ମଲା ପୃଥିବୀର ଛାତି ଉପରେ ତୁମେ ଆସୁଛ କି...?
ଅପେକ୍ଷା କରିବି ନା ଶୋଇ ଯିବି...?-
ମାଗୁଛି କେବଳ ଗୋଟିଏ ଅଧିକାର, ଦେଇ ପାରିବ କି.. ମୋ ମଥାରେ ସିନ୍ଦୂର..... ଓଢଣୀ ହସିବ, କୋଇଲି ଗାଇବ, ମହୁଲ ଫୁଲ ବାସିବ.... ଖାଲି ତୁମେ ରାଜି ହେଲେ... ନୂଆ ନୂଆ ଲାଗିବ ଫଗୁଣ..
-
ନା ସେ ରାଧାର... ନା ସେ ମୀରା ର.... ଏ କାହ୍ନା ପାଇଁ କିଏ ନିଜର.. କିଏ ନିଜର... କାହାକୁ ଦେବ ସେ ଅଧିକାର.. ସେ ଟୋପାଏ ସିନ୍ଦୂର ର....ଫିକା ଲାଗେ ଆଜି ପ୍ରେମର ଅବିର...ଫେରିବ କି ଆଉ କାହ୍ନାର ସେ ପୁରୁଣା ଫଗୁଣ.....
-
ଗୋଧୂଳି ସନ୍ଧ୍ୟାରେ.. ଫେରି ଯାଉଥିବା ପକ୍ଷୀ, ପଲ ପଲ ଗାଈ ଆଉ ସଂଜବତୀ ସମୟରେ... କଥା ଦେଇଥିଲା ସେ ଝିଅଟି.... ଆସି ଦେଖା କରିବ, ଆମ ଘର ପଛ ଲଣ୍ଡା ସଜନା ମୂଳେ..
-
କୁମ୍ଭାର ର କଣ ଦୋଷ... ବେପାରୀ କହିଚି ଭଲ ରେ ପୋଡ଼ି, ବାଡ଼େଇ ତାକୁ ଟାଣ କରିବୁ.. ବେପାରୀ ର କଣ ଦୋଷ..ବିକ୍ରି କେମିତି ହେବ, ଗ୍ରାହକ ମାନେ ଟାଣ ଦେଖି କିଣୁଛନ୍ତି..
ଏଇଟା ହେଲା ସମାଜ
ଏଠି ପରିସ୍ଥିତି କଞ୍ଚା କୁ ଟାଣ
ତରଳ କୁ କଠିନ କରିଥାଏ
ପାରୁଛ ଯଦି ନିଜକୁ ବଦଳାଇ ଦିଅ...କେବଳ ନିଜ ପାଇଁ
ଏଠି ନିଜର ନଜରରେ କମ୍-
ଭୁଲି ବି ଭୁଲି ପାରୁନି, ମୋ ପିଲା ଦିନ ସ୍ମୃତି..
ବୟସ ବଢିଛି, ହେଲେ ମନେ ପଡେ ସେଇ ପିଲା ଦିନ ସାଥୀ..
ଗମ୍ଭାରୀ ପଡା, ଶିଖେଇଛି ମତେ, ଗଢିଛି ମତେ
ସାର୍ ଙ୍କ ବେତ, କେତେ ଖେଳ କସରତ..
ମନେ ପଡୁଛି ଆଜି କେତେ...
ଦୁଷ୍ଟାମି ର ସୀମା ଟପିବା ଆଗରୁ
ସାର୍ ଙ୍କ ମାଡ, ଆସିଯାଏ ମନରୁ..
କେତେ ସ୍ମୃତି ଅଛି, ଆଜି ସାଉଁଟିବି ମୋ ମନରୁ..
ସହର ଯାଇଚି, ମୋ ଗାଁ କୁ ଝୁରିଛି
କଣ ହରେଇ କଣ ପାଇଚି..
ଭଲ ଥିଲା ଛୋଟ ଥିଲି, ଭୁଲ କଲେ କାନ୍ଦୁ ଥିଲି
ଭଲ ଥିଲା ଛୋଟ ଥିଲି, ସାଙ୍ଗ ହୋଇ ବୁଲୁଥିଲି
ଏବେ ଖାଲି ଝୁରୁଚି, କାରଣ କୁଆଡେ ମୁଁ ବଡ଼ ହେଲି
ତଥାପି କୋଉଠି ମୋ ପିଲାଦିନ, ମନେ ପଡୁଛି ଭାରି-
*ଭିନ୍ନ ଏକ ଯଶୋଦା*
ଆଖି ଫିଟିବା ଆଗରୁ,
ନା ତତେ ଦେଖିଲି, ନା ତତେ ଛୁଇଁଲି...
କାହିଁକି ଦୁନିଆକୁ ଆଣି, ଦେଲୁ ଅପବାଦ ଆଉ ନିନ୍ଦା...
ଜୀବନକୁ ମୋର ସବୁଦିନ ପାଇଁ କରିଦେଲୁ ଅଧା
ନିଜକୁ ସଜେଇ ଦେଇ ଭିନ୍ନ ଏକ ଯଶୋଦା....
ଜାଣି ନାହିଁ ଦେଇଚୁ କି ନାହିଁ କଷ କ୍ଷୀର,
ଦେଖିଛୁ କି ନାହିଁ ମୋ କଅଁଳ ମୁହଁ...
ଏତେ ମାସ ଏତେ ଦିନ କଷ୍ଟ କାହିଁକି ସହିଲୁ
ରାସ୍ତା କଡେ ଫିଙ୍ଗି ଦେଇ, କୁଆଡେ ତୁ ଗଲୁ....
ସମସ୍ତେ କୁହନ୍ତି ତତେ କଳଙ୍କିନୀ ବୋଲି
ଇଚ୍ଛା ହୁଏ, ତତେ ଟିକେ ଦେଖନ୍ତି କି ଖାଲି..
ଜାଣିନାହିଁ ମା ତୁ କୋଉଠି ଅଛୁ,
ଜନ୍ମର ବେଦନାକୁ ମନେ ରଖିଛୁ ନା ଭୁଲି ଯାଇଛୁ..
ନା ହେଲୁ ଦେବକୀ ନା ହେଲୁ ଯଶୋଦା
ଦୁନିଆ ପାଇଁ ଭିନ୍ନ ଏକ ଯଶୋଦା......
ଶୁଣିଥିଲି ମା ଦୁନିଆରେ, ମମତାର ସାଗର
ରାସ୍ତା କଡେ ପଡିଥିବା, ଛୁଆ ପୁଣି କାହାର.?
ଜନ୍ମ ନ ଦେଇ ଯଦି ଦେଇଥାନ୍ତୁ ଜହର..
ତୋ କୋଳରେ ସବୁଦିନ ହେଇଥାନ୍ତି ଅମର...
ଲୋକ ନିନ୍ଦା ଶୁଣି ଶୁଣି ଛାତିକୁ କରିଛି ମୁଁ ପଥର
ସବୁବେଳେ ପୂଜୁ ଥିବି ମନ ମନ୍ଦିରରେ ମୋହର..
ତୋ ପାଇଁ ସ୍ନେହ ମୋର ଥିବ ସର୍ବଦା....
ମୋ ପାଇଁ ତୁ ମା, ଭିନ୍ନ ଏକ ଯଶୋଦା
-
ରଙ୍ଗ ବୋଳି ବୋଳି
ରଙ୍ଗ ବଦଳିଲା..
ହେଲେ ପାଉଁଶର ରଙ୍ଗ ଗଲାନି...
ଗୋରା ତକ୍ ତକ୍
ପାକେଲା ଦେହରେ
ପୋଡ଼ାର ଗନ୍ଧ ଗଲାନି
-
ଯୌବନ ସୁନ୍ଦର
ରୂପ ଦାଉ ଦାଉ..
ଆଉ କେତେ ଦିନ ସମ୍ଭାଳି ରଖିବୁ..
ବୟସ ଖସିଲେ ମାଟି କାମୁଡ଼ିକି ପଡିବୁ-