ଅନ୍ଧାର ରେ ନିଜର ଅସ୍ତିତ୍ୱ ଅନ୍ୱେଷୀ
ନିଶ୍ଚଳ, ନିର୍ବାକ ଆତ୍ମା ଶୂନ୍ୟ ଶରୀର ଟିଏ,
ଯିଏ ନା ଥିଲା ପ୍ରେମ ପିପାସୀ
ନା କେଉଁ ରାଜକୁମାର ର ପ୍ରେୟସୀ।
ଅବିରତ ଥିଲା ତା'ର ଚେଷ୍ଟା
କେବେ ଖୋଜୁଥିଲା ସେ ପ୍ରେମ ର ପରିଭାଷା
ତ ପୁଣି କେବେ ଜୀଇଁବାର କ୍ଷୀଣ ଆଶା।
କେବେ ସେ ଖୋଜି ବସେ ମାନବିକତା ର ସୁକ୍ଷ୍ମ ଧାର
ତ ପୁଣି କେବେ ଖୋଜୁ ଥାଏ ଖୁସି ର ସାଗର।
ବୁଝି ପାରେନା ସେ ଅର୍ଥ ସତୀତ୍ୱ ର,
ଖୋଜି ପାଏନା ସେ ପ୍ରମାଣ ତା ଚରିତ୍ରହୀନତା ର,
ପ୍ରଶ୍ନ ର ପ୍ରହେଳିକା ରେ ପୂର୍ଣ୍ଣ ତା'ର ଆଖି,
ସତେ ଅବା ଏ ନିଷ୍ଠୁର ସମାଜ ର ସେ ମୂକସାକ୍ଷୀ।
ରଙ୍ଗୀନ ଏ ଦୁନିଆରେ ସେ ବେରଙ୍ଗ ପ୍ରଜାପ୍ରତି
କେବେ କ'ଣ ହେବ ତା ଅନ୍ୱେଷଣ ର ଇତି।
-