"ଲଙ୍କା"
ସମସ୍ତଙ୍କ ଭଳି,ମୋର ବି ପିଲାଟିଦିନରୁ ଲଙ୍କା ନାଁ ଶୁଣିଲେ ଭାରି ଭୟ।ଖାଇବା ଟିକିଏ ରାଗ ହେଲେ ମୁଁ ଆଉ ଖାଏନା।କାହିଁକି କେଜାଣି ଏତେ ରାଗ ଥିଲା ମୋର ସେ ଲଙ୍କା ଉପରେ!,ହଁ ଗୋଟିଏ ଛୋଟ ଘଟଣା ହୁଏତ ପ୍ରଭାବିତ କରିଥାଇପାରେ:- ଯେବେ ମୁଁ ୧.୫ ବର୍ଷ ର ଥିଲି,ସେବେ ଭୁଲରେ ୧୨/୧୫ ଲଙ୍କା ଖାଇ ଦେଇଥିଲି ଆଉ ମୋ କାନ୍ଦ ୨ ଦିନ ଯାଏଁ ଚାଲିଥିଲା...
ମୋତେ ଏବେ ୧୧ ବର୍ଷ ହୋଇସାରିଥାଏ ଓ ଏବର୍ଷ ଖରା ଛୁଟି ରେ ମୁଁ ମାଉସୀ ଘରକୁ ଯାଇଥାଏ।ମାଉସୀ ଖାଇବା ସହିତ ତାଙ୍କ ବଗିଚାର କଞ୍ଚା-ଲଙ୍କା ଟିଏ ଦେଇଥାନ୍ତି।ଲଙ୍କା ଦେଖି ମୁଁ କହିଲି:- "ମୁଁ ଲଙ୍କା ଖାଏନା"।ମୋ ସହିତ ଖାଇବା ରେ ମଉସା ବସିଥାନ୍ତି ଓ ସେ ହସି ହସି କହିଲେ:- "ଥରେ ଲଙ୍କା-ଲୁଣ ଦଳି ଖାଇ ଦେଖ,କେତେ ଭଲ ଲାଗୁଛି"।ମୁଁ ପୁଣିଥରେ ମନା କରିବା ପରେ ମାଉସୀ କହିଲେ:-"ଦେଖ ଜଦି ତୁ ଟିକିଏ ବି ରାଗ ନଖାଇ ପାରିବୁ ତାହେଲେ,ବଡ ହେଲେ ଆଉ ଦାଢି-ନିଶ ଉଠିବ ନାହିଁ "।
ଏତିକି ଶୁଣି ମୋ ଛୋଟ ମୁଣ୍ଡ,ଅକଳ ରେ ପଡିଲା।ମୋ ସେବେକାର ଧାରଣା ରେ ଦାଢି-ନିଶ ନଥିଲେ ଲୋକ ହସିବେ ତେଣୁ,ମୁଁ ସେଦିନ ରାଗ ସହି ଲଙ୍କା ର ପ୍ରଥମ ସ୍ପର୍ଶ କରିଲି। ମୋତେ ୧୪ ବର୍ଷ ବେଳକୁ ନିଶ ଉଠିବା ଆରମ୍ଭ ହେଲା ଆଉ ମୁଁ ବି ମାଉସୀଙ୍କ ସେ ମଜା କଥା କୁ ସତ ଭାବିବା ସହ ଲଙ୍କା ଖିଆ ଆରମ୍ଭ କରି ଦେଲି।
ଏଇ ଥିଲା ମୋର ଆଉ,ଲଙ୍କା ର ପ୍ରଥମ ଭେଟ।ଆଜି ବି,ସବୁ ଦିନ ମୋ ପ୍ରେମିକା ର ନଜର ଆଢୁଆଳରେ,ଖାଇବା ଟେବୁଲ ରେ ଚାଲେ,ଲଙ୍କା ଓ ମୋର ସ୍ନେହ ସମ୍ପର୍କ 🤫😉
(ଆଉ ହଁ,ଲଙ୍କା ଖାଇବା ଓ ଦାଢ଼ି-ନିଶ ଉଠିବାର କୌଣସି ସମ୍ପର୍କ ନାହିଁ 😂)।
-