ମନର ଅକୁହା କଥା ସବୁ।
ପିଲା ବେଳ ଥିଲା ଖୁବ ସୁନ୍ଦର ।ଗର୍ବ,ଅହଂକାର ,ଲୋଭ ,ମାୟା ଏ ସବୁ ତ ଜଣା ବି ନଥିଲା ।ବାପା ମା' ଆଉ ପରିବାର ହିଁ ଦୁନିଆ।ଖାଇବା,ପଢିବା,ଖେଳିବା,ବୁଲିବା ଆଉ ଶାନ୍ତି ରେ ଶୋଇବା ଛଡା କଣ ବା ଥିଲା ଚିନ୍ତା...?
ଧୀରେ ଧୀରେ ବଡ ହେଲି ଦୁନିଆ ର ପ୍ରକୃତ ରୂପ ରେଖ ରୁ ଅଜଣା। ଭଲ ମନ୍ଦ ହାନି ଲାଭ ର ଜ୍ଞାନ ନଥିଲା।ବହୁତ କିଛି ଯୋଜନା ଥିଲା।କାହା କୁ ଦୁଃଖ ଦବା କି ଆଘାତ ଦବା ତ ଦୁର କଥା ନିଜକୁ ଟିକେ କଷ୍ଟ ହେଲେ କାନ୍ଦ ଲାଗୁଥିଲା ଆଉ ବୁଝେଇବା ପାଇଁ ବି ବାପା ମା ପିସି ଏମିତି ସମସ୍ତେ ଥିଲେ।
କିନ୍ତୁ ଦୁନିଆ ଟା ବଡ ଅଜବ ।ଯାହା ଭାବି ଥାଉ ତାର ଠିକ ବିପରୀତ ହୁଏ।ତାକୁ ସୁଧାରୁ ସୁଧାରୁ ବହୁତ କିଛି ମଣିଷ ଶିଖି ଯାଏ। କାହାକୁ କଷ୍ଟ ଦବାକୁ ଯିଏ ଚାହିଁନି ସେ ମଣିଷ ଲୋକ ଙ୍କ ଭୁଲ ବୁଝା ମଣା ର ଶିକାର ହୁଏ।ଯାହାକୁ ବହୁତ ଭଲ ପାଇଁ ଯାଏ ଆଉ ନିଜ ଲକ୍ଷରୁ କେତେବେଳେ ପଥ ଭ୍ରଷ୍ଟ ହେଇଯାଏ ସେ ମଣିଷ ତାର ନିଜସ୍ୱ ପରିଚୟ ଅଣ ଦେଖା କରି ହାତ ଛାଡିଦିଏ।
ପରେ ସେ ଲୋକ ଟି କୁ ବି ସବୁ ଛଳନା ଲାଗେ।ବାପା ମା ଙ୍କ ନଜରରେ ଛୋଟ।ଲକ୍ଷ୍ୟ ରୁ ଖୁବ ଦୁର।ଆଉ ଯାହା ହାତ ଧରିଥିଲ ସେ ତୁମ କଥା ଭବିବା ଦୁର ସବୁ ଭଲ ପାଇବା ଆଉ ସ୍ନେହ କୁ ଛଳନା ର ରୂପ ଦେଇ ତୁମ ଠୁ ଦୁରେଇ ଯାଏ।ତୁମ ସୁଖ ଦୁଃଖ ରେ ଭାଗୀ ହବା ତ ବହୁତ ଦୂର ତୁମେ କେମତି ଅଛ ତାର ଯାଏ ଆସେ ନା।
ଏତେ ସବୁ କରିବାର ମୂଲ୍ୟ କୁଆଡେ ପାସୋରି ଗଲା।ସମସ୍ତ ଙ୍କୁ କିଛି ନା କିଛି ଦରକାର।ସେ ସବୁ ପୁରା ହେଲେ ତମେ ଖୁବ ଭଲ ନହେଲେ ତୁମକୁ ଖରାଵ ସଜେଇବା ପାଇଁ ବେଶି ସମୟ ଲାଗିବନି।ଏଠି ତୁମ ପାଇଁ କିଏ ଅଛି,ଭାବୁଛି,ଖୁବ ଭଲ ପାଉଛି ଏ ସବୁ ଚିନ୍ତା ବି କରିବା ଭୁଲ।ସେ ପିଲା ଦିନ ସହିତ ସବୁ ଶାନ୍ତି ଆଉ ସୁଖ ହଜି ଯାଇଛି।
-