Arpita Aparajita Panda   (-A®pit -D story AAP ki@-)
7 Followers · 1 Following

Joined 13 July 2020


Joined 13 July 2020
10 FEB 2022 AT 22:08

ଭାବୁଛି ଆଜି ମୁଁ ସ୍ତବ୍ଧ କରିଦେବି
ଦେଇଥିବା ସବୁ ଖୁସି
ଭାବୁଛି ଆଜି ମୁଁ ମୁହଁ ମୋଡ଼ି ନେବି
ତୋ ଦୁନିଆ ରୁ ହସି ହସି
ଭାବୁଛି ଆଜି ମୁଁ ଶେଷଥର ପାଇଁ
ସୁଝିଦେବି ସବୁ ଋଣ
ହେବିନି ମୁଁ ବୋଝ ଅଗଣାରେ ତୋର
ଦେବିନି ମୁଁ କେବେ ରାଣ.......
ଅଭ୍ୟାସ କୁ ଆଜି ଅଭ୍ୟାସ ଟେ ଦେବି
ସ୍ବପ୍ନ ର ବିରାମ ଦେଇ
ଭାବୁଛି ଆଜି ମୁଁ ଫେରିଯିବି ପାଦେ
ତୋ ଗଳି କୁ ଯିବି ନାହିଁ.........................।



— % &

-


10 FEB 2022 AT 13:51

ତୁମ ସହ ଖାଇବାର ସ୍ମୃତି
କେବେ ଅଭ୍ୟାସରେ ବଦଳି ଗଲା
ତୁମ ପାଦ ଛୁଇଁବାର ହାତ
କେବେ ଭିଡ଼ି ଧରିବା କୁ ଜିଦ୍ କଲା
ତୁମକୁ ଅଣଦେଖା କରୁଥିବା ଆଖି
କେବେ ତୁମ ଗୋଟେ ନଜର କୁ ଅପେକ୍ଷା କଲା
ତୁମ ସହ ରାସ୍ତା ଅଲଗା କରୁଥିବା ପାଦ 🐾
କେବେ ତୁମ ପାଦରେ ପାଦ ରଖି ବାଟ ଚାଲିବାର ରାହା ଦେଖିଲା
ତୁମ ଛାଇ ନପଡ଼ିବ ପାଇଁ ପଣ କରିଥବା ଦେହ
କେବେ ତୁମ ସ୍ପର୍ଶ ପାଇଁ ବ୍ୟକୁଳିତ ହେଲା
ତୁମ ନିରୀହ ହୃଦୟ କୁ ବୁଝିପାରୁନଥିବ ଏ ହୃଦୟ
କେବେ ତୁମ ନିଶ୍ବାସ କୁ ଜୀବନ କରିଦେଲା
ହୁଏତ ତୁମକୁ ବୁଝିବାରେ ଟିକେ ଭୁଲ୍ ହେଲା
ତୁମ ସ୍ବପ୍ନ କୁ ନିଜର କରିବାରେ ଟିକେ ଡେରି ହେଲା
ତଥାପି ତୁମ ଠୁ ତୁ ର ଅଧିକାର
ସବୁ ଦୁରତ୍ଵକୁ କମେଇ ଦେଲା ..........🧸
କିଛି କହିହେଲା ଆଉ କିଛି ବାକି ରହିଗଲା.........।
❤️ପୁଣି ତୁମ ସହ❤️
— % &

-


10 FEB 2022 AT 12:03

ଆଜି ବି କିଛି ପୃଷ୍ଠା ଅଣଲେଉଟା
ଆଜି ବି କିଛି ଲେଖା ଅସଜଡା
ଆଜି ବି କିଛି ସ୍ବପ୍ନ ଦିଗ ହରା
ଆଜି ବି କିଛି ଶୂନ୍ୟ ସ୍ଥାନ
ତୁମ ଯିବା ପରେ କିଛି ସମୀକରଣ ମୂଲ୍ୟହୀନ
ଆଜି ବି କିଛି ପ୍ରତିଶ୍ରୁତି ଅସମ୍ପୂର୍ଣ୍ଣ
ଆଜି ବି କିଛି ଆକାଂକ୍ଷା ଆନ୍ଦୋଳିତ
ଆଜି ବି କିଛି ସ୍ୱର ସ୍ତବ୍ଧ
ଆଜି ବି ତୁମେ ଦେଇଥିବା ପ୍ରତିଟି ସମ୍ପର୍କ ଅବହେଳିତ
ଆଜି ବି କିଛି ସ୍ପର୍ଶ ସୁଷ୍କ
ଆଜି ବି କିଛି ମୁହୂର୍ତ୍ତ ମର୍ମାହତ
ଆଜି ବି ତୁମେ ଦେଇଥିବା ପ୍ରେମ ତୁମ ଅପେକ୍ଷାରେ ବ୍ୟକୁଳିତ
ପାରିବ ଯଦି ଭରି ଦେବା ଖାଲି ଥିବା ସ୍ଥାନକୁ
ପାରିବ ଯଦି ମାପି ନେବା ଅସୀମ ଅଭାବକୁ
ହାତ ଖୋଲି ଭିଡ଼ି ନେବ କିଛି ଅକୁହା ଅନ୍ତରଙ୍ଗକୁ
ପାରିବ ଯଦି ବାନ୍ଧି ନେବ ସାତ ଜନ୍ମକୁ ।
— % &

-


31 DEC 2021 AT 20:05

ତୁମେ ଆଉ ଏକ ଅକୁହା ମୁହୂର୍ତ୍ତ କୁହ
ମୁଁ ତାକୁ ଜାବୁଡ଼ି ଧରିବି
ତୁମେ ଆଉ ଏକ ପ୍ରତାରଣା ର କାହାଣୀ ଲେଖ
ମୁଁ ଆଉ କିଛି ଦିନ ବଞ୍ଚିଯିବି
ତୁମେ ଆଉ ଏକ ସ୍ବପ୍ନ ର ତାଜ୍ ଗଢ
ମୁଁ ତାକୁ ଶିଳାନ୍ୟାସ ଦେଇଦେବି
ତୁମେ ଆଉ ଏକ ଛଳନା ର ବନ୍ଧ ବାନ୍ଧ
ମୁଁ ଆଉ କିଛି ଦିନ ବଞ୍ଚି ଯିବି
ତୁମେ ଆଉ ଏକ ସରନ୍ତି ଆଶାର ମିଶାଲ ସଜାଅ
ମୁଁ ଆଉ ଗୋଟେ ନିଶ୍ବାସ ର ଅପେକ୍ଷା ରେ ରହିବି.......👣

-


31 DEC 2021 AT 19:42

କ୍ୟାଲେଣ୍ଡର ରେ ତାରିଖ ବଦଳି ଗଲେ
ମଣିଷର ଅବସ୍ଥା ବଦଳି ଯାଏନି
ନୂଆ ଅଙ୍କ ସହ ଜୀବନ ଗଣିତ କଷିବା ର
ଅନ୍ୟ ଏକ ନାମ
ନୂଆ ବର୍ଷ...........

-


31 DEC 2021 AT 13:25

ଘଡି ର ଟିକ୍ ଟିକ୍ ଅବାଜ୍ ରେ
ମୁଁ ସ୍ପଷ୍ଟ ବାରି ପାରେ ତୁମେ ଦେଇଥିବା ପ୍ରତିଟି ସ୍ମୃତି କୁ
କେବେ ଆଦର ରେ ତ କେବେ ଅଲୋଡ଼ା ରେ
ବିନ୍ଦୁ ବିନ୍ଦୁ ହେଇ ଝରି ପଡୁଥିବା ଆଖିର ଲୁହ ହିଁ
କହି ଦେଇଯାଏ ଏ ଯନ୍ତ୍ରଣା ଆଜିର ନୁହେଁ
ବହୁ ଦିନର......................
ନିରୋଳା ଏକ ମୁହୂର୍ତ୍ତ ର............

-


31 DEC 2021 AT 13:10

ଆଜି ମୋ ସଂପୂର୍ଣ୍ଣତା
ତୁମ ଜୀବନ ବେଳା ଭୂମିରେ ଝରି ପଡୁଥିବା
ଶୀତ ରାତି ର କାକର ବିନ୍ଦୁ ଭଳି
ମିଳନ ର ଆଶା ଆଉ ଉନ୍ମାଦ ରେ ପ୍ରତି ମୁହୂର୍ତ୍ତ ରେ
ପୋଡ଼ିହେଇ ଯାଉଥିବା ଅସହାୟ ପତଙ୍ଗ ମୁଁ
ଆଲିଙ୍ଗନ ର ଛାତି ଚିରା ଯନ୍ତ୍ରଣା ଠୁ ଢେର୍ ଭଲ
ସ୍ମିତହାସ୍ୟ ର ସୁନ୍ଦର ବିଦାୟ
ଯାହାର ବିରାମ କାଳୀ ରେ ହେଇଯାଏ
କଳ୍ପନା ରେ ନୁହେଁ..................

-


13 NOV 2021 AT 20:03

ତୁମ ଉପରେ ଜୋର୍ ନାହିଁ, ଅଛି କିନ୍ତୁ ଆମ ନିରବତା
ଆଶା ଥିଲା ବୁଝିବ ବୋଲି , ଏକଲା କରିଦେଲା ତୁମ ବାସ୍ତବତା
ଆଖିରେ ମେଞ୍ଚାଏ ସ୍ବପ୍ନ ଆଉ ଛାତିରେ ଭରସା ଧରି ଯାଇଥଲି ତୁମ ପାଖକୁ
କାହାଣୀ ଲେଖିବା ଆଗରୁ ଭାଙ୍ଗିଦେଲ ସମ୍ପର୍କ କୁ ।





-


13 NOV 2021 AT 19:23

ସେ ଏବେ ନୀରବ
ତଥାପି ତା ନିରୀହ ଆଖି ରେ ମୁଁ ଛନ୍ଦି ହେଇଯାଏ
ଠିକ୍ ଆଗଭଳି
ବାସ୍ତବତାର ଠୋକର ଖାଇଲା ପରେ ବି
ମୁଁ ତାକୁ ଏବେ ବି ଭଲପାଏ
ଚାନ୍ଦ ଚକୋରକୁ ଚାହିଁଲା ଭଳି 🌚

-


13 NOV 2021 AT 19:13

ସେ ଦାବି କରୁଥିବା
ଅସହାୟ ଭଲ ପାଇବା

ନିର୍ଜନ ରାତିର ଛାତି ଚିରି ସେ ଦାବି କରେ
ମତେ ଭଲ ପାଏ ବୋଲି
ଆଖିରେ ଅସୁମାରୀ ଆଶା କୁ ଭିଡିଧରି
ବାର୍ ବାର୍ ଚିତ୍କାର କରି କୁହେ
ମୁଁ ତା'ର କୁଆଡେ ସବୁକିଛି ବୋଲି
କିନ୍ତୁ .....
କାହିଁକି କେଜାଣି ସକାଳ ହେଲେ
ଭାରି ଅସହାୟ ଲାଗେ ତା'ର ସେ ନିଝୁମ୍ ରାତିର ଅଭୁଲା ଶବ୍ଦ ଗୁଡ଼ିକ
ସତେ ଯେମିତି ସେ ନିଜକୁ ବିକି ଦେଇଛି
ଅତୀତ ର କିଛି ଭୁଲ୍ ଆଗରେ ନିଜ ଅସ୍ଥିତ୍ଵ କୁ
ଆଉ ସେ ପୁଣି କହେ ମତେ
ତାକୁ ଭରସା କରିବାକୁ ।

-


Fetching Arpita Aparajita Panda Quotes