ଯାହାକୁ ଦେଖିଲେ ମୋ ଛାତି ହୁଏ ଧକ ଧକ..
ହୃଦୟ ଭାଙ୍ଗିବା ଏବେ ତାର ନୂଆ ସଉକ...
ଆଜି ମୁଁ ପଚାରେ ମୋ ନିଜର ମନକୁ..
କାହିଁକି ଝୁରୁଛି ମୁଁ ପାଗଳ ଏତେ ତାକୁ...
ଉତ୍ତର ଅପେକ୍ଷାରେ ମୁଁ ଉପେକ୍ଷିତ ନାୟକ...
ଆଜିର ଦୁନିଆରେ ମତଲବୀ ସବୁ ମଣିଷ ଯାକ..-
ପ୍ରଣାମ!
ପ୍ରିୟ ଭାଇ ଭଉଣୀ, ଖରସ୍ରୋତା ପ୍ରସଙ୍ଗ ଏବେ ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି ଏହା ନିରାଟ ସତ୍ୟ, ଆମେ ମୂଳରୁ ପ୍ରତିଜ୍ଞା କରିଛନ୍ତି ଆମେ ରାଜନୀତି ଠୁ ଦୂରରେ ରହି ସେବା କରିବା.. ଆମ ପରିବାରର ଯେଉଁ ସଦସ୍ୟ ଓ ସଦସ୍ୟା ନିଜ ବ୍ୟକ୍ତିଗତ ସ୍ତରରେ ବିରୋଧ କରୁଛନ୍ତି କିମ୍ଵା ସମର୍ଥନ କରୁଛନ୍ତି ସେଥିରେ ଆମର କିଛି ଆପତ୍ତି ନାଇଁ..ବିରୋଧ କିମ୍ବା ସମର୍ଥନ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତି, ଏହା ଆମର ସାଙ୍ଗଠନିକ ନିଷ୍ପତି ନୁହେଁ..
ସଂଯୋଗ ଫାଉଣ୍ଡେସନ ଜଣେ କିମ୍ଵା ଦୁଇ ଜଣଙ୍କୁ ନେଇକି ନୁହେଁ.. ଏହା 300 ସଦସ୍ୟକୁ ନେଇ ଗଠିତ.. ଜଣେ ଦୁଇଜଣ କିଏ ବିରୋଧ କିମ୍ଵା ସମର୍ଥନ କଲେ ତାହାକୁ ପୁରା ସଂଯୋଗ ଫାଉଣ୍ଡେସନ ସହ ଜଡିତ ନକରିବା ପାଇଁ ଅନୁରୋଧ..
ଆଗାମୀ ଦିନ ମାନଙ୍କରେ ମଧ୍ୟ ଆମେ ଆପଣ ମାନଙ୍କ ସହଯୋଗ ଓ ଭଲ ପାଇବାକୁ ପାଥେୟ କରି ସେବା କରିଚାଲିବୁ..
ଆଶା କରୁଛି ଆମ କହିବାର ଉଦେଶ୍ୟକୁ ସମସ୍ତେ ବୁଝି ପାରୁଥିବେ 🙏
ଶେଷରେ ଯାହା ହେଉ ମାନବ ଜାତିର ହିତ ଓ ମଙ୍ଗଳ ପାଇଁ ହେଉ.. ଜୟ ଜଗନ୍ନାଥ 🙏-
ମୋ ଜଗାର ଟିକେ ଜ୍ୱର କମିଛି.. ଆଜି ବଇଦ ମହାରାଜ ପ୍ରଭୁଙ୍କୁ ଦଶମୂଳ ମୋଦକ ସେବନ କରାଇବେ.. ଆଉ କେଇଟା ଦିନରେ ମହାପ୍ରଭୁ ସୁସ୍ଥ ହୋଇ ଭାଇ ଭଉଣୀଙ୍କ ଘୋଷଯାତ୍ରାରେ ମାଉସୀ ଘରକୁ ବୁଲିବାକୁ ଯିବେ.. ସେଇ ଦିନକୁ ଅପେକ୍ଷା କୋଉଦିନ ଜଗାର ସେଇ ଚକାଆଖି ଚାହିଁ ଅନେକ ଦିନର ସେହି ବିରହ ଅଶ୍ରୁ ଟିକେକ ବୁହାଇ ମନକୁ ଟିକେ ହାଲକା କରିବି..
-
ତି ତ୍ ଲୀ -The butterfly 🦋
========================
ନିଦୁଆ ନିଦୁଆ ଆଖି ତୁମର..
ତା ସହ ଝଲସି ଉଠେ କଜଳ ଗାର..
କେଶ ତୁମ ସତେ ମେଘ ମଲ୍ହାର..
ହସ ତୁମ ସତେ ଢେଉ ସାଗରର..
କଣ୍ଠ ତୁମ ସତେ ସ୍ୱର କାହ୍ନୁ ବଇଁଶୀର..
ଚାଲି ତୁମ ସତେ ରାଜ ହଂସୀର....
ମନ ତୁମ ହାଏ କୋମଳ ମତି ଶିଶୁର..
ଦେଖି ଦେଲେ ତୁମକୁ ଦିନ ବନିଯାଏ ମୋର 😍
ରାଣୀ ସାଜିବ ତୁମେ ଯାହା ଜୀବନର....
ମିଳିବ ତାକୁ ଦୁନିଆର ସବୁଠୁ ଦାମୀ ଉପହାର ❤..-
ପ୍ରେକ୍ଷାପଟେ ପ୍ରତୀକ୍ଷିତ ପ୍ରତାରଣା
ପ୍ରାଣଘାତୀ ପ୍ରସୂତି ଯନ୍ତ୍ରଣା..!
ଘୂରିବୁଲେ ନିଘଞ୍ଚ ଇଲାକାରେ
ଖୋଜିବୁଲେ
ପ୍ରିୟ ପରମଙ୍କୁ .....
କଥାଦେଇ ଭୁଲି ଯାଇଥିବା
ମନର ମଣିଷକୁ ।
ମାତୃତ୍ୱ ବିଳାପ କରେ
ବିରାମ ବିହୀନ,
ବାତ୍ସଲ୍ୟ ବିଗଳିତ
ବିଦଗ୍ଧ ବ୍ୟଥାରେ....।
ପରିଚୟ ଆଢୁଆଳେ
ପ୍ରଶ୍ନ କରେ......
ପ୍ରବଞ୍ଚକ , ପ୍ରତାରକ
ଭଣ୍ଡ ସମାଜକୁ....(????)
କାଗଜ କଲମରେ
ସୁରକ୍ଷା ବ୍ୟବସ୍ଥିତ୍ କରୁଥିବା
ଅବିଶ୍ୱାସୀ , ମାଂସାଶୀ
ରାହୁଗ୍ରସ୍ତ ମଣିଷଗୁଡ଼ାଙ୍କୁ ..!!
ନାଁ........ ଆଉ ନୁହେଁ
"ତୋ ପାଇଁ ମୁଁ
ଆଉ....
ମୋ ପାଇଁ ତୁ "...
ପରିପୂରକତାର ପୃଷ୍ଠଭୂମିରେ
ମୁଁ ବି ସନ୍ୟାସିନୀ ହେବି (!)
ପରଖିବି ତୋର ଧୈର୍ଯ୍ୟ...
କାଳୀ ସାଜି ଧ୍ୱଂସ ମୁଁ ରଚିବି
ଦେଖିବି ତୋ...
ଶୌର୍ଯ୍ୟ' ର ଚମକ ।
(ବିଶ୍ଵ ମାତୃ ଦିବସ ଉପଲକ୍ଷେ
ଗୋଟିଏ ମାଆ ର ଖେଦ୍ୟୋକ୍ତ)
-
ମନେ ଅଛି ତ...
ପରବ୍ ରକ୍ତଦାନ୍
April 2 ଶୁକ୍ରବାର
ବରୁଣlଡିହl..
ସଂଯୋଗ ଫାଉଣ୍ଡେସନ ଓଡିଶା-
On this "GOOD FRIDAY"
LET'S DO SOMETHING REALLY GOOD
LET'S DONATE BLOOD..
BE A REAL HERO
SAVE THE DATE :-2ND APRIL 2021
Place-rajkanika
Mob-9658860313
+91 99136 10533
63710 99156
#Sanjog_foundation_odisha
#HeadingTowardsBetterSociety
-
ସେ ଆଉ ମୁଁ ସାଥି ହୋଇ ସଂପର୍କର ଡ଼ଙ୍ଗାରେ ପ୍ରେମର ବୈତରଣୀ ପାରି ହେଉଥିଲୁ..
ସେ କମ୍ପାସ ହୋଇ ମୋତେ ଦିଶା ଦେଉଥିଲା ଆଉ ମୁଁ ନଙ୍ଗର ହୋଇ ତା ହାତଧରି କୂଳରେ ଲଗାଇବା ପୂର୍ବରୁ ଭୁଲ୍ ବୁଝାମଣାର ଝଡ଼ରେ ସମ୍ପର୍କର ଡ଼ଙ୍ଗା ବୁଡିଗଲା...
ଆଜି ବି ମୁଁ ଦିଶାହୀନ ହୋଇ ବିରହ ର ସ୍ରୋତରେ ଭାସୁଛି.. ଆଉ ସେ କୂଳରେ ଲାଗିଲାଣି ନା ନାଇଁ ସେ କଥା ଭାବି ଦିନ କାଟୁଛି..
ଯାହା ବି କୁହ ଝଡ଼ ପୂର୍ବର ସେ ଯାତ୍ରା ଶେଷ ନିଶ୍ୱାସ ଯାଏଁ ମନେ ରହିବ..-
ମୋ ସାଙ୍ଗ ବାହାଘରରେ ପଛେ ମୋ ନାଁ 50ଜଣଙ୍କ ଲିଷ୍ଟରେ ନଆସୁ.. କିନ୍ତୁ ଗୋଟେ ବୁଢ଼ା ବାପା ତା ଝିଅ ବାହାଘରରେ ଜମି ନ ବିକୁ.. କି ବୁଢ଼ାକାଳେ କରଜ ନ କରୁ..
ଦୁନିଆ ବଦଳୁଛି.. ଚାଲ ଆମେ ବି ବଦଳିବା..-