Life isn’t just about external colors; the soul must be colorful too. When the heart is joyful and the soul is content, life itself becomes a rainbow.🌈
-
ଏଠି କିଏ ଈର୍ଷାର ନିଆଁରେ ଉଷ୍ଣ ହୁଏ
ତ
ଆଉ କିଏ ଅହଂକାରକୁ ଧନ
କରି ସାଇତି ରଖେ…||
ଏସବୁ କିଏ ଦେଖୁ କି ନଦେଖୁ….
ଚକାଆଖି ସବୁ ନୀରିଖି ଦେଖୁଥାଏ …||-
ନୂଆ ବର୍ଷରେ ସମସ୍ତଙ୍କୁ ସୁଖ, ସନ୍ତୋଷ ଓ ସଫଳତା ମିଳୁ।
Wishing you a Happy New Year 2K24 filled with health, happiness, and prosperity! May this year bring you countless blessings and joy.
-
ଆଲୋକର ପର୍ବ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ..!! ଜୀବନର ଆଭ୍ୟନ୍ତରୀଣ ଅନ୍ଧକାର ଓ ଅଜ୍ଞତାକୁ ଦୂରକରି, ଆଗାମୀ ଜୀବନ ଖୁସି ଓ ଆନଂଦରେ ଆଲୋକିତ ହେଉ!!
-ଆଶୀର୍ବାଦ ଓଝା-
ତୁମେ ଅନାଦି ତୁମେ ଅନନ୍ତ
ତୁମେ ସତ୍ୟ ତୁମେ ସନାତନ
ତୁମେ ବ୍ରହ୍ମ ତୁମେ ଆକର୍ଷଣ
ତୁମେ ଅବତାରୀ ତୁମେ ଲୀଳାମୟ
ତୁମେ ସାଧନା ତୁମେ ହିଁ ସାନିଧ୍ୟ
କେବେ ଶ୍ରୀମନ୍ଦିରେ କେବେ ବଡ଼ଦାଣ୍ଡରେ
କେବେ ମହୋଦଧିରେ କେବେ ଜନ ସମୁଦ୍ରରେ,
କେବେ ଭକତ ତୁମକୁ ଦେଖିବା ପାଇଁ ମରେ
କେବେ ତୁମେ ନିଜେ ବଡ ଦାଣ୍ଡଙ୍କୁ ଧାଇଁ ଆସ...
ହେ ବ୍ରହ୍ମାଣ୍ଡ ନାୟକ ତୁମକୁ କୋଟି ପ୍ରଣାମ 🙏...॥
⭕️‼️⭕️-
ଆପଣରୁ ତୁମେର ଦୂରତା,
କେତେ ମାଇଲ ଲମ୍ବା ଥିଲା…
ଆଉ ତୁମେରୁ ଆପଣ
ସତେ ଯେମିତି ଝଡ ତୋଫାନ୍…॥-
ଅମାବାସ୍ୟା ପରେ ପୁଣି ପୂର୍ଣମୀ ରାତି ଲେଉଟିବ,
ଏ ଆକାଶରୁ ଅନ୍ଧାର ହଟିବ, କେବଳ ଜହ୍ନ ଚମକିବ...ll
ଏ ସମୟଟା ପୁଣି ଚାଲିଯିବ.......ll-
If you are not soft-spoken how can you expect others to speak softly to you?
-
ମୁଁ ଏଇ ବର୍ଷର ବଂଚିଥିବା କେଇ ଘଣ୍ଟା ମୁହୂର୍ତ,
ଆଉ ତୁମେ ଉଦ୍ଦୀପନାର ପହିଲି କିରଣ...
ତୁମେ ଏ ଦୁନିଆକୁ ଦେଖେଇବ
କେତେ ନୂଆ ସ୍ବପ୍ନ,
ଆଉ ମୁଁ ...??
କିଛି ସ୍ବପ୍ନକୁ ଜାବୁଡି ଧରି,ବଞ୍ଚିଯିବି ଆଉ କିଛି ଦିନ...!!-
ସବୁ ଦୁଃଖ କଷ୍ଟକୁ ଛାତି ତଳେ ଚାପି
ଦୁନିଆ ସାମ୍ନାରେ ହସିବାର ଅନ୍ୟ ନାମ
ହେଉଛି ଜୀବନ….॥-