//ଅପେକ୍ଷାରେ//
ଲୁଚିଲେଣି ରବି ଅସ୍ତରାଗରେ,
ତଥାପି ମୁଁ ବସିଛି ତମ ଅପେକ୍ଷାରେ......
ଏଇ କୃଷ୍ଣଚୂଡ଼ା ଅଗଣାର ଅଭିସାରେ,
କେତେ କଥା ଲୁଚେଇ ମୋ ଅନ୍ତରରେ.....
ହେଲେ ପ୍ରଣୟ ମନ ଟା କାହିଁ ଯେ ଏତେ ଝୁରେ,
ଭାବବିହ୍ବଳିତ ପ୍ରେମାଳାପ ଆଶାରେ.....
ଯେମିତି ଲହରୀସବୁ ଅକସ୍ମାତ ମାଡ଼ି ଆସନ୍ତି,
ଉତ୍ତୋଳିତ ନୀଳଢେଉ ଆକାରରେ.....
ଝରି ପଡୁଥାଏ କେତେ ଯେ ପାଖୁଡ଼ା,
ଦଲକାଏ ଉତ୍ତରା ସମୀରେ......
ସତେକି ନିଜର ଅସ୍ତିତ୍ଵ ହରେଇ,
ବୁଣି ହେଉଛନ୍ତି ତମ ସ୍ବାଗତରେ.....
ବେକାବୁ ହୁଏ ପ୍ରଶ୍ୱାସ,
ହୃଦୟର ତ୍ୱରିତ ସ୍ପନ୍ଦନରେ.......
ଅବୁଝା ଅପଲକ ନୟନ,
ଆତୁର ହୁଏ ତମ ବିରହରେ......
ହଁ... ତମେ ସେ ଅଦିନିଆ ବାଟୋଇ,
ଅତୀତର ଶୂନ୍ୟ ଅଧ୍ୟାୟରେ.....
ଯାହାକୁ ଅମାନିଆ ମନ ମୋର ସାଉଁଟିବାକୁ ଚାହେଁ,
ଝଡ଼ି ପଡ଼ିଥିବା କିଛି ପାଖୁଡ଼ା ସାଥିରେ......
-