ଜୀବନ ଟା ଏମିତି,ଅନେକ କିନ୍ତୁ ପରନ୍ତୁ ଥାଏ
ମାତ୍ର ବଞ୍ଚିବା ପାଇଁ ସ୍ବପ୍ନ ବି କିଛି କମ୍ ନାହିଁ।।
ମିଛ ମିଛ ସ୍ବପ୍ନ ସବୁ ଦେଖୁବାକୁ ଭଲ ଲାଗେ
କାରଣ ବାସ୍ତବତା ର ଆଇନାରେ କଳ୍ପନାର
ପ୍ରତିବିମ୍ବ ଦେଖାଯାଏ ନାହିଁ
ବରଂ ଦିଶେ ଋକ୍ଷ ସତ୍ୟତା ର ଝଲକ।
ଆତ୍ମପ୍ରବଞ୍ଚନା ଠାରୁ ପାପ ଆଉ କିଛି ନାହିଁ ତଥାପି
ଜୀବନ କାଳ ମଧ୍ଯରେ ବାରମ୍ବାର ଏ ପାପ କରିବାକୁ ହୁଏ ମୁହୂର୍ତ୍ତ ର ସୁଖ ଟିକେ ପାଇଁ ।।।-
जीवन संघर्ष है
जीवन एक युध्द है,
कभी स्वयं तो कभी
अपनों के विरुध्द है...
कोई कर्मों से
कोई विचार से मलीन हैं,
इस युग में ऐसा कौन है?
जो विशुध्द है...
चराचर में मोह से बढ़कर
कोई दुख नहीं,
जिसने मोह त्याग दिया
वह फिर बुध्द है...
-
କହିବା ଆଉ ଶୁଣିବା ଭିତରେ ଅନେକ ଯେ ତଫାତ,
କହିବା ଲୋକ କହି ଚାଲେ...
ହେଲେ ଶୁଣିବା ଲୋକ ଉପରେ ବାକି ନିର୍ଭର କରେ,
କିଛି ଶୁଣିକି ବୁଝନ୍ତି ଆଉ ବାକି,
ଏ କାନେ ଶୁଣି ଆର କାନେ ବାହାର କରି ଦିଅନ୍ତି,
କିଛି କଥାର ମର୍ମ ବୁଝନ୍ତି,
ଆଉ ବାକି ଶୁଣି ବି ନ ଶୁଣି ରୁହନ୍ତି,
ବୁଝେଇବା ତେବେ ହିଁ ହୁଏ ବୃଥା,
ଯେବେ ବୁଝିବା ଲୋକ ବୁଝେନି କଥା,
ଲକ୍ଷେ ଉଦ୍ଧାରଣ ଦେଲେ ଲେ କି ବା ହେବ
ନିଜ ଉପରେ ପଡିଲେ ମଣିଷ ଆପେ ଆପେ ବୁଝିବ,
ତେଣୁ କର ନାହିଁ ଅଯଥା ଚେଷ୍ଟା,
କାରଣ ଅପାତ୍ରେ ଦାନ,
ଆଉ ମୂର୍ଖ କୁ ଜ୍ଞାନ, ଏ ସବୁ ହଉଛି ବୃଥା....-
ବେଳାଭୂମିର ଉପେକ୍ଷିତ ଶାମୁକାଟିଏ ସେ ।
ଛାତି ତଳେ ଯାହାର ଅଲିଭା ହୋଇ ରହି ଯାଇଛି ବ୍ୟଥା
ଓ ବେଦନାର ସ୍ମୃତି ।
କେତେ ସ୍ବପ୍ନ ତାର ଲୁହ ହୋଇ ଓଠକୁ ଛୁଇଁଛି .....
କେତେ ଆଶା ତାର ଚିକ୍ ଚିକ୍ ବାଲି ଗରଡ଼ା ପରି
ଆଉ କାହାର ପାଦତଳେ ଚାପି ହୋଇ ଯାଇଛି
ସେ ହିସାବ ସେ ରଖୂନି କିଛି ।
ତଥାପି ସବୁକିଛି ଭୁଲି ଯାଇ ସେ ବଞ୍ଚିଛି ନିଜ ପାଇଁ ନହେଲେବି ଆଉ କାହାର
ଖୁସି ଟିକେ ପାଇଁ ଗୋଟାଏ ସମର୍ପିତା ଜୀବନକୁ ନେଇ....-
ଯେଉଁଠି ସମ୍ପର୍କ କୁ ଏକ ଭୂମିକା ପରି ଲିଭା ଯାଏ,
ତାହା କଣ କେବେ ସମ୍ପର୍କ ହେଇପାରେ?
ସମ୍ପର୍କ ରେ ତ ଆବିଳତା ରହିବ ଓ ନିବିଡ଼ତା ରହିବ ଯାହା କଷ୍ଟ ଦେବ ତ ହେଲେ କେହି ଜଣେ ସାଥୀରେ ଅଛି ବୋଲି ଖୁସି ବି ଭରିଦେବ।
-
ତୁମେ ଲାଗ ମୋତେ ସତେ ଯେମିତି
କାହିଁ କେଉଁ ଦୂରରୁ ହାଲକା ଶବ୍ଦ ପରି,
ଆକାଶ ର ଚିତ୍ରପଟରେ ଅଦୃଶ୍ୟ ଆକୃତି ପରି
ରଙ୍ଗମଞ୍ଚର ପରଦା ପଛର ଅଚିହ୍ନା ଚରିତ୍ର ପରି,
ଆଶା ନ ଥିବା ଅତିଥିର ଆଗମନ ପରି
ଲାଗେ ତୁମେ...
-
ଆଶା ର ସମୀପେ ତୁମେ ନୂଆ ଭାବନା
କଳ୍ପନା କାନ୍ଥ ରେ ତୁମେ ରଙ୍ଗୀନ୍ ଦୁନିଆ
ମୁଁ ଏ ଭବ ସାଗରେ ହୁଏ ଛନ୍ଦି
ତୁମେ ହୃଦ ସିନ୍ଧୁକେ ଥିବା
ଜ୍ଵଜଲ୍ୟମାନ ସମ୍ପତ୍ତି ।💕-
ବାଟୋଇ କାଲି ବି ଥିଲି
ଆଜି ବି ଅଛି
କାଲି ନିଜ ଲୋକ ଙ୍କ ପାଇ ଚାଲୁ ଥିଲି
ଆଉ
ଆଜି ନିଜ କୁ ଖୋଜିବା ପାଇ ଚାଲୁଛି
-
ସରଗ ର ଚାନ୍ଦଦେଇପାରିବିନି
ହାତ ବଢାଇକି ତୋତେ
ମୋ ହସ ଖୁସି ତୋ ହସ ରେ ସବୁ
ତୁ ହସିଲେ ମୁଁ ହସେ ।।
ଖାଲି ଏତିକି ମାଗୁଛି ପ୍ରଭୁଙ୍କୁ ମୋହର
ତତେ ଚକ୍ର ଆଢୁଆଳରେ ରଖୁ
ବିପଦକୁ ତୋର ମୋତେ ଦେଇ
ତୋର ଚଳାପଥ ତୋ କୁସୁମିତ କରୁ ।।
ମୋ ଆଖି ଜ୍ୟୋତି ତୁ ମୋ ସରଗ ପରୀ
ଦୂରେ ଥାଇ ଜନ୍ମଦିନ ର ଅଭିନନ୍ଦନ
ଜଣାଇଲି ମୋର କୁନୀ ଭଉଣୀ ।।
Happy Birthday gellhima 🎂🎉-