Akshaya Rout   (Akshaya kumar Rout)
89 Followers · 35 Following

Joined 16 November 2019


Joined 16 November 2019
1 FEB 2022 AT 7:36

ଅନୁଚିନ୍ତା
ବିନା ବଜେଟ୍ ରେ ଦେଶ ଚାଲିବା ସମ୍ଭବପର ନୁହେଁ। ସତ କହିବାକୁ ଗଲେ ବଜେଟ୍ ଗୋଟେ ପହେଲି ଭଳି ସାଧାରଣ ଜନତା ଏହାକୁ ବୁଝିବା କଠିନ , ମୋଟା ମୋଟି ସାଧାରଣ ଜନତା ଦେଖେ କେଉଁ ଜିନିଷ ଶସ୍ତା ଆଉ ମାହାଙ୍ଗା ହେଲା । ବାସ୍ତବ ରେ 130 କୋଟି ଜନତାଙ୍କ ପାଇଁ ତିଆରି ହେଉଥିବା ଏଇ ବଜେଟ୍ କେବଳ ଏକ ପ୍ରତିଶତ ଧନୀ ଲୋକଙ୍କ ପାଇଁ ମଲାଇ ସଦୃଶ । ସାଧାରଣ ଜନତା ଉଞ୍ଚା ଦାମ୍ ରେ ଜିନିଷ କିଣି ଟ୍ୟାକ୍ସ ଆକାର ରେ ଦେବେ ଆଉ ଧନୀ ଜିନିଷ ବିକି ଏବଂ ସରକାର tax ନେଇ ସରକାର ଚଳାଇବେ । ଖବରକାଗଜ ଓ ଟିଭି ରେ ବଡ଼ ବଡ଼ ହେଡ୍ ଲାଇନ୍ ରେ ଦେଖିବେ ଅମୁକ୍ କାର୍ଯ୍ୟ ପାଇଁ ଏତେ ହଜାର କୋଟି ସରକାର ଖର୍ଚ୍ଚ କରିବେ ହେଲେ ବାସ୍ତବ ରେ ତାହା କେତେ ମାତ୍ରାରେ କାର୍ଯକାରୀ ହୋଇଛି ତାହା ଯଦି ଆପଣ ବିଗତ ବଜେଟ୍ ମାନଙ୍କୁ ଅନୁଧ୍ୟାନ କରିବେ ତେବେ ଜାଣିବେ । ଏହା ସବୁ ସରକାର ଦ୍ବାରା ହୋଇଥାଏ । ଗୋଟେ ଉଦାହରଣ ହେଲା ସ୍ମାର୍ଟ ସିଟି ଆଉ ଗୋଟେ 2022 ଯାଏ ସଭିଙ୍କୁ ପକ୍କା ଘର । ଏହା କେତେ ମାତ୍ରାରେ ହୋଇଛି ଆପଣମାନେ ଅନୁମାନ କରନ୍ତୁ । ଅକ୍ଷୟ କୁମାର ରାଉତ
— % &

-


30 JAN 2022 AT 10:02




ଗାନ୍ଧି ହେ..
ଦେଖି ଯାଅ ତୁମ ଦେଶକୁ
ଗଣ ସର୍ବହରା ତନ୍ତ୍ର କବଳରେ
ନେତାଏ କରନ୍ତି ମଜା
ଜାତି,ଧର୍ମ ନାମେ ଲୋକଙ୍କୁ ବାଣ୍ଟନ୍ତି
ଜନ ପାଏ ଏଠି ସଜା....।





— % &

-


29 JAN 2022 AT 9:23

ଅନୁଚିନ୍ତା
ଭୋଟର ଯେ ପର୍ଯ୍ୟନ୍ତ ରାଜନୈତିକ ଦଳକୁ ଭୋଟ ଦେଇ ଚାଲିଥିବ ସେଜାଏ ସମାଜ,ତଥା ଦେଶରେ ଜାତି,ଧର୍ମ ଓ ସମ୍ପ୍ରଦାୟ ଭିତ୍ତିକ ହିଂସା, ଦ୍ୱେଷ ଲାଗିରହିିବ । ଆମେ
ଯେଉଁ ଦଳକୁ ସପୋର୍ଟ କରୁଛନ୍ତି ଯଦି ସେଇ ଦଳର
ପ୍ରାର୍ଥୀ ଅପରାଧୀ,ଭ୍ରଷ୍ଟ ଏମିତିକି ବଳାତ୍କାରୀ ହୋଇଥାଏ ତଥାପି ଆମେ ସେଇ ପ୍ରାର୍ଥୀ ଙ୍କୁ ଭୋଟ ଦେଇଥାଉ
ଏହାଦ୍ବାରା ଆମେ ନିଜର ଅହଙ୍କାର ଓ ପାର୍ଟି କୁ ବିଜୟୀ
କରାଇଥାନ୍ତି ପରନ୍ତୁ ସମାଜର ସମୃଦ୍ଧି ଓ ଭାତୃତ୍ଵଭାବ
ଶାନ୍ତି, ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ କେବେବି ସ୍ଥାପିତ
ହୋଇପାରେନା

ଅକ୍ଷୟ କୁମାର ରାଉତ— % &

-


23 JAN 2022 AT 8:40

ଅନୁଚିନ୍ତା
ଆବଶ୍ୟକତା ଅନୁଯାୟୀ ନିଜର ଅଭାବକୁ ପୂରଣ କରିବା ପାଇଁ ଯଦି ସଙ୍ଘର୍ଷ କରିବାକୁ ପଡ଼େ ସେଥିରେ କୌଣସି ପ୍ରଶ୍ନବାଚୀ ଉଠେନାହିଁ ପରନ୍ତୁ ବିଳାସବ୍ୟସନ ଜୀବନ ବିତାଇବା ପାଇଁ କୂତ୍ରୀମ ଅଭାବ ସୃଷ୍ଟି କରିବା ମଣିଷକୁ ଅତ୍ୟନ୍ତ ଚିନ୍ତା ଜନକ ପରିସ୍ଥତିରେ ପାକାଇଥାଏ । ଏହି ଇଚ୍ଛାକୁ ପୂରଣ କରିବାକୁ ଅନେକ କଷ୍ଟ ସ୍ଵୀକାର କରିବାକୁ ପଡ଼ିଥାଏ କିମ୍ବା କିଛି ଲୋକେ ଅସଦ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି ଯଦି ଏହି ଆଶା ପୂରଣ ନହୁଏ ତେବେ ଜୀବନ ରେ ନିରାଶା ମଧ୍ୟ ଦେଖା ଦେଇଥାଏ । ତେଣୁ ମଣିଷକୁ ନିଜର ସମ୍ବଳ ଅନୁଯାୟୀ ନିଜର ଆଶା ବା ଇଛା କୁ ପରିକଳ୍ପନା କରିବା ଉଚିତ୍,ଯେଉଁମାନଙ୍କ ପାଖରେ ଅର୍ଥର ଅଭାବ ନାହିଁ ସେମାନଙ୍କ ବିଷୟ ରେ ଆଲୋଚନା କରିବାର କୌଣସି ଯଥାର୍ଥତା ନାହିଁ ।
ଅକ୍ଷୟ କୁମାର ରାଉତ

-


21 JAN 2022 AT 8:16

ଅନୁଚିନ୍ତା

ହୁଏତ ଜଣେ ବ୍ୟକ୍ତି ଏକାକୀ ରହିବା କୁ ପସନ୍ଦ କରିପାରନ୍ତି
ପରନ୍ତୁ ଯଦି ସେଇ ବ୍ୟକ୍ତିଙ୍କୁ ଏକାକୀ କରିଦିଆଯାଏ ବା ତାଙ୍କ ଚତୁଃପାର୍ଶ୍ଵରେ ଥିବା ଲୋକେ ତାଙ୍କଠୁ ଦୁରତ୍ଵ ଅବଲମ୍ବନ କରନ୍ତି ତେବେ ନିଶ୍ଚିତ ରୂପେ ଏହା ତାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ବ୍ୟକ୍ତି ର ପସନ୍ଦ ନାପସନ୍ଦ ତା ନିଜସ୍ଵ ବିଚାର ହୋଇଥାଏ ଯେତେବେଳେ ଅନ୍ୟ କେହି ଅନ୍ୟର ବିଚାରଧାରା କୁ ତା ଉପରେ ଲଦିଦିଏ ସେତେବେଳେ ବ୍ୟକ୍ତି ଏହାକୁ ଗ୍ରହଣ କରିପାରେ ନାହିଁ ।

ଅକ୍ଷୟ କୁମାର ରାଉତ

-


4 JAN 2022 AT 9:22

ଅନୁଚିନ୍ତା
2021 ରେ ମହିଳାଙ୍କ ଉପରେ ପ୍ରାୟ 31000 ଅପରାଧ ହୋଇଥିବା ର ସୂଚନା ଜାତୀୟ ମହିଳା କମିଶନଙ୍କ ଦ୍ଵାରା
ଜଣା ପଡିଲା ଏହି କେସ୍ ମହିଳା ମାନଙ୍କ ଦ୍ଵାରା କିମ୍ବା ସେମାନଙ୍କ ସମ୍ପର୍କୀୟ ମାନଙ୍କ ଦ୍ଵାରା FIR ହୋଇଛି ,
ଆମେ ଭଲ ଭାବେ ଜାଣନ୍ତି ଯେ କେତେ ହଜାର ଏମିତି
କେସ୍ ଥିବ ଯାହା ଲୋକ ଲଜ୍ଜ୍ୟା ପାଇଁ FIR ହୋଇ ନଥିବ ଏବଂ ଅନେକ କେସ୍ ଯାହା ପୋଲିସ ଦ୍ବାରା ମଧ୍ୟ ପଞ୍ଜୀକୃତ କରାଯାଇ ନଥିବ । ସବୁଠୁ ବଡ କଥା ହେଲା ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର UP ରେ ସର୍ବାଧିକ ଯାହା 15828 ଅଭିଯୋଗ ପଞ୍ଜୀକୃତ ହୋଇଛି । ଦିତୀୟ ସ୍ଥାନ ରେ ଦିଲ୍ଲୀ 3336,ତୃତୀୟ ମହାରାଷ୍ଟ୍ର 1504 ଏବଂ ଚତୁର୍ଥ ସ୍ଥାନରେ ହରିୟଣା 1460,ପଞ୍ଚମ ସ୍ଥାନରେ ବିହାର 1456 କେସ୍ । ସବୁଠୁ ହାସ୍ୟାସ୍ପଦ କଥା ହେଲା UP କୁ ବେଷ୍ଟ
ଷ୍ଟେଟ ପୁରସ୍କାର ପ୍ରାପ୍ତ ହୋଇଛି 2021 । ଯେଉଁ ରାଜ୍ୟରେ କୁପୋଷଣ ହାର ସର୍ବାଧିକ ଏବଂ ସ୍ବାସ୍ଥ୍ୟ ସେବା ସବୁଠୁ ନିମ୍ନମାନର । ଏଥିରୁ ଅନୁମାନ କରନ୍ତୁ ବେଷ୍ଟ ହେବା ପାଇଁ କଣ ସବୁ ମାନଦଣ୍ଡ ର ଆବଶ୍ୟକତା ରହିଛି !

ଅକ୍ଷୟ କୁମାର ରାଉତ

-


30 DEC 2021 AT 8:05

ଅନୁଚିନ୍ତା

ଆଜିର ସମୟରେ ଖଳ ପ୍ରବୃତ୍ତି ର ଲୋକେ ଏମିତି ଭଲ ମଣିଷ ହେବାର (ସାଧୁ ) ଜୀବନ୍ତ ଅଭିନୟ କରୁଛନ୍ତି ଯେ ଅସଲ ଜୀବନ ରେ ଭଲ ମଣିଷ ଟିର ବ୍ୟକ୍ତିତ୍ଵ ଏହି ଅଭିନୟ ନିକଟରେ ବଳି ପଡ଼ୁଛି । ଯାହାଦ୍ବାରା ଖଳ ପ୍ରବୃତ୍ତି ଲୋକେ ସବୁ ସ୍ଥାନରେ ପ୍ରଶଂସା ର ପାତ୍ର ହେଉଛନ୍ତି ଏବଂ ବାସ୍ତବ
ରେ ଯିଏ ଭଲ ମଣିଷ ସେ ନିଜକୁ ଦୂରେଇ ରଖିବା କୁ
ବାଧ୍ୟ ହେଉଛି ।

ଅକ୍ଷୟ କୁମାର ରାଉତ

-


24 DEC 2021 AT 9:25

ଅନୁଚିନ୍ତା
କରୋନା ର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି,ବୋଧହୁଏ
ତୃତୀୟ ଲହର ରାସ୍ତାରେ ସେଥିପାଇଁ ପ୍ରଧାମନ୍ତ୍ରୀ ଅନ୍ୟ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଜରୁରୀ ମିଟିଂ
କରୁଛନ୍ତି ହେଲେ ରାଜନୈତିକ ରାଲି କରିବାକୁ ମଧ୍ୟ ଭୁଲି
ନାହାଁନ୍ତି । ଗୋଟେ ରାଜ୍ୟ ସରକାର ଟୀକା ନ ନେଉଥିବା
କର୍ମଚାରୀ ଙ୍କୁ ବେତନ ଦେବାକୁ ମନା କରୁଥିବା ବେଳେ ଅନ୍ୟ
ଏକ ରାଜ୍ୟ ସରକାର ବିନା ଟୀକା ରେ ଅଫିସ ଆସିବାକୁ
ମଧ୍ୟ ମନା କରିଛନ୍ତି ହେଲେ ରାଜନୈତିକ ରାଲି ଭଳି ପବିତ୍ର
ସ୍ଥାନ କୁ କରୋନା ବୋଧହୁଏ ଆସିବାକୁ ଡରୁଥିବ ! ରାଜନୈତିକ ରାଲି ହେଉଥିବା ବେଳେ ବିନା ମାସ୍କ ରେ ଫାଇନ,night କର୍ଫ୍ୟୁ,ନୂଆ ବର୍ଷ ଏବଂ ବଡ଼ଦିନ ପାଳନ
ରେ ଅଧିକ ଲୋକେ ସମ୍ମିଳିତ ନହେବା ,ସାମାଜିକ ଦୂରତା ଅବଲମ୍ୱନ କେବଳ ହାସ୍ୟାସ୍ପଦ ଏବଂ ଏହା କେବଳ ଆମ ଦେଶରେ ସମ୍ଭବ ।
ଅକ୍ଷୟ କୁମାର ରାଉତ

-


23 DEC 2021 AT 9:10

ଅନୁଚିନ୍ତା
ଆଖିରୁ ଝରି ପଡ଼ୁଥିବା ସବୁ ଲୁହ ଦୁଃଖ,ଯାତନା କିମ୍ବା ଭାବପ୍ରବଣତାର ହୋଇ ନଥାଏ ଅନେକ ସମୟରେ ଏହି
ଲୁହ ଛଳନା, ପ୍ରତାରଣା ର ମଧ୍ୟ ହୋଇଥାଏ ତା ଛଡ଼ା ନେତାଙ୍କ ଲୁହ କେବଳ କୁମ୍ଭୀର କାନ୍ଦଣା (ହିନ୍ଦୀରେ ଢୋଙ୍ଗ୍)ଭାବେ ସର୍ବବିଦିତ ସବୁଠୁ ବଡ଼ କଥା ହେଲା ଦୁଃଖ , ଯନ୍ତ୍ରଣା ର ଲୁହ କୁ ଅନୁଭବ କରିବା ସହଜ ହେଲେ ଛଳନା, ପ୍ରତାରଣା ର ଲୁହ କୁ ଅନୁଭବ କରିବା ସହଜ ନୁହେଁ ଯେତେବେଳେ ଆମକୁ ଅନୁଭୂତ ହୁଏ ସେତେବେଳକୁ
ଅନେକ ବିଳମ୍ବ ହୋଇ ସାରିଥାଏ ।

ଅକ୍ଷୟ କୁମାର ରାଉତ

-


18 DEC 2021 AT 11:30

ଅନୁଚିନ୍ତା
ସମାଜରେ ଧନୀ ଓ ଗରିବ ଭିତରେ ଥିବା ଅନ୍ତର
ଦ୍ରୁତ ଗତିରେ ବଢ଼ି ଚାଲିଛି ଆମ ଦେଶରେ ବୋଧହୁଏ
ଏହାର ମାତ୍ରା ସର୍ବାଧିକ । ଗରିବ ଗରିବ ହୋଇ ଚାଲିଛି ଆଉ ଧନୀ କୁବେର ହେବାରେ ଲାଗିଛି । ଗରିବ ପେଟର ଭୋକ ମେଣ୍ଟେଇବାକୁ ଖାଦ୍ୟ ଅନୁସନ୍ଧାନ ରେ ଦୌଡେ ଆଉ
ଧନୀ ଖାଦ୍ୟ ହଜମ କରିବାକୁ ଦୌଡେ । ଜଣେ ବଞ୍ଚିବା
ପାଇଁ ଖାଏ ଆଉ ଜଣେ ଖାଇବା ପାଇଁ ବଞ୍ଚେ । ସମାଜ ରେ
ଧନୀ ଓ ଗରିବ ମଧ୍ୟରେ ଥିବା ଅସମାନତା ଏତେ ଯେ ଏହାର ନିବାରଣ ବୋଧହୁଏ ଅସମ୍ଭବ ।

ଅକ୍ଷୟ କୁମାର ରାଉତ

-


Fetching Akshaya Rout Quotes