ହେ ମୋର ପ୍ରିୟ ଲେଖନୀ,
ତୁମେ ମୋର ସୁଖ ଦୁଃଖ ର ସାଥି
ଖୁସିର ଅବସରରେ ତୁମେ,
ମୋ ହୃଦୟର ଭାବନା
ମୋ ମନରେ ଉଙ୍କି ମାରିଥିବା ଅଜସ୍ର ଶବ୍ଦକୁ
ମୋ ଡାଏରିରେ ସୁନ୍ଦର ଭାବେ ସଜେଇ ଦିଅ ।
ଦୁଃଖର ଅବସରରେ ତୁମେ,
ମୋ ହୃଦୟର ବେଦନା
ମୋ ମନର ଉଦବେଗ , ମୋ ଆଖିର ଲୁହକୁ
ତୁମ ସ୍ୟାହିର ସହାୟତାରେ କବିତାର ରୂପ ଦିଅ ।-
ଅମାବାସ୍ୟା ରାତ୍ରି
---------------------- ---------
ନୀରବ ରଜନୀରେ
ନିଃସଙ୍ଗ କଇଁ
ଝୁରେ ଚନ୍ଦ୍ରମାକୁ
କାନ୍ଦେ କଇଁ କଇଁ ।
କଇଁ କହେ ,"ରଜନୀ ଗୋ ,
କାହିଁ ଗଲେ ପ୍ରିୟ ମୋର ,
ଲକ୍ଷେ ତାରା ଦେଖି
ବୁଝେ ନାହିଁ ମନ ,
ଏକ ଚନ୍ଦ୍ରମାକୁ
ଝୁରେ ଏଇ ମନ ।"-
ପୂର୍ବ ଭଳି ସବୁ ଅଛି
ଆକାଶରେ ଜହ୍ନ ଅଛି
ପୋଖରୀରେ କଇଁ ଅଛି
ଏ ଶୀତୁଆ ସକାଳ ଅଛି
ମୋତି ପରି ସୁନ୍ଦର କାକର ବିନ୍ଦୁ ଅଛି
ସୂର୍ଯ୍ୟଙ୍କର ଉଜ୍ଜ୍ୱଳ ଆଭା ଅଛି
ସରୋବରରେ କମଳିନୀ ଖେଳୁଛି
କିନ୍ତୁ ତୁମେ ନାହଁ ବୋଲି,
ଏ ମନ ଶୂନ୍ୟତାରେ ପୂର୍ଣ୍ଣ କଳସୀ ପରି ଲାଗୁଛି ।
-
ଆଜିର ଜହ୍ନ
ଅନ୍ୟଦିନ ଠୁ ଭିନ୍ନ ,
ପୂର୍ଵପେକ୍ଷା ଅଧିକ ଉଜ୍ଜ୍ୱଳ ,
ଏକ ନିଆରା ରଙ୍ଗରେ ରଙ୍ଗୀନ ,
ପ୍ରେମର ରଙ୍ଗ ପରି ସେ ରଙ୍ଗ ଅତି ସୁନ୍ଦର ।
ଆଜିର ରାତି
ଅନ୍ୟରାତି ଠୁ ଭିନ୍ନ,
ପୂର୍ଵପେକ୍ଷା ଅଧିକ ନୀରବ ,
ଏକ ଅଦ୍ଭୁତ ମାଦକତାରେ ରୋମାଞ୍ଚିତ ,
ପ୍ରେମର ମତୁଆଲା ନିଶାରେ ସେ ନିଶାସକ୍ତ ।
-
ଏ ସୁନ୍ଦର ଜହ୍ନ ରାତି,
ଏ ଶୀତଳ ଚାନ୍ଦିନୀ,
ଏ ନୀରବ ରଜନୀ,
ଏ ଝରା ଶେଫାଳି,
ଆମ ପ୍ରେମର ମୁକ ସଖୀ
ତୁମେ ଥିଲ ମୁଁ ଥିଲି
ରାତି ଥିଲା ଅପୂର୍ବ ମିଲନର ।
ଓଠରେ କଥା ନଥିଲା
ଶବ୍ଦକୋଷରେ ରେ ଶବ୍ଦ ନଥିଲା ,
ତୁମ ଆଖି କଥା ମୁଁ ଶୁଣୁଥିଲି ,
ଆଉ ମୋ ଆଖି କଥା ତୁମେ ।
-
ଏତେଦିନର ପ୍ରତୀକ୍ଷା ପରେ
ଏ ପ୍ରାପ୍ତିରେ କାହିଁକି ପୂର୍ଣ୍ଣତା ନାହିଁ ।
ଜହ୍ନର ଜୋଛନାରେ ଶିତଳତାର
ଅପୂର୍ବ ଆନନ୍ଦ ନାହିଁ ।
ଫୁଲର ସୁନ୍ଦର ପାଖୁଡାରେ
କୋମଳତା ଭରା ସ୍ପର୍ଶ ନାହିଁ ।
ଇଏ ଏକ ଭିନ୍ନ ଅନୁଭବ
ପ୍ରାପ୍ତି ରେ ଅପ୍ରାପ୍ତିର
ପୂର୍ଣ୍ଣତା ରେ ଶୂନ୍ୟତାର ।।
-
ତୁମେ ରାତିର ସ୍ୱପ୍ନରେ ଆସିଥିଲ , କାଚକେନ୍ଦୁ ପରି ସୁନ୍ଦର ଓ ସ୍ୱଚ୍ଛ କାକର ବିନ୍ଦୁ ହୋଇ , ହେଲେ ସକାଳର ନିଷ୍ଠୁର ବାସ୍ତବିକତାର ସୂର୍ଯ୍ୟକିରଣ ତୁମ ଅସ୍ତିତ୍ବକୁ ହଜେଇଦେଲା ।
ତୁମେ କଣ କେବଳ ରାତିର ସ୍ବପ୍ନ ହୋଇ ରହିଯିବ ??
ବାସ୍ତବିକତାର ଆଲୋକରେ ତୁମ ରୁପ କଣ ଉଭାନ ହେଇଯାଏ ??
ତୁମେ କଣ ମୋ ମନ ମରୁଭୂମିର ମରୀଚିକା , ମୋ ଆଖିର ଭ୍ରମ ମାତ୍ର ନା ,ତୁମେ ମରୁଭୂମିରେ ପ୍ଲାବିତ ଜଳର ସ୍ରୋତ ଟିଏ , ମୋ ଆଖିର ଉପର ପରଦା ତଳେ ଥିବା ବାସ୍ତବତାର ରୁପ ଟିଏ ??
ତୁମେ ସ୍ବପ୍ନ ନା ବାସ୍ତବ ??
-
अगर रिश्ते में प्यार ना हो तो
रिश्ता और जिंदगी दोनों ही
बेजान हो जाते हैं ।-
ଆଜି ଆକାଶରେ ପୂର୍ଣମୀ ଚାନ୍ଦ ନାହିଁ ,କିନ୍ତୁ ଏ ମନ ପୂର୍ଣ୍ଣମୀ ଇନ୍ଦୁର ରସପୂର୍ଣ୍ଣ ଚାନ୍ଦିନୀରେ ଭିଜୁଛି । ଅତୀତ ର ଅନ୍ଧକାରପୁର୍ଣ ରାତିକୁ ଆଜି ଛୋଟ ଦୀପଟିଏ ଆଲୋକ ରଶ୍ମିର ପରିଚୟ ଦେଇଛି ।
ଝାପ୍ସା ଦିଶୁଥିବା ଅଶ୍ରୁପୂର୍ଣ ଆଖିରେ
ଆଜି ଖୁସିର ଚମକ ସ୍ପଷ୍ଟ ଦିଶୁଛି । ଲାଗୁଛି ଆକାଶର ତାରା ହାତରେ ଧରା ଦେଇଛି ।-
ଘଡିର ଟିକ୍ ଟିକ୍ ଶବ୍ଦରେ
ଆଗକୁ ମାଡି ଚାଲିଛି ସମୟ ।
ସମୟ ସହ ତାଳଦେଇ
ବଢିଚାଲିଛି ରାତିର ବୟସ ।
ଏଇ ଅସ୍ଥିର ରଜନୀରେ,
ମୋ ଅପେକ୍ଷିତ ନୟନ
ବ୍ୟାକୁଳ ହୋଇ ଚାହିଁରହିଛି
ତୁମ ଫେରିବା ବାଟକୁ ,
ଠିକ ସେମିତି ଯେମିତି
କମଳିନୀ ଚାହିଁ ରହିଥାଏ
ରବି କିରଣର ଆଭାକୁ ,
ଚାତକ ପକ୍ଷୀ ଚାହିଁ ରହିଥାଏ
ଟୋପାଏ ବର୍ଷା ବିନ୍ଦୁକୁ ,
କୋମଳ ପୁଷ୍ପଟି ଚାହିଁ ରହିଥାଏ
ଭ୍ରମରର ମିଠା ସ୍ପର୍ଶକୁ ।
-