2021 AT 22:16

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ ଅଟେ ଅତି ବିରଳ,
ପ୍ରକୃତ ପ୍ରେମରେ ରହିବା ଅତି ସରଳ,
ଯାହାର ହୃଦୟ ନିଷ୍କପଟ ଓ ନିର୍ମଳ,
ପ୍ରକୃତ ପ୍ରେମ ତା ମୁହଁରେ ସଦା ଦିଶେ ହୋଇ ଛଳଛଳ..।

ପ୍ରକୃତ ପ୍ରେମରେ ନଥାଏ ସନ୍ଦେହ,
ଦୁହେଁ ଦୁହିଁଙ୍କୁ ଦେଇଥାନ୍ତି ନିଜର ହୃଦୟ,
ପ୍ରକୃତ ପ୍ରେମରେ ଥାଏ ସ୍ନେହ ନଥାଏ ମୋହ ,
ଜୀବନ ଜିଇଁବାର ଏହା ଅଟେ ଗୁରୁମନ୍ତ୍ର ଅମୋହ ।

ପ୍ରକୃତ ପ୍ରେମରେ ଥାଏ ପରସ୍ପର ପ୍ରତି ଅତୁଟ ବିଶ୍ୱାସ ,
ପ୍ରେମୀର ହୃଦରେ ଆଣିଦିଏ ଦିବ୍ଯ ପ୍ରେମର ଉଚ୍ଛ୍ୱାସ,
ଜୀବନକୁ ସନ୍ମାର୍ଗରେ ଗଢିତୋଳି କରେ ସରଶ,
ପ୍ରକୃତ ପ୍ରେମ ହିଁ ଜୀବନରେ ଦିଏ ସତ୍ଯର ଆଭାସ ।

...ଅଭୟ କୁମାର ପଣ୍ଡା

-


8 JUN 2021 AT 18:48

ଜୀବନର ଚଲାପଥ ହେଉ ପଛେ ସୁବାସିତ ଅବା କଣ୍ଟକିତ,
ତୁମ ସାଥେ ରହିଛି ଓ ରହିବି ମୁଁ ବର୍ତ୍ତମାନ ଓ ଭବିଷ୍ୟତ,
ଦୁହେଁ ଦୁହିଁଙ୍କର ସାଥି ହୋଇ ଚାଲିବା ଜୀବନର ପଥ,
କରିବା ଆମେ ଶପଥ ,କରିବା ଏହା ନିଶ୍ଚିତ... ।

...ଅଭୟ କୁମାର ପଣ୍ଡା

-


4 JUN 2021 AT 15:33

ସମ୍ପର୍କର ମୂଳଦୂଆ ବିଶ୍ବାସ,
ପରସ୍ପରପ୍ରତି ଥିଲେ ବିଶ୍ବାସ,
ଜୀବନର ଯାତ୍ରା ହୁଏ ସରସ,
ବିଶ୍ବାସରେ ଗଢାହୁଏ ସମ୍ପର୍କର ରାଜଉଆସ ।
ଆସୁ ପଛେ ଜୀବନରେ ଯେତେ ଝଡ ବତାସ,
ଦୃଢ ହୋଇ ହେବ ଠିଆ, ମନେ ଥିବ ସାହସ ।

...ଅଭୟ କୁମାର ପଣ୍ଡା ...

-


Fetching Avaya Kumar Panda Quotes