Ashutosh Mishra   (Ashu)
79 Followers · 12 Following

Indian Graduate
Joined 13 July 2019


Indian Graduate
Joined 13 July 2019
27 JUL AT 13:31

# ଦାଗ

ତୁମ ନଜରର ସୀମାନ୍ତରୁ ବର୍ତ୍ତି ଆସିଛି ମୁଁ,
ତୁମ ପ୍ରେମ ପଞ୍ଜୁରୀର କୁନି ଦରଜା ଖୋଲି ଚାଲି ଆସିଛି ମୁଁ
ତୁମ ହୃଦୟର ରେଳ ବଗିରେ ଖୁନ୍ଦା ଖୁନ୍ଦି ଭିଡ଼ ,
ନିଜ ପାଈଁ ମାଟି ରାସ୍ତା ବାଛି ନେଇଛି ମୁଁ

ତୁମେ ଭାବିବନି କେବେ ପ୍ରେମ ଆମ ମରିଗଲା ବୋଲି,
ଏକୁଟିଆ ପାଣି ଦେବା କାମ କରୁଥିବି ମୁଁ
ଗଛ ସୁନ୍ଦର ଦିଶିଲେ, ଫୁଲ ଫୁଟିଲେ,
ତୁମ ଅଗଣାରେ ଦିନେ ଥୋଇ ଆସିବି ମୁଁ

ରାଣ ଦେଲି,
ତମେ କେଵେ ଖୋଜିବନି ମତେ
ମୋ କଥା ମନେ ପଡିଲେ,
ଜହ୍ନକୁ ଚାହିଁବ,
ଦାଗ ହେଇ ଦିଶୁଥିବି ମୁଁ......

-


16 JUN AT 9:47

ଲୁହ ବି ଆସିଥାଏ
କୋହ ବି ଆସିଥାଏ
ମୃତ୍ୟୁ ପୂର୍ବରୁ ଟିକେ ଜୀବନ ବି ଆସିଥାଏ....

-


13 JUN AT 10:01

#ହୃତ ସ୍ପନ୍ଦନ

ଏଇ ଏବେ ଏବେ ତ
ତମେ ଆସି ଓହ୍ଲାଇଛ ଛାତିରେ
ଆଉ ଏବେ ହିଁ ତୁମ ଆଖିରେ
ଫେରିଯିବାର ଇସାରା

ମୁଁ ଜାଣେ ଅକସ୍ମାତ କାର୍ଯ୍ୟଗୁଡା
ଶୋଭା ଦିଏ ତୁମକୁ
ଅସ୍ଥିରତା ତୁମର ଚିର ସହଚରୀ

ହେଲେ କେବେ ତ ଭାବ
ହୃଦୟର ସ୍ପନ୍ଦନ ଅବେଳେ ବଢିବା
ମୋ ପାଈଁ
ଜମା ନୁହେଁ ହିତକାରୀ......

-


4 JUN AT 21:58

#ଦୂରନ୍ତ

ବରଂ ଭଲ ହୁଅନ୍ତା
ବର୍ଷା ଆଉ ହୁଅନ୍ତାନି ପୃଥିବୀରେ,
ମୁଁ ଆଉ ଜାଣନ୍ତିନି ବିଭୋର କିପରି ହୁଅନ୍ତି
.
.
ତୁମ ମୁହଁ ଲୁଚନ୍ତାନି ଛତାରେ,
ଜୀବନ ଦୁର୍ବିସହ ହେବା ପୂର୍ବରୁ
ମୁଁ ପଢି ପାରନ୍ତି ଝଡ଼,
ମୋଡ଼ ବୁଲାଇ ଚାଲି ଆସନ୍ତି ଦୂରକୁ
.
.

-


27 MAY AT 20:16

#ଦୁର୍ଘଟଣା

ଜାଣିଛ ଆଜି ଗୋଟେ ଦୁର୍ଘଟଣା ହେଲା
ମୁଁ କଚଡ଼ା ଖାଇ ପଡିଲି ରାସ୍ତାରେ
ସେବେଠାରୁ ମୋ ବାଁ କହୁଣୀରେ ପ୍ରବଳ ଯନ୍ତ୍ରଣା

ମନେ ଅଛି ମୁଁ ସେଇ ଲୋକ
ଯିଏ ସବୁବେଳେ କୁହେ
ଦେହର ଯନ୍ତ୍ରଣା କିଛି ନୁହେଁ ବୋଲି
ହେଲେ ଆଜି ମୋ ହାଡ଼ ଭିତରୁ ବୋହି ଆସୁଛି
ପବନ ପରି ଅନେକ ଯନ୍ତ୍ରଣା
ଆଜି କିନ୍ତୁ ଯନ୍ତ୍ରଣାର ମୁହଁ ନୁହେଁ ତୁମେ
ସେଥିପାଇଁ ବୋଧେ କଷ୍ଟ ର ପରିମାଣଟା ଅଧିକା

ମୁଁ ଏଇ ମୁହୂର୍ତ୍ତରେ ତିଳେ ହେଲେ ଭାବୁନି ତୁମକୁ
ତୁମେ ଦେଇଥିବା ସୁଖ ଓ ବିଷାଦ ମାନଙ୍କୁ
ମୋ ଚିନ୍ତା,ଚେତନା ଏପରିକି ଅବଚେତନାରେ
ହାଡ଼ ଗୋଟେ ରୁଗୁରୁଗୁ ହେଇ ବିନ୍ଧି ଉଠୁଛି
ତୁମ ପାଖେ କେନ୍ଦ୍ରୀଭୂତ ହେବି କଣ
ମୁଁ ନିଜ ପାଖେ ହିଁ ବିଛେଇ ପଡୁଛି......

-


5 MAY AT 11:10

#ନାୟିକା

ସେ ପଚାରନ୍ତି ସବୁବେଳେ
ତୁମ କବିତାର ନାୟିକାଟି କିଏ ?

ମୁଁ ବଜାରୀ ଭଳି ଉତ୍ତର ରଖେ -

ଯେତେ କବିତା.... ସେତେ ନାୟିକା
...... ସେତେ ମୋର ସ୍ମୃତିଗାଥା

ଯେତେ ଘାଆ....... ସେତେ ବ୍ୟଥା
........ ସେତେ ହିଁ କବିତା

ଯେତେ ମୃତ୍ୟୁ....... ସେତେ ଭୟ
........ ସେତେ ହିଁ ବଞ୍ଚିବାର କଥା

ଯେତେ ମିଛ........ ସେତେ ପାପ
........ ସେତେ ହିଁ ଜୀବନ ସଳିତା

ସେ କଣ ବୁଝନ୍ତି ଜାଣିନାହିଁ
ତାଙ୍କ ମୁହଁଟି କିନ୍ତୁ ଦିଶେ ଭାଗ ହେଇଥିବା ଘରର ବଡ଼ ହାଣ୍ଡି ପରି

ମୁଁ ସେଇ ହାଣ୍ଡି ର କଳାରୁ ମାପିନିଏ
ରୋଷ ଓ ରୋଷେଇ ର ଚିହ୍ନ
ହାତ ଧରି କୁହେ
ତମ ପାଇଁ ଅମାବାସ୍ୟା ତମ ପାଇଁ ଜହ୍ନ.....

-


16 APR AT 18:35

#ଗନ୍ତବ୍ୟ ବାହାରେ

ଦୁଇ ଗୋଡ଼ ପଛକୁ କରି
ସଦ୍ୟ ଆକାଶକୁ କୁଦା ମାରିଥିବା
ବଗ ପିଲାଟିର ଗନ୍ତବ୍ୟ ଅଛି ସିନା
ତମର ନାହିଁ କହି,
ସେ ଚାଲିଗଲା ମୋ ଜୀବନରୁ,
ମୁଁ ଅଟକାଇଲି ନାହିଁ

କାହିଁକି ବା ଅଟକାଇବି ଯେ ମତେ ଭଲପାଏ କହି
ମୋ ସହ ସକାଳ, ମଧ୍ୟାହ୍ନ, ଅପରାହ୍ନ ଓ ରାତିକୁ ବିତାଇ
ବର୍ଷାରେ ତିନ୍ତି, ଖରାରେ ସିଝି ଓ ଶୀତରେ ଆଉଜି
ମତେ ଏମିତି ବୁଝିଛି
ତାହେଲେ ମୋ ଜୀବନରେ ତାର ସ୍ଥାନ କିଛିନାହିଁ
ସେ ମୋର କେହି ନୁହେଁ,
ମୁଁ ତାର ଆଉ କିଛି ହେଇକରି ନାହିଁ.....

-


30 MAR AT 18:11

ମୋ ଭିତରେ ଥିବା ସବୁ ଶୂନ୍ୟସ୍ଥାନ ମୁଖରିତ ହେଲା,
ମୁଁ ତୁମକୁ ଭେଟିଲି
ମୋ ଭିତରେ ସବୁ ଶୂନ୍ୟସ୍ଥାନ ବଢି ବଢି ମତେ ଗିଳି ଗଲା,
ମୁଁ ତୁମର ହୋଇଲି
.
.
.
ତୁମେ ଯେବେଠୁ ଆସ୍ତେ ଆସ୍ତେ ମୋ ପରିକା ଦିଶିଲ,
ତୁମେ ମୋର ହେଲ,
ମୁଁ ଜାଣିଲି

ଜାଣିବା ପର ଦିନ ହିଁ ମୁଁ ତୁମକୁ ଛାଡ଼ିକି ଆସିଲି
କହି ପାର,
ଏପରି କରିବା ପାଇଁ ଏକରକମ ବାଧ୍ୟ ହେଇଗଲି

ତୁମେ ସମସ୍ତଙ୍କର ହେବ ବୋଲି କଥା ଦେଇଥିଲ,
ତୁମର ସତ୍ୟ ରକ୍ଷା ହେଉ
ସେଥିପାଇଁ ନିଜକୁ ଦୂରେଇ ରଖିଲି.....

-


13 MAR AT 11:12

'ଚିତ୍ରା'

ନିଜକୁ ଗୋଟାପୁଣି ତୁମର ବୋଲି ମନେ କରିଥିବା ଜଣେ.....

-


6 MAR AT 20:06

କବର

( ସମ୍ପୂର୍ଣ୍ଣ ଗଳ୍ପଟି ଅନୁଶୀର୍ଷକରେ 👇)

-


Fetching Ashutosh Mishra Quotes