ସଖୀ ଲୋ,
ଆଖି ମୋ ଦେଖିନି ପ୍ରତିମା ଯାହାର,
ଲୁହ ମୋ ଗଣିଛି କେତେ ଯେ ଜାଗର,
ନିରୋଳା ସାଜିଛି ଯୋଉ ସଂସାର,
ଶ୍ରାବଣ ତା ଲାଗି ଆଣିଛି ସମ୍ଭାର |
ମୋ କାନ୍ତ ଆସିବେ ଆଜି,
ମୋ ଅପେକ୍ଷା ର ବିରାମ ସାଜି,
ମୋ କାନ୍ତ ଆସିବେ ଆଜି |
ସଖୀ ଲୋ,
ଘନ କଳା ରାତି ମୋ କେଶ ଗହରା,
ଯୋଚି ଦେ ମୁକୁତା ଯେହ୍ନେ ଜହ୍ନ ତାରା
ବାନ୍ଧି ମୋ ଖୋସାରେ ମଲ୍ଲୀର ଗଜରା,
କେଶେ ମୁଁ ଫାସିବି ତାଙ୍କୁ ରାତି ସାରା |
ସଖୀ ଲୋ,
କଜଳ ପିନ୍ଧା ତୁ ନୟନେ ମୋହର,
ଭ୍ରୂଲତା ରେ ଦେ କାଳିମା ରାତ୍ରୀ ର,
ପଲକେ ସଜା ନୀଳିମା ନଭ ର,
ପିତୁଳା ରେ ଦିଶୁ ପିତୁଳା ତାଙ୍କର |
ସଖୀ ଲୋ,
ଯେ ଅଧର ଜପେ ନାମ ତାଙ୍କର,
ସେ ଓଠେ ଆସୁ ହସ ର ଲହର,
ହସେ ଚୋରାଇବି ହୃଦୟ ତାଙ୍କର,
ଅଙ୍ଗେ ଲାଗୁ ଆଜି ତାଙ୍କରି ମୋହର |
ସଖୀ ଲୋ,
ହାତ ଧରି ମୋତେ କରିବେ ନିଜର,
ଯେବେ ମୋ ମଥାରେ ସେ ଦେବେ ସିନ୍ଦୁର,
ଉଚ୍ଛବେ ନାଚିବ ମୋର ଏ ସଂସାର,
ମୋ ସହ ହେବ ଯେବେ ମିଳନ ତାଙ୍କର l
-