-
ପ୍ରିୟର ବନ୍ଧୁ,
କେମିତି ଅଛ? ନିଶ୍ଚିତ ଖୁସିରେ ଥିବ କାରଣ ତୁମ ଖୁସି ପାଇଁ ମୋ ପ୍ରାର୍ଥନା କେବେ ବ୍ୟର୍ଥ ହେବନି। ଆଜି ତୁମକୁ କହିବାକୁ ବହୁତ୍ କଥା ଅଛି କିନ୍ତୁ ମୋ ପାଖେ ଆଉ ସେ ଅଧିକାର ନାହିଁ।
ଆମ ଭିତରେ ଥିବା ବନ୍ଧୁତା କେବେ ଯେ ଏକତରଫା ପ୍ରେମ ରେ ପରିଣତ ହେଲା ମୁଁ ଜାଣିପାରିଲିନି। ମୋର ଛୋଟ ବଡ଼ ସବୁ ଭୁଲ୍ ରେ ମୋତେ ଗାଳି କରି ସୁଧାରିବା। ମୋର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସହଯୋଗ କରିବା ଆଉ ତୁମର ସେ ଅତି ସ୍ନେହର "ବାଇଆ" ଡାକ ମୋ ମନ ଭିତରେ ଏକ ଛାପ ସୃଷ୍ଟି କରିଥିଲା।
ଅନେକ ଥର ଭାବିଥିଲି ହୃଦୟ କଥା ତୁମକୁ କହିଦେବି ବୋଲି କିନ୍ତୁ ବନ୍ଧୁତା ହରାଇବା ଭୟରେ କହିପାରୁନଥିଲି।
ଶେଷରେ ବନ୍ଧୁତା ଓ ପ୍ରେମର ଦୋଛକି ରେ ଏମିତି ଏକ ରାସ୍ତା ବାଛିଲି,ଯାହା ମୋର ଭୟକୁ ସତ କରିଦେଲା। ତୁମେ ମୋ ଠୁ ଦୁରେଇ ଗଲ, ବନ୍ଧୁତା କୁ ଭାଙ୍ଗି ଚାଲିଗଲ। ତୁମେ ସିନା ଦୁରେଇଗଲ କିନ୍ତୁ ସତ କହିବ ମୋ ସହ ବିତେଇଥିବା ସ୍ମୃତିକୁ ମନରୁ ପଶୋରିପାରିବ ତ!
ଏଥିପାଇଁ ମୁଁ କେବେ ବି ନିଜକୁ କି ତୁମକୁ ଦୋଷ ଦେବି ନାହିଁ, ବୋଧହୁଏ ଏହା ବିଧିର ବିଧାନ ଥିଲା। ମୋ ମନରେ କିନ୍ତୁ ତୁମ ସହ ବିତାଇଥିବା ସ୍ମୃତି ସବୁଦିନ ପାଇଁ ଜୀବନ୍ତ ହୋଇ ରହିବ।
ଶେଷରେ ଏତିକି କହିବି ଜୀବନର କୌଣସି ମୋଡରେ ଯଦି କେବେ ଆବଶ୍ୟକ ପଡେ ତେବେ ତୁମର ଏ ବନ୍ଧୁ ନିଶ୍ଚିତ ତୁମ ପାଖରେ ଥିବ।
"ଆମ ଭିତରେ ବନ୍ଧୁତା ଥିଲା ଆଉ ଜୀବନସାରା ଅତୁଟ ରହିବ।"
"ଇତି"
ତୁମର ବାଇଆ-
ମତଦାନ: ଏକ ଅଧିକାର
ମିଳିଛି ପ୍ରତିନିଧି ଚୟନର ସୁବର୍ଣ୍ଣ ସୁଯୋଗ
ହାତଛଡ଼ା କଲେ ଭବିଷ୍ୟତେ ହୋଇପାରେ କଷ୍ଟଭୋଗ,
ମତଦାନ କରିବାର ନିଅ ଦୃଢ଼ ସଂକଳ୍ପ
ପାଞ୍ଚ ବର୍ଷ ଯାଏଁ ମିଳିବନି ଆଉ ବିକଳ୍ପ।
(ସମ୍ପୂର୍ଣ୍ଣ ପଢନ୍ତୁ ଅନୁଶୀର୍ଷକ ରେ)
ଜାତୀୟ ମତଦାତା ଦିବସ
ଜାନୁୟାରୀ ୨୫-
ଦୁନିଆରେ ଈଶ୍ୱର ଠୁ
ବଡ ଅଟେ ମା,
ଈଶ୍ୱର ବି ଜାଣନ୍ତି ସେ (ମୋ ପାଇଁ)
ତାଙ୍କଠୁ ଅଧିକା।
(ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକ ରେ)-